Posted inଜାତୀୟ

ଦୁଇ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀର ହେବ ଆତଙ୍କବାଦ ମୁକ୍ତ…

ନୂଆଦିଲ୍ଲୀ,୧୮।୧୧: ଜମ୍ମୁ -କଶ୍ମୀରରେ ଆତଙ୍କବାଦକୁ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରୁ ଆତଙ୍କବାଦ ସମ୍ପୂର୍ଣ୍ଣ ରୂପେ ଲୋପ ହେବ ବୋଲି ସେ କହିିଛନ୍ତି। ମନୋଜ ସିହ୍ନାଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଉପତ୍ୟକାରେ ଆତଙ୍କବାଦୀ ଘଟଣାରେ ବୃଦ୍ଧି ଘଟିଛି।

ଜମ୍ମୁରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମନୋଜ ସିହ୍ନା କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଲୋକମାନେ ନିଶ୍ଚିତ ଭାବରେ ଚିନ୍ତିତ ଅଛନ୍ତି। ଆମେ ଜନସାଧାରଣଙ୍କୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ଦୁଇ ବର୍ଷ ମଧ୍ୟରେପ ଏଠାରେ ଆଉ ଆତଙ୍କବାଦୀଙ୍କୁ ସେମାନେ ଦେଖିବେ ନାହିଁ। ଭାରତ ସରକାର ଏ ଦିଗରେ କାର୍ଯ୍ୟ କରୁଛନ୍ତି।

ବିଭିନ୍ନ ଆତଙ୍କବାଦୀ ସଂଗଠନରେ ସ୍ଥାନୀୟ ଅଞ୍ଚଳର ୧୧୭ ଜଣ ଯୁବବର୍ଗ ଯୋଗ ଦେଇଛନ୍ତି। ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ର ସୂତ୍ରରୁ ଏହା ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ସମୁଦାୟ ୪୮ ବାଟାଲିୟନ ସିଆର୍‌ପିଏଫ ମୁତୟନ ହୋଇଛନ୍ତି। ଏଥିମଧ୍ୟରୁ ୨୨ଟି ବାଟାଲିୟନ ଶ୍ରୀନଗରରେ ସ୍ବତନ୍ତ୍ର ଭାବେ ମୁତୟନ ହୋଇଥିବାବେଳେ ୨୨ ବାଟାଲିୟନକୁ କଶ୍ମୀରର ଅବଶିଷ୍ଟ ଅଞ୍ଚଳରେ ମୁତୟନ କରାଯାଇଛି। ଏଠାରେ ଅତିରିକ୍ତ ପାଞ୍ଚଟି କମ୍ପାନୀ ମୁତୟନ ପ୍ରକ୍ରିୟା ଚାଲିଛି ଏବଂ କିଛି ଦିନ ମଧ୍ୟରେ ଏହା ଶେଷ ହେବ।

ଅକ୍ଟୋବରରେ ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ଆତଙ୍କବାଦୀ ବିରୋଧୀ ଅଭିଯାନ ଅପରେଶନ୍‌ ଅଲ୍‌ଆଉଟ୍‌କୁ ସଫଳତା ମିଳିଛି। ମାସକ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୪୪ ଜଣଙ୍କ ମୃତ୍ୟୁ ଘଟିଛି। ସେଥି ମଧ୍ୟରେ ୧୯ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଥିବାବେଳେ ଆତଙ୍କବାଦୀମାନେ ୧୩ ଜଣ ସାଧାରଣ ଲୋକଙ୍କ ହତ୍ୟା କରିଛନ୍ତି। ଅପରପକ୍ଷରେ ସର୍ଚ୍ଚ ଅପରେଶନ୍‌ ସମୟରେ ୧୨ ଜଣ ସୁରକ୍ଷା କର୍ମୀ ଶହୀଦ ହୋଇଛନ୍ତି।

ଜମ୍ମୁ-କଶ୍ମରୀରେ ସମ୍ପ୍ରତି ୩୮ ଆତଙ୍କବାଦୀ ସକ୍ରିୟ ଥିବା ଗତ ସପ୍ତାହରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିମଧ୍ୟରୁ ଲଶ୍କର–ଇ-ତୋଏବାର ୨୭ ଜଣ ଏବଂ ଜୈଶ୍‌-ଇ-ମହମ୍ମଦର ୧୧ ଜଣ ଆତଙ୍କବାଦୀ ରହିଛନ୍ତି। ଆତଙ୍କବାଦୀମାନେ ମୁଖ୍ୟତଃ ଶ୍ରୀନଗର, ବାରମୁଳା, କୁଲଗାମ୍‌, ପୁଲଓ୍ବାମା ଅଦି ଜିଲାରେ ଅଧିକ ସକ୍ରିୟ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କଡ଼ା ଆଭିମୁଖ୍ୟ ମଧ୍ୟ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri