ଆମ ପାଇଁ ସବୁଦିନ ଭାଲେଣ୍ଟାଇନ୍ସ ଡେ’: ଜ୍ୟାଙ୍କଲିନ୍‌-ଅରବିନ୍ଦ

ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରୀର ଏମାନେ ଏକ ଚର୍ଚ୍ଚିତ ଯୋଡ଼ି । ଖୋଲାଖୋଲି ଭାବେ ଭଲ ପାଇଥିଲେ । ବିବାହ ବି କଲେ। ଏବେ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବାର ସ୍ବପ୍ନ ନେଇ ଆଗେଇ ଚାଲିଛନ୍ତି । ସେ ହେଉଛନ୍ତି ଅରବିନ୍ଦ- ଜ୍ୟାଙ୍କଲିନ୍‌, ଯାହାଙ୍କୁ ସମସ୍ତେ ଜାଣନ୍ତି ଅରଜାନ୍‌ ଭାବେ । ପ୍ରେମ ଦିବସରେ ଚାଲନ୍ତୁ ଜାଣିବା ତାଙ୍କ ଲଭ୍‌ଷ୍ଟୋରି…

ପ୍ରେମର ଆରମ୍ଭ କେମିତି ହେଇଥିଲା?
ଜ୍ୟାଙ୍କଲିନ୍‌: ଶୁଟିଂସେଟ୍‌ରେ ଅରବିନ୍ଦଙ୍କ ସହ ପ୍ରଥମ ଦେଖା। ଆଉ ପ୍ରଥମ ଦେଖାରୁ ହଁି ସେ ମତେ ଭଲ ଲାଗିଥିଲେ। କହିବାକୁ ଗଲେ ଲଭ୍‌ ଆଟ୍‌ ଫଷ୍ଟ ସାଇଟ୍‌ ଥିଲା ମୋ ପାଇଁ।

ଅରବିନ୍ଦ: ସେତେବେଳେ ମୁଁ ମୋର ପ୍ରଥମ ରିଲେଶନଶିପ୍‌ର ବ୍ରେକ୍‌ଅପ୍‌ ଡିପ୍ରେସନ୍‌ରୁ ବହୁ କଷ୍ଟରେ ବାହାରିଥାଏ। ସେଥିଲାଗି ପ୍ରେମ ଉପରୁ ବିଶ୍ୱାସ ଉଠିଯାଇଥିଲା। ଆଉ କ୍ୟାରିୟର୍‌ ଉପରେ ଗୁରୁତ୍ୱ ଦେଉଥିଲି। ଏମିତିରେ ଜ୍ୟାଙ୍କଲିନ୍‌ଙ୍କର ମୋ ପ୍ରତି ଦୁର୍ବଳତା ଥିବା ଦେଖି କ୍ଲିୟର୍‌ କରିଦେଇଥିଲି ମୁଁ ଏସବୁରେ ପଡ଼ିବାକୁ ଚାହେଁନି ବୋଲି। ହେଲେ ପରେ ଶୁଟିଂସେଟ୍‌ରେ ଜ୍ୟାଙ୍କଲିନ୍‌ଙ୍କର ଅନେକ ଭଲ ଗୁଣ ମୋତେ ଆଟ୍ରାକ୍ଟ କରିଥିଲା। ଆଉ କେବେ ପ୍ରେମ ହୋଇଗଲା ଜଣାପଡିଲାନି।

କେମିତି ଏତେ ଓପନ ଥିଲା ଆପଣଙ୍କ ପ୍ରେମ କାହାଣୀ?
ଜ୍ୟାଙ୍କଲିନ୍‌: ବିବାହର ୨ ବର୍ଷ ପୂର୍ବରୁ ଯେବେ ଦୁହେଁ ନିଶ୍ଚିତ ହେଲୁ ଯେ, ଆମେ ଜୀବନସାଥୀ ହେବୁ ତା’ପରଠାରୁ ସୋସିଆଲ ମିଡିଆରେ ଖୋଲାଖୋଲି ଭାବେ ରିଲେଶନ୍‌ଶିପ୍‌ରେ ଥିବା ଜଣାଇଥିଲୁ। ଆମ ଘରେ ଖାଲି ବାପା ଏତେଟା ରାଜି ନ ଥିଲେ। କିନ୍ତୁ ମୁଁ ଭଲ ପାଇଛି ମାନେ ପଛକୁ ଫେରିବାର ପ୍ରଶ୍ନ ଉଠୁ ନ ଥିଲା।
ଅରବିନ୍ଦ: ଆମ ପରିବାର ତରଫରୁ କିଛି ସମସ୍ୟା ନ ଥିଲା। ତା’ଛଡା ଜୀବନସାଥୀ ହେବାକୁ ନିଷ୍ପତ୍ତି ନେଇଥିଲୁ। ତେଣୁ ଲୁଚାଇ ରଖିବାର କିଛି ନ ଥିଲା।

