Categories: ଖେଳ

କଷ୍ଟରେ ୨୦୦ ପାର କଲା ଭାରତ

ଜୋହାନ୍ସବର୍ଗ,୩।୧: ଅଧିନାୟକ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ୨୦୨ ରନ୍‌ରେ ସୀମିତ ରହିଛି। ପୂର୍ବ ମ୍ୟାଚ୍‌ ଭଳି ଏଥର ବି ତାରକା ଖଚ୍ଚିତ ମଧ୍ୟକ୍ରମର ପ୍ରତ୍ୟେକ ବ୍ୟାଟର ଫେଲ୍‌ ମାରିଥିଲେ। କିନ୍ତୁ ଶେଷ ଆଡ଼କୁ ରବିଚନ୍ଦ୍ରନ ଅଶ୍ୱିନଙ୍କ ଆଟାକିଂ ୪୬ ରନ୍‌ ପାଳି ଯୋଗୁ ଭାରତୀୟ ଦଳ ୨୦୦ ରନ୍‌ ପାର କରିବାକୁ ସକ୍ଷମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମୟଙ୍କ ଅଗ୍ରଓ୍ବାଲ ୨୬, ହନୁମା ବିହାରୀ ୨୦, ରିଷଭ ପନ୍ତ ୧୭, ଯଶପ୍ରୀତ ବୁମରା ୧୪ ରନ୍‌ କରିଥିବା ବେଳେ ଅଜିଙ୍କ୍ୟ ରାହାନ ଏବଂ ଶାର୍ଦ୍ଦୁଳ ଠାକୁର ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିଲେ।

ଘରୋଇ ବୋଲରଙ୍କ ମଧ୍ୟରେ ମାର୍କୋ ଜାନସେନ ସର୍ବାଧିକ ୪ ଉଇକେଟ ହାତେଇଥିଲେ। କାଗିସୋ ରବାଡା ଓ ଡୁଆନେ ଓଲିଭର ୩ ଲେଖାଏ ଉଇକେଟ ନେଇଥିଲେ।

Share