ଗଞ୍ଜାମ,୭।୧୦(ବିଦ୍ୟାଧର ସାହୁ ): ଓଡ଼ିଶା ପ୍ରଶାସନିକ ସେବା (ଓସିଏସ) ପରୀକ୍ଷାରେ ୩୨୭ ନମ୍ବର ରେଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଜନକ କୁମାର ତରାଇ ସୋମବାର ଜିଲାପାଳ ଭି କୀର୍ତ୍ତି ଭାସନଙ୍କୁ ଭେଟିଛନ୍ତି। ଏହି ଅବସରରେ ଜିଲପାାଳ ଜନକଙ୍କୁ ଏକ ମାନପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ଉନ୍ନତିକରଣ ସହ ସରକାରଙ୍କ ବିଭିନ୍ନ ସ୍କିମ ଜନସାଧାରଣଙ୍କୁ ଅବଗତ କରାଇବାକୁ ଜିଲାପାଳ ପରାମର୍ଶ ଦେଇଥିବା ଜନକ ଗଣମାଧ୍ୟମକୁ କହିଛନ୍ତି। ଜନକ ଭବିଷ୍ୟତରେ ଆଇଏଏସ୍ ହେବାକୁ ଲକ୍ଷ୍ୟ ରଖିଥିବା ସୂଚନା ଦେଇଛନ୍ତି । ଲୋକଙ୍କ ସେବା ଓ ଶିକ୍ଷିତ କରାଇବା, ଦୁର୍ନୀତିମୁକ୍ତ ସମାଜ ଗଠନ ଏବଂ ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରାଥମିକତା ଦେବେ ବୋଲି ଜନକ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ପ୍ରାୟଗି ଗ୍ରାମର କାମାରାଜୂ ତରାଇଙ୍କ ପୁଅ ଜନକ ପ୍ରଥମେ ଭାରତୀୟ ନୌସେନାରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରୁ ଅବସର ନେଇଥିଲେ।
Dharitri — Odisha’s Most Trusted Odia Newspaper