ପ୍ରଥମ ଉପହାର କ’ଣ ଥିଲା?
ଜ୍ୟାଙ୍କଲିନ୍‌ ହସି ହସି ଅରବିନ୍ଦଙ୍କୁ: କ’ଣ ଦେଇଥିଲ ତ?
ଅରବିନ୍ଦ: ଭୁଲି ଯାଇଛ, ଏତେ କଷ୍ଟ କରିଥିଲି! ବର୍ଥ ଡେ’ ପାଇଁ ଏକ ରୁମ୍‌ ବୁକ୍‌ କରି ଆମର ବିଭିନ୍ନ ଫଟୋକୁ ସୁନ୍ଦରଭାବେ ସଜାଇ ଏକ ବଡ଼ ପାଣ୍ଡା ସଫ୍ଟ ଟୟ ଦେଇଥିଲି। ଏକଥା କ’ଣ ମନେ ନାଇଁ? ଏହାଛଡ଼ା ମୁଁ ସବୁବେଳେ ପ୍ଲାନ କରେ କିଛି ଇନୋଭେଟିଭ୍‌ ଗିଫ୍ଟ ଦେବାକୁ। ଜ୍ୟାଙ୍କଲିନ୍‌ଙ୍କର ଅନ୍ୟ ଏକ ବର୍ଥଡେରେ ତ ମୁଁ ନଦୀ ବାଲି ଉପରେ ମୁରୁଜରେ ୨୦ ଫୁଟ୍‌ ଆକାରର ଲେଟର୍‌ରେ ହାପି ବର୍ଥଡେ ଲେଖିଥିଲି। ଖାଲି ମୁଁ ନୁହେଁ ଜ୍ୟାଙ୍କଲିନ୍‌ ବି ମତେ ଅନେକ ଗିଫ୍ଟ ଦେଇଛନ୍ତି। ହେଲେ ମତେ ଲାଗେ ଭଲ ପାଇବା ଉପରୁ ବିଶ୍ୱାସ ଉଠିଯାଇଥିବା ସମୟରେ ସେ ମତେ ଦେଇଥିବା ଭଲ ପାଇବା ଓ ଲୟାଲିଟି ହେଉଛି ମୋ ପାଇଁ ବଡ଼ ଉପହାର।

ପ୍ରଥମେ ଆଇ ଲଭ୍‌ ୟୁ କେବେ କହିଥିଲେ?
ଜ୍ୟାଙ୍କଲିନ୍‌-ଅରବିନ୍ଦ: ନା, କେବେ କହିନୁ। ଆମେ ଦୁହେଁ ଦୁହିଁଙ୍କ ହୃଦୟର କଥାକୁ ଅନୁଭବ କରିପାରିଥିଲୁ। ଆଇ ଲଭ୍‌ ୟୁ କହିବାର ଆବଶ୍ୟକତା ପଡିନି।
ଝଗଡ଼ା ହୁଏ?
ଅରବିନ୍ଦ: ଝଗଡ଼ା ନ ଥିଲେ ସେ କି ଭଲ ପାଇବା। ଜ୍ୟାଙ୍କଲିନ୍‌ ଜିଦିଆ, ମୁଁ ଟିକେ ରାଗି। ତେଣୁ ବେଳେ ବେଳେ ଝଗଡ଼ା ହୋଇଯାଏ। ଯଦି ମୋର ଭୁଲ୍‌ ଥାଇ ଝଗଡ଼ା ହୁଏ ମୁଁ ଘଣ୍ଟେ ଦୁଇ ଘଣ୍ଟା ଭିତରେ ଯାଇ ବୁଝାଇଦିଏ। ଆଉ ଜ୍ୟାଙ୍କଲିନ୍‌ଙ୍କର ଭୁଲ୍‌ ଥିଲେ ଦିନେ ଦୁଇ ଦିନ ପରେ ସେ ଆସି ମୋତେ ବୁଝାଇଥାନ୍ତି।

କେଉଁ ଗୁଣ ଭଲ ଲାଗେନି?
ଅରବିନ୍ଦ: ଜ୍ୟାଙ୍କଲିନ୍‌ ନିଜର କେୟାର ନିଅନ୍ତିନି। ଖାଇବା, ପାଣି ପିଇବାରେ ଅବହେଳା କରନ୍ତି। ସେଇଟା ମୋତେ ଭଲ ଲାଗେନି। ଏଥିପାଇଁ ଅନେକ ସମୟରେ ଝଗଡ଼ା ବି ହୁଏ।
ଜ୍ୟାଙ୍କଲିନ୍‌: ଅରବିନ୍ଦ ବହୁତ ଭୁଲ୍‌କଡ୍‌। ଅନେକ କଥା ଭୁଲି ଯାଆନ୍ତି, ଯୋଉଟା ମୋତେ ଭଲ ଲାଗେନି।

