ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ମାଆଙ୍କୁ ମନେପକାଇ ଭାବୁକ ହେଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ୫ ବର୍ଷ ହେବ ଦୁନିଆରୁ ବିଦାୟ ନେଲେଣି । ହେଲେ ଏବେବି ତାଙ୍କ ଅଭିନୟ ଜୀବନ୍ତ ହୋଇ ରହିଛି ଦର୍ଶକଙ୍କ ହୃଦୟରେ । ଠିକ୍ ତାଙ୍କର ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ ଝିଅ ଜାହ୍ନବୀ କପୁର ମାଆଙ୍କୁ ମନେପକାଇ ଭାବୁକ ହୋଇଛନ୍ତି । ସୋସିଆଲ ମିଡିଆରେ ସେ ଏକ ଇମୋଶନାଲ ପୋଷ୍ଟ ଶେୟାର କରିଛନ୍ତି । ମାଆଙ୍କୁ ମନେପକାଇ ଜାହ୍ନବୀ ଲେଖିଛନ୍ତି, ‘ମୁଁ ଏବେବି ତୁମକୁ ସବୁଠି ଖୋଜୁଛି ମାଆ । ମୁଁ ଯାହା ବି କରୁଛି ତେବେ ଭାବୁଛି ତୁମେ ମୋତେ ନେଇ ଗର୍ବ କରୁଥିବ । ଯେଉଁଠିକି ବି ଯାଉଛି, ଯାହା ବି ମୁଁ କରୁଛି, ସବୁ ତୁମଠାରୁ ଆରମ୍ଭ ହୋଇ ତୁମଠାରେ ଶେଷ ହେଉଛି ।’
ଏହି ପୋଷ୍ଟ ସହ ଜାହ୍ନବୀ ଏକ ଫଟୋ ବି ଶେୟାର କରିଛନ୍ତି । ଯେଉଁଥିରେ ସେ ମାଆ ଶ୍ରୀଦେବୀଙ୍କ ସହ ନଜର ଆସିଛନ୍ତି । ଉଭୟ ଏକ ଫଙ୍କସନରେ ଯୋଗ ଦେଇଥିବାର ଫଟୋ ହୋଇଥିବା ବେଳେ ମାଆଙ୍କ ସହ ବଡ ଖୁସିରେ କଥା ହେଉଛନ୍ତି ଜାହ୍ନବୀ । ଜାହ୍ନବୀଙ୍କ ପିତା ତଥା ଶ୍ରୀଦେବୀଙ୍କ ପତି ବୋନି କପୁର ବି ଇନଷ୍ଟାଗ୍ରାମ ଷ୍ଟୋରୀରେ ଫଟୋ ଶେୟାର କରି ଏକ ଗଜଲ ଲେଖି ଦେଇଛନ୍ତି । ବୋନି କପୁର ଲେଖିଛନ୍ତି, ଯାହା ଚାଲିଯାଇଛି, ମୋତେ ଛାଡି ଦେଇଛି, ସେ ଆଜି ପର୍ଯ୍ୟନ୍ତ ମୋ ସହ ଅଛି । ସୂଚନାଯୋଗ୍ୟ, ବୋନି କପୁର ସବୁବେଳେ ଶ୍ରୀଦେବୀଙ୍କ ସହ ଜଡିତ ସ୍ମୃତିକୁ ସୋସିଆଲ ମିଡିଆରେ ଶେୟାର କରିଥାଆନ୍ତି ।
ବଲିଉଡରେ ଅନେକ ହିଟ୍ ମୁଭି ଭେଟି ଦେଇଥିବା ଶ୍ରୀଦେବୀ ଆଜି ସିନା ଆମ ଗହଣରେ ନାହାନ୍ତି ହେଲେ ତାଙ୍କର ଅଭିନୟ ତାଙ୍କୁ ଜୀବନ୍ତ କରି ରଖିବ ଯୁଗ ଯୁଗ ପର୍ଯ୍ୟନ୍ତ । ଶ୍ରୀଦେବୀଙ୍କର ୨୪ ଫେବୃୟାରୀ ୨୦୧୮ରେ ଦୁବଇର ଏକ ହୋଟେଲରେ ବାଥଟବରେ ବୁଡି ଯିବାରୁ ମୃତ୍ୟୁ ହୋଇଥିଲା । ତାଙ୍କର ଏହି ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରି ନଥିଲା ବଲିଉଡ ଦୁନିଆ ।


Enter your email to get our daily news in your inbox.

All Right Reserved By Dharitri.Com

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri