୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି ଯେ, ଜାପାନର ୨୬ ବର୍ଷୀୟ କୋଟିପତି ଜାସୋ (Jaso) ନିଜକୁ କୁକୁର ଭଳି ଦେଖାଇବା ପାଇଁ ପ୍ରାୟ ୨୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କୁହାଯାଉଛି ଯେ, ଏଥିପାଇଁ ସେ ଅନେକ ସର୍ଜରୀ କରାଇଛନ୍ତି ଏବଂ ଏବେ ସେ କୁକୁର ଭଳି ଚାଲୁଛନ୍ତି, ଜୀବନଯାପନ କରୁଛନ୍ତି ଓ ସେହି ଢଙ୍ଗରେ ଜୀବନ ବିତାଉଛନ୍ତି। ତେବେ ଏହି ଦାବିର କୌଣସି ସରକାରୀ ପୁଷ୍ଟି ମିଳିନାହିଁ। ଏହା ସତ୍ତ୍ୱେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଭାଇରାଲ ପୋଷ୍ଟ ଅନୁସାରେ, ଜାପାନର ୨୬ ବର୍ଷୀୟ କୋଟିପତି ଜାସୋ ନିଜର ପରିଚୟ ବଦଳାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଦାବି କରାଯାଉଛି ଯେ, ସେ ପ୍ରାୟ ୨୨୦ କୋଟି ଟଙ୍କା ସର୍ଜରୀ ପାଇଁ ଖର୍ଚ୍ଚ କରିଥିଲେ, ଯାହା ଫଳରେ ତାଙ୍କ ରୂପ ଓ ହାବଭାବ ସମ୍ପୂର୍ଣ୍ଣ ଭାବେ କୁକୁର ଭଳି ଦେଖାଯିବ।

ପୋଷ୍ଟରେ ଆହୁରି ଦାବି କରାଯାଇଛି ଯେ, ଏବେ ସେ କୁକୁର ଭଳି ଚାଲୁଛନ୍ତି, ସେହିଭଳି ରହୁଛନ୍ତି ଏବଂ ନିଜ ଜୀବନକୁ ମଧ୍ୟ ସେହି ଢଙ୍ଗରେ ବିତାଉଛନ୍ତି।

Odisha’s No.1 Odia Daily