ଅନ୍‌ସ୍କ୍ରିନ୍‌ ରୋମାନ୍ସ ବେଳେ ଜେଲସି ହୁଏ?
ଅରବିନ୍ଦ: ନୂଆ ନୂଆ ଭଲ ପାଇବା ସମୟରେ ମୋତେ ଭାରି ଈର୍ଷା ହେଉଥିଲା। ମୋ ଗର୍ଲଫ୍ରେଣ୍ଡ ହୋଇ କେମିତି ଅନ୍ୟକୁ ହଗ୍‌ କରୁଛି ଭାବି ରାଗ ଲାଗୁଥିଲା। ହେଲେ ପରେ ବୁଝିପାରିଥିଲି। ଏମିତିକି ପରବର୍ତ୍ତୀ ସମୟରେ ରୋମାଣ୍ଟିକ୍‌ ସିନ୍‌ ପାଇଁ ତାଙ୍କୁ ଟିପ୍ସ ବି ଦେଇଛି।
ଜ୍ୟାଙ୍କଲିନ୍‌: ମୁଁ ବହୁତ ମାଚ୍ୟୋର୍‌। ଆମର କାମ କ’ଣ ମୁଁ ଭଲରେ ଜାଣିଛି।

ଭାଲେଣ୍ଟାଇନ୍ସ ଡେ’ କେମିତି ସେଲିବ୍ରେଟ୍‌ କରନ୍ତି?
ଅରବିନ୍ଦ-ଜ୍ୟାଙ୍କଲିନ୍‌: ଆଗରୁ ଆମ ପାଖରେ ଏତେ ସମୟ ରହୁ ନ ଥିଲା। ହେଲେ ଭାଲେଣ୍ଟାଇନ୍ସ ଡେ’ ଦିନ ଶୁଟିଂ ସେଟ୍‌ରେ ଆମେ ଆଗୁଆ କହି ଦେଉଥିଲୁ କିଛି ସମୟ ବାହାରକୁ ଯିବୁ ବୋଲି। ଆଉ ଆମେ ଆମର ପ୍ରିୟ ଜାଗା ଚନ୍ଦ୍ରଭାଗା ଯାଉଥିଲୁ। ସେଠି ଏକାଠି ସୂର୍ଯ୍ୟାସ୍ତ ଦେଖିବା ସହ କିଛି ନିରୋଳା ମୁହୂର୍ତ୍ତ ବିତାଉଥିଲୁ। ତେବେ ପ୍ରକୃତରେ କହିବାକୁ ଗଲେ ଆମ ପାଇଁ ସବୁଦିନ ଭାଲେଣ୍ଟାଇନ୍ସ ଡେ’। ତେଣୁ ସବୁଦିନକୁ ଖାସ୍‌ କରିବାକୁ ଚାହୁଁ।

କ୍ୟାରିୟର ବଦଳାଇବାର କାରଣ କ’ଣ?
ଅରବିନ୍ଦ: ଆମେ ଦୁହେଁ ଅଭିନୟ ଛାଡିନୁ କି ଛାଡି ପାରିବୁନି। ଖାଲି ଟିକେ ବିରତି ନେଇଛୁ। ଓଲିଉଡ ଇଣ୍ଡଷ୍ଟ୍ରୀରେ ଅଭିନୟକୁ ନେଇ ବଞ୍ଚତ୍ବା କଷ୍ଟକର। ତେଣୁ ଏକ ସୁନ୍ଦର ଭବିଷ୍ୟତ ଗଢିବା ତଥା ଆର୍ଥିକଭାବେ ସ୍ବଚ୍ଛଳ ହେବା ଲାଗି ଦିଲ୍ଲୀର ଗୁରୁଗ୍ରାମରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାମ କରୁଛି। ଆର୍ଥିକସ୍ଥିତି ସୁଦୃଢ ହେଲେ ଚାକିରି ସହ ଅଭିନୟ କରିବୁ। ବଲିଉଡ୍‌ରେ ଟ୍ରାଏ କରିବାକୁ ବି ଯୋଜନା ଅଛି। କିଛି ଥିଏଟର୍‌ରେ ଯୋଗ ଦେବାକୁ କଥା ହେଇଛି।
ଜ୍ୟାଙ୍କଲିନ୍‌: ମୋର ଏବେ ପିଜି ସରିଲା। ଚାକିରି କରିବାକୁ ଯୋଜନା ରଖିଛି। ଏହାପରେ ଅଭିନୟ କରିବି। -ଶିବାନୀ ମହାନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri