ବିଶ୍ୱରେ ୭ ଦ୍ୱୀପ ମଧ୍ୟରେ ଜମ୍ବୁଦ୍ୱୀପ ଶ୍ରେଷ୍ଠ, ରାଜ୍ୟର ଗର୍ବ ଓ ଗୌରବ ବହନ କରି ଆଜି…

ମହାକାଳପଡ଼ା,୨୦ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମଚଣ୍ଡୀ ପୀଠ ନିକଟରେ ଚାଲିଥିବା ଜମ୍ବୁଦ୍ୱୀପ ମହୋତ୍ସବର ରବିବାର ଅନ୍ତିମ ସା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ବାଇଁ ଯୋଗଦେଇ ପ୍ରଥମେ ଶ୍ରୀ ଶ୍ରୀ ଜଗନ୍ନାଥ ଓ ମା’ ରାମଚଣ୍ଡୀଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଉଦ୍‌ଯାଟନ କରିଥିଲେ। ଜମ୍ବୁଦ୍ୱୀପ ମହୋତ୍ସବ କେନ୍ଦ୍ରାପଡ଼ା ଜିଲା ତଥା ରାଜ୍ୟର ଗର୍ବ ଓ ଗୌରବ ଏବଂ ଓଡ଼ିଆ ଅସ୍ମିତାର ପରିଚୟ। ବିଶ୍ୱରେ ଥିବା ୭ ଦ୍ୱୀପ ମଧ୍ୟରେ ଜମ୍ବୁଦ୍ୱୀପ ଶ୍ରେଷ୍ଠ ବୋଲି ମତବ୍ୟକ୍ତ କରିଥିଲେ। ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକଙ୍କ ପରିକଳ୍ପନା ଓ ଉଦ୍ୟମକୁ ମୁଖ୍ୟ ଅତିଥି ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଭାବେ ରାଜନଗର ବନଖଣ୍ଡ ଅଧିକାରୀ ଭରଦ୍ୱାଜ ଗାଁଓକର ପ୍ରଥମଥର ଏହି ମହୋତ୍ସବ ଦେଖି ଖୁବ୍‌ ଭାବବିହ୍ବଳ ହୋଇପଡ଼ିଥିଲେ। ଆଗାମୀ ପିଢ଼ି ପାଇଁ ଓଡ଼ିଆ ଅସ୍ମିତାର ଅନ୍ୟନାମ ଜମ୍ବୁଦ୍ୱୀପ ମହୋତ୍ସବ ବୋଲି ସେ କହିଛନ୍ତି। ସେହିପରି ଅତିରିକ୍ତ ଜିଲାପାଳ (ରାଜସ୍ବ) ରବୀନ୍ଦ୍ର କୁମାର ମଲିକ, ଉପଜିଲାପାଳ ଅରୁଣ କୁମାର ନାୟକ, ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ତହସିଲଦାର ତଥା ମନ୍ଦିର ସୋଲ ଟ୍ରଷ୍ଟ ରବି ନାରାୟଣ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଜମ୍ବୁଦ୍ୱୀପ ମହୋତ୍ସବ ଉପରେ ଆଲୋକପାତ କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କଳାକାରମାନଙ୍କୁ ମହୋତ୍ସବ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚ ସମ୍ମୁଖରେ ଉପସ୍ଥିତ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଆତ୍ମା ଅଧ୍ୟକ୍ଷ ହିମାଂଶୁ ଶେଖର ପ୍ରଧାନ, ବିକ୍ରମ କେଶରୀ ରାଉତରାୟ, ପ୍ରଶାନ୍ତ କୁମାର ସେଠୀ, ବିକ୍ରମାଦିତ୍ୟ ସାହୁ, କ୍ରିଷ୍ଣପଦ ମଣ୍ଡଳ, ଅଭିଜିତ୍‌ ଗୌତମ ଦାସଙ୍କ ସମେତ ବହୁସଂଖ୍ୟକ ଦର୍ଶକ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share