ଜାନୁୟାରୀରେ ୨,୯୮,୦୯୩ ୟୁନିଟ୍‌ ଘରୋଇ ପିଭି ବିକ୍ରି

ନୂଆଦିଲ୍ଲୀ, ୧୪।୨: ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସ ପରେ ଦେଶରେ ଘରୋଇ ଯାତ୍ରୀବାହୀ ଗାଡ଼ି (ପିଭି) ବିକ୍ରିରେ ବୃଦ୍ଧି ଘଟିଛି। ଏପରିକି ଯାତ୍ରୀବାହୀ ଗାଡ଼ି ପ୍ରତି ଲୋକଙ୍କ ଆକର୍ଷଣ ବଢ଼ିବାରେ ଲାଗିଛି। ବିଶେଷକରି ୨୦୨୩ ଜାନୁୟାରୀରେ ୨,୯୮,୦୯୩ ୟୁନିଟ୍‌ ପିଭି ଗାଡି ବିକ୍ରି ହୋଇଥିବା ଜଣାପଡିଛି। ଏ ନେଇ ସୋମବାର ସୋସାଇଟି ଅଫ୍‌ ଇଣ୍ଡିଆନ୍‌ ମାନୁଫାକଚର୍ସ (ଏସଆଇଏଏମ୍‌) ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ସେହିଭଳି ଏସଆଇଏଏମର ସୂଚନା ଅନୁଯାୟୀ ୨୦୨୩ ଜାନୁୟାରୀରେ ଘରୋଇ ଯାତ୍ରୀବାହୀ ଯାନ ବିକ୍ରି ୧୭.୨୩% ବୃଦ୍ଧି ଘଟି ୨,୯୮,୦୯୩ ୟୁନିଟ୍‌ରେ ପହଞ୍ଚତ୍ଛି। ଏପରିକି ୨୦୨୨ ଜାନୁୟାରୀରେ ଘରୋଇ ଯାତ୍ରୀବାହୀ ଗାଡ଼ିର ୟୁଟିଲିଟି ଯାନ(ୟୁଭି) ସେଗମେଣ୍ଟରେ ୧,୧୬,୯୬୨ ୟୁନିଟ୍‌ ବିକ୍ରି ହୋଇଥିଲା। ହେଲେ ଗତ ବର୍ଷ ଜାନୁୟାରୀ ମାସ ତୁଳନାରେ ଚଳିତ ବର୍ଷ ଜାନୁୟାରୀରେ ୟୁଭି ବିକ୍ରିରେ ବୃଦ୍ଧି ଦେଖିବାକୁ ମିଳିଛି। ସେହିପରି ୨୦୨୩ ଜାନୁୟାରୀରେ ୟୁଭି ୧,୪୯,୩୨୮ ୟୁନିଟ୍‌ ବିକ୍ରି ହୋଇଛି, ଯାହା ଗତବର୍ଷ ତୁଳନାରେ ପ୍ରାୟ ୨୮% ଅଧିକ ବୋଲି ଏସଆଇଏଏମ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୨ଚକିଆ ଯାନ ବିକ୍ରି ୩.୮୧% ବୃଦ୍ଧି ପାଇ ୧,୧୮୪ ମିଲିୟନ ୟୁନିଟ୍‌ରେ ରହିଛି। ଏ ସମ୍ପର୍କରେ ଏସଆଇଏଏମର ମହାନିର୍ଦ୍ଦେଶକ ରାଜେଶ ମେନନ କହିଛନ୍ତି, ପ୍ରଥମ ଥର ପାଇଁ ଜାନୁୟାରୀରେ ଯାତ୍ରୀବାହୀ ଗାଡ଼ି ବିକ୍ରି ସବୁଠୁ ଉଚ୍ଚସ୍ତରରେ ପହଞ୍ଚତ୍ଛି। ଏପରିକି ୨୦୨୨ ଏପ୍ରିଲରୁ ୨୦୨୩ ଜାନୁଆରୀ ଶେଷ ସୁଦ୍ଧା ଦେଶର ଯାତ୍ରୀବାହୀ ଗାଡ଼ିର ବିକ୍ରିର ସଂଖ୍ୟା ୩ ମିଲିୟନ ୟୁନିଟ୍‌ ପାର୍‌ କରିଛି। ବିଶେଷ କରି ୨୦୨୨ ଜାନୁୟାରୀ ତୁଳନାରେ ୨୦୨୩ ଜାନୁୟାରୀରେ ଏଲ୍‌୫ କାଟାଗୋରିର ୩ ଚକିଆ ଯାନର ବିକ୍ରି ମଧ୍ୟ ଦୁଇଗୁଣ ବଢିଛି, ଠିକ୍‌ ସେହିପରି ୨ ଚକିଆ ଯାନ ମାତ୍ର ୪% ବୃଦ୍ଧି ଘଟିଥିବା ଜଣାପଡିଛି ବୋଲି ସେ ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଏସଆଇଏଏମର ସୂଚନା ଅନୁଯାୟୀ ୨୦୨୩ ଜାନୁୟାରୀରେ କାର୍‌ ନିର୍ମାଣକାରୀ କମ୍ପାନୀ ୫୫,୫୫୧ ପିଭି ୟୁନିଟ୍‌ କାର ରପ୍ତାନି କରିଛନ୍ତି। ହେଲେ ୨୦୨୨ର ସମାନ ଅବଧି ମଧ୍ୟରେ ଉକ୍ତ କାରର ରପ୍ତାନି ସଂଖ୍ୟା ୪୦,୭୮୧ ୟୁନିଟ୍‌ ଥିଲା। ଅପରପକ୍ଷରେ ୩ଚକିଆ ଯାନର ରପ୍ତାନି ହ୍ରାସ ପାଇଛି। ଏପରିକି ୨୦୨୨ ଜାନୁୟାରୀରେ ୩୯,୧୫୧ ୟୁନିଟ୍‌ ତିନି ଚକିଆ ଯାନ ରପ୍ତାନି ହୋଇଥିବାବେଳେ ୨୦୨୩ ଜାନୁୟାରୀରେ ତାର ପରିମାଣ ୨୩,୦୮୦ ୟୁନିଟକୁ ଖସି ଆସିଛି। ସେହିପରି ୨ଚକିଆ ଯାନର ରପ୍ତାନି ୪୦.୭୬ % ହ୍ରାସ ଘଟି ୨,୨୦,୧୦୩ ୟୁନିଟ୍‌ରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri