Posted inଜାତୀୟ

ଜମ୍ମୁରେ ବଢ଼ିବ ୭ ଆସନ

ନୂଆଦିଲ୍ଲୀ/ଶ୍ରୀନଗର,୧୦ା୭: ୨୦୧୧ ଜନଗଣନା ଅନୁସାରେ ଜମ୍ମୁ-କଶ୍ମୀରର ସୀମା ପୁନଃ ନିର୍ଦ୍ଧାରଣ କରାଯିବ। ଏଥିରେ ସମଗ୍ର ଉପତ୍ୟକାର ୭ ବିଧାନସଭା ଆସନ ବୃଦ୍ଧି କରାଯିବ। ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ)ର ୨୪ ଆସନ ଖାଲି ରହିବ। ଏହି ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାରେ ଏହାକୁ ସାମିଲ କରାଯିବ ନାହିଁ। ୨୦୨୨ ମାର୍ଚ୍ଚ ସୁଦ୍ଧା ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବ ବୋଲି ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସୁଶୀଲ ଚନ୍ଦ୍ରା ସୂଚନା ଦେଇଛନ୍ତି।
ଜମ୍ମୁ-କଶ୍ମୀର ସୀମା ପୁନଃ ନିର୍ଦ୍ଧାରଣ କମିଶନ ଗୁରୁବାର ଜମ୍ମୁ-କଶ୍ମୀରର ରାଜନୈତିକ ଦଳଗୁଡ଼ିକର ନେତା ଓ ସିଭିଲ ସୋସାଇଟି ଗ୍ରୁପ୍‌ ସଦସ୍ୟଙ୍କୁ ଭେଟିଥିଲେ। ଉପତ୍ୟକାର ନିର୍ବାଚନମଣ୍ଡଳୀଗୁଡ଼ିର ପୁନର୍ଗଠନ ନିମନ୍ତେ ଆୟୋଗ ସେମାନଙ୍କ ମତାମତ ଲୋଡ଼ିଥିଲେ। ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି), ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି), ସିପିଆଇ, ସିପିଆଇଏମ୍‌, ପାନ୍ଥର୍ଥ ପାର୍ଟି, କଂଗ୍ରେସ, ଭାଜପା, ଅପ୍‌ନି ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ନେତାମାନେ କମିଶନଙ୍କ ଆଗରେ ନିଜ ଦାବି ଓ ମତ ଉପସ୍ଥାପନ କରିଥିଲେ। କମିଶନ ଅଧ୍ୟକ୍ଷା ଜଷ୍ଟିସ୍‌ ରଞ୍ଜନା ପ୍ରକାଶ ଦେଶାଇ, ସଦସ୍ୟ ସୁଶୀଲ ଚନ୍ଦ୍ରା ଏବଂ କେ.କେ. ଶର୍ମା ଶୁକ୍ରବାର ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ସୁଶୀଲ ଚନ୍ଦ୍ରା କହିଛନ୍ତି, ୧୯୮୧ରେ ପ୍ରଥମ ସମ୍ପୂର୍ଣ୍ଣ ସୀମା ପୁନଃ ନିର୍ଦ୍ଧାରଣ ଆୟୋଗ ଗଠନ କରାଯାଇଥିଲା। ୧୯୮୫ ଜନଗଣନା ଆଧାରରେ ଉକ୍ତ କମିଶନ ଏହାର ୧୪ ବର୍ଷ ପରେ ଅର୍ଥାତ୍‌ ୧୯୯୫ରେ ସୁପାରିସ କରିଥିବାରୁ ସୀମା ପୁନଃ ନିର୍ଦ୍ଧାରଣ ହୋଇପାରି ନ ଥିଲା। ସମସ୍ତ ଦାବି ଓ ସୁପାରିସକୁ ଧ୍ୟାନରେ ରଖି ଏକ ଚିଠା ପ୍ରସ୍ତୁତ କରାଯିବ। ଲୋକଙ୍କ ମତାମତ ପାଇଁ ଏହାକୁ ପବ୍ଲିକ୍‌ ଡୋମେନ୍‌ରେ ସାର୍ବଜନୀନ କରାଯିବ। ସମସ୍ତ ମନ୍ତବ୍ୟକୁ ଅନୁଧ୍ୟାନ କରିବା ପରେ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ନେଇ ଚୂଡ଼ାନ୍ତ ଚିଠା ପ୍ରସ୍ତୁତ କରାଯିବ।
୧୯୯୫ରେ ୧୨ ଜିଲା ଥିଲା। ଏହି ସଂଖ୍ୟା ଏବେ ୨୦ରେ ପହଞ୍ଚତ୍ଛି। ସେହିପରି ତହସିଲ ସଂଖ୍ୟା ୫୮ରୁ ୨୭୦କୁ ବୃଦ୍ଧି ପାଇଛି। ୧୨ ଜିଲାରେ ନିର୍ବାଚନମଣ୍ଡଳୀ ସୀମା ଜିଲାର ସୀମା ବାହାରକୁ ଯାଇଛି। ୨୦୧୧ ଜନଗଣନା ଅନୁସାରେ ଜମ୍ମୁର ଜନସଂଖ୍ୟା ୫୩,୭୮,୫୩୮ ଥିବାବେଳେ କଶ୍ମୀରର ଜନସଂଖ୍ୟା ହେଉଛି ୬୮,୮୮,୪୭୫।

ନିର୍ବାଚନ ପାଇଁ ବାଟ ଫିଟିବ

୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ଏହାସହ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପ୍ରତିଷ୍ଠା କରିଥିଲେ। ଏହି ପଦକ୍ଷେପ ସହ ଉପତ୍ୟକାର ସୀମା ପୁନଃ ନିର୍ଦ୍ଧାରଣ ପାଇଁ ବାଟ ଫିଟିଥିଲା। କେନ୍ଦ୍ର ସରକାର ୨୦୨୦ ମାର୍ଚ୍ଚରେ ୩ ସଦସ୍ୟ ବିଶିଷ୍ଟ ସୀମା ପୁନଃ ନିର୍ଦ୍ଧାରଣ ଆୟୋଗ ଗଠନ କରିଥିଲେ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧ ମାର୍ଚ୍ଚରେ ଉକ୍ତ କମିଶନଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢ଼ାଯାଇଥିଲା। ଆୟୋଗ ୨୦୨୨ ମାର୍ଚ୍ଚ ପୂର୍ବରୁ କେନ୍ଦ୍ର ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିପାରନ୍ତି। ଏହା ପରେ ବିଧାନସଭା ନିର୍ବାଚନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri