ଢେଙ୍କାନାଳରେ ଜନ୍ମାଷ୍ଟମୀ

ଢେଙ୍କାନାଳ ଅଫିସ,୧୮ା୮: ଢେଙ୍କାନାଳ ସହର କୁଞ୍ଜକାନ୍ତ୍ର ଅଞ୍ଚଳ ଶ୍ରୀରାଧା କୃଷ୍ଣଙ୍କ ମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁମାନେ ଧାଡ଼ିରେ ଛିଡ଼ା ହୋଇ ଶ୍ରୀରାଧା କୃଷ୍ଣଙ୍କ ଦର୍ଶନ କରିବା ସହିତ ଠାକୁରଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରିଛନ୍ତି। ଜନ୍ମାଷ୍ଟମୀ ଉପଲକ୍ଷେ ମନ୍ଦିର ପରିସର ମନ୍ତ୍ର ଓ ଶ୍ଳୋକ ପାଠରେ ପ୍ରକମ୍ପିତ ହେଉଛି।