Categories: Home Leftଖେଳ

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା। ଶେଷ ବଲ ପର୍ଯ୍ୟନ୍ତ ଲଢ଼େଇ ଚାଲିଥିବା ଏହି ମ୍ୟାଚକୁ ଭାରତ ମାତ୍ର ୨ ରନରେ ଜିତିନେଇଛି। ତେବେ ମ୍ୟାଚ ପରେ ଜାପାନ ଅଧିନାୟକ କେଣ୍ଡେଲ କାଡୋୱାକି-ଫ୍ଲେମିଂଙ୍କ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଦେଇଥିବା ବୟାନ ଏବେ ଚର୍ଚ୍ଚାରେ।

ମାତ୍ର ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ଦଳର ପ୍ଲେଇଂ ଇଲେଭେନରେ ନଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଥିବା ଜାପାନ ଅଧିନାୟକ କହିଛନ୍ତି।

କାଡୋୱାକି-ଫ୍ଲେମିଂ କହିଥିଲେ ଯେ ବୈଭବଙ୍କୁ ଦଳରେ ନଦେଖି ସେ ସାମାନ୍ୟ ନିରାଶ ହୋଇଥିଲେ। ତେବେ ବୋଲିଂ ଓ ଫିଲ୍ଡିଂରେ ବୈଭବଙ୍କ ପ୍ରଦର୍ଶନ ଭଲ ରହିଥିବା ସେ କହିଥିଲେ। ମ୍ୟାଚରେ ପ୍ରଥମ ଓ ପଞ୍ଚମ ଉଇକେଟ୍‌ ନେଇ ବୈଭବ ନିଜ ଦକ୍ଷତାର ପ୍ରମାଣ ଦେଇଥିବା ଜାପାନ ଅଧିନାୟକ କହିଛନ୍ତି।

Dharitri – Odisha’s No.1 Odia Daily

 

Share