ଗଞ୍ଜାମ,୪ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ କୁନି ଶିଶୁମାନଙ୍କ ରାଧାକୃଷ୍ଣଙ୍କ ବେଶ ମନ ମୋହଥିଲା। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପଣ୍ଡା ସାହିର ପ୍ରବଚକ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗ ଦେଇ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ କଥନ କରିଥିଲେ। ବିଦ୍ୟାଳୟ ସଭାପତି ବିନୋଦ ଚନ୍ଦ୍ର ମହାପାତ୍ର, ସଦସ୍ୟା ବିନିତା ବେହେରା ଉପସ୍ଥିତ ଥିଲେ। ସ୍କୁଲ ସହ ପ୍ରଧାନ ଆଚାର୍ଯ୍ୟ ଲିଙ୍ଗରାଜ ରେଡ୍ଡୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଉପଲକ୍ଷେ କୁନି ଶିଶୁମାନଙ୍କ ରାଧାକୃଷ୍ଣ ବେଶରେ ନୃତ୍ୟ ପରିବେଷଣ କରିଥିଲେ। କୁନିକୁନି ପାଦରେ ନୁପୂର ବାନ୍ଧି ନୃତ୍ୟ ପ୍ରଦର୍ଶନ କରୁଥିବାବେଳେ ଉପସ୍ଥିତ ଦର୍ଶକ ଓ ଅଭିଭାବକ ବିଭୋର ହୋଇ ଉଠିଥିଲେ। ସ୍କୁଲ ଗୁରୁଜୀଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।