ଜାମୁଝାଡ଼ି ସମବାୟ ସମିତି ଗୋଦାମ ସିଲ୍‌

ସିମୁଳିଆ,୨୨।୧୧(ଡି.ଏନ.ଏ.): ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତିଙ୍କ ନିର୍ଦ୍ଦେଶରେ ଜିଲା ଯୋଗାଣ ବିଭାଗ ଶନିବାର ରାତିରେ ସିମୁଳିଆ ବ୍ଲକ ଜାମୁଝାଡ଼ି ସେବା ସମବାୟ ସମତିର ଗୋଦାମ ଗୃହକୁ ସିଲ୍‌ କରିଛି।
ଗତ ୧୫ ତାରିଖରେ ଏହି ସେବା ସମବାୟ ସମିତି ଗୋଦାମ ଗୃହ ସମ୍ମୁଖରେ ଟ୍ରକ୍‌ ଲଗାଇ ଧାନ ଲୋଡ୍‌ କରାଯାଉଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ପଞ୍ଚାୟତ ସମ୍ପାଦକ ଜଗବନ୍ଧୁ ପରିଡ଼ା ଏହା ଗତ ବଷଠାରୁ ରଖାଯାଇଥିବା ୟୁନିଦୀପ ମିଲର ଧାନ ବୋଲି ସୂଚନା ଦେଇଥିଲେ। ଏ ସମ୍ପର୍କରେ ମିଲ୍‌ ମାଲିକ ଦୀପକ ଦାସଙ୍କୁ ପଚାରିବାରୁ ଏହା କେତେ କୁଇଣ୍ଟାଲ ଅଛି ତାହା ତାଙ୍କର ମନେ ନାହିଁ ଓ ଗୋଦାମ ଗୃହ ଚାରିପଟେ ପାଣି ହୋଇଯାଇଥିବାରୁ ସେ ଗତବର୍ଷ ଆଣି ପାରି ନ ଥିଲେ ବୋଲି କହିଥିଲେ। ଅପରପକ୍ଷେ ଜଣେ ମିଲରଙ୍କୁ କେଉଁ ସ୍ବାର୍ଥରେ ସରକାରୀ ଗୋଦାମ ଗୃହ ଯୋଗାଇ ଦିଆଯାଇଛି ସେନେଇ ସିମୁଳିଆ-ଖଇରା କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ପୂର୍ବରୁ ମଧ୍ୟ ଜାମୁଝାଡି ସେବା ସମବାୟ ସମିତିରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ଜିଲାପାଳ ଓ କମିଶନରଙ୍କ ନିକଟରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ସରକାରୀ ଗୋଦାମ ଗୃହରେ ମିଲରଙ୍କ ଧାନ ରଖାଯିବା ସମ୍ପର୍କରେ ଶନିବାର ଭାଜପା ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ପୂର୍ବତନ ଯୁବମୋର୍ଚ୍ଚା ଉପସଭାପତି ଚନ୍ଦ୍ରଶେଖର ନନ୍ଦ, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ସିମୁଳିଆ-ଖଇରା କୃଷକ ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପଣ୍ଡା, ଅଜୟ କୁମାର ବେହେରା, କୃଷକ ସଂଘ ଉପସଭାପତି ଦୟାନିଧି ଯେନା, ସମ୍ପାଦକ ଆଲୋକ ପଣ୍ଡା ପ୍ରମୁଖ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେବା ପରେ ରାତିରେ ଗୋଦାମ ଗୃହ ସିଲ୍‌ ହୋଇଥିଲା ା ତେବେ ପ୍ରଶାସନ ଏହି ସେବା ସମବାୟ ସମିତିର ଦୁଇଟି ଗୃହ ପରିବର୍ତ୍ତେ ଗୋଟାଏ ଗୃହକୁ ସିଲ୍‌ କରଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଗତ ୧୬ା୧୧ା୨୧ରେ ‘ଧରିତ୍ରୀ’ରେ ‘ମିଲରଙ୍କୁ ସରକାରୀ ଗୋଦାମ ଗୃହ ଯୋଗାଣ’ ଶିର୍ଷକରେ ଖବର ପ୍ରକାଶ ପାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri