ମୋଦିଙ୍କ ସହ ହ୍ବାଇଟ ହାଉସରେ ଡିନର କରିଥିବା ଅରବପତି ଜେମ୍ସ କ୍ରାଉନଙ୍କ ପରଲୋକ

ଓ୍ବାଶିଂଟନ,୨୭।୬: ଆମେରିକାର ବ୍ୟବସାୟୀ, ଅରବପତି ନିବେଶକ ଜେମ୍ସ କ୍ରାଉନଙ୍କର ରବିବାର ମୃତ୍ୟୁ ହୋଇଛି। କଲରାଡୋରେ ଏକ କାର ରେସିଂ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଦୁର୍ଘଟଣା ଦିନ ଅର୍ଥାତ୍‌ ରବିବାର ଜେମ୍ସ କ୍ରାଉନ ତାଙ୍କର ୭୦ ତମ ଜନ୍ମଦିନ ପାଳନ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ସିଏନଏନର ରିପୋର୍ଟ ଅନୁଯାୟୀ, ରେସ ସମୟରେ ହେନରି କ୍ରାଉନ ଆଣ୍ଡ କମ୍ପାନୀର ଅଧ୍ୟକ୍ଷ ଜେମ୍ସ କ୍ରାଉନଙ୍କ କାର ଏକ ବାରିୟର ସହ ଧକ୍କା ହୋଇଥିଲା, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। କ୍ରାଉନଙ୍କ ମୃତ୍ୟୁ ପରେ ପିଟକିନ କାଉଣ୍ଟି କୋରୋନର କାର୍ଯ୍ୟାଳୟର ଏକ ପ୍ରେସ ରିଲିଜରେ କୁହାଯାଇଥିଲା କି ପୋଷ୍ଟ ମର୍ଟମ ପରେ ସ୍ପଷ୍ଟ ହେବ ଯେ ଆମେରିକା ବ୍ୟବସାୟୀଙ୍କ ମୃତ୍ୟୁ କେଉଁ କାରଣୁ ହୋଇଛି। ହେଲେ ଏବେ ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।
କ୍ରାଉନ ପରିବାରର ଏକ ଆସପେନ ସ୍କିଙ୍ଗ କମ୍ପାନୀର ମାଲିକ ଏବଂ ସିକାଗୋର ସବୁଠାରୁ ଧନୀ ପରିବାର ମଧ୍ୟରୁ ଗୋଟିଏ। କ୍ରାଉନଙ୍କ ଆକସ୍ମିକ ମୃତ୍ୟୁରେ ତାଙ୍କ ପରିବାର ସ୍ତବ୍ଧ ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ତାଙ୍କ ପରିବାର ଅନୁରୋଧ କରନ୍ତି ଯେ ଏହି କଷ୍ଟ ସମୟରେ ସେମାନଙ୍କ ଗୋପନୀୟତାକୁ ସମ୍ମାନ ଦିଆଯାଉ। ପରିବାରର ମୁଖପାତ୍ର ଆସପେନ ଟାଇମ୍ସକୁ ଏକ ବୟାନରେ କହିଛନ୍ତି ଯେ ଜେମ୍ସ କ୍ରାଉନଙ୍କ ମୃତ୍ୟୁରେ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଉଲ୍ଲେଖନୀୟ କଥା ହେଉଛି, କ୍ରାଉନ ତାଙ୍କ ପରିବାର ବ୍ୟବସାୟର ସିଇଓ ତଥା ଚେୟାରମ୍ୟାନ, ନିବେଶ ସଂସ୍ଥା ହେନେରୀ କ୍ରାଉନ ଆଣ୍ଡ କମ୍ପାନୀର ଚେୟାରମ୍ୟାନ ଥିଲେ। ଯେଉଁଥିରୁ ସେ ପ୍ରାୟ ୧୦.୨ ବିଲିୟନ ଡଲାର ସମ୍ପତ୍ତିର ଉତ୍ତରାଧିକାରୀ ହୋଇଥିଲେ। କେବଳ ଏତିକି ନୁହେଁ, ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନାର୍ଥେ ହ୍ବାଇଟ ହାଉସରେ ଆୟୋଜିତ ରାତ୍ରୀ ଭୋଜନରେ ଜେମ୍ସ କ୍ରାଉନ ମଧ୍ୟ ଯୋଗ ଦେଇଥିଲେ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ସେ ଅତି ନିକଟତର ଥିଲେ। ତାଙ୍କ ଶାସନ କାଳରେ ସେ କ୍ରାଉନଙ୍କୁ ଗୁଇନ୍ଦା ପରାମର୍ଶଦାତା ବୋର୍ଡରେ ନିଯୁକ୍ତ କରିଥିଲେ। ବାରାକ ଓମାବା ଓ ମିଶେଲ ଓବାମା କ୍ରାଉନଙ୍କ ମୃତ୍ୟୁରେ ଗଭିର ଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri