ଅଲୋଡ଼ା ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ

ମହାକାଳପଡ଼ା,୨୯ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଦେଇ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ଯାଇଛି। ଏହି କେନାଲରେ ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶ ଶାସକ ବିଦେଶରୁ ଖାଦ୍ୟ ଶସ୍ୟ ନେଇ କଟକ ଯୋବ୍ରାରେ ପହଞ୍ଚାଇ ଗୋଦାମ ଘରେ ଗଚ୍ଛିତ ରଖୁଥିଲେ। ପରେ ଏହି ଖାଦ୍ୟ ଶସ୍ୟକୁ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚାଉ ଥିଲେ। କିନ୍ତୁ ଏହି କେନାଲ ଅଞ୍ଚଳର ମୁଖ୍ୟ ଜୀବନ ଜୀବିକା ସହିତ ଅର୍ଥନୈତିକ ଓ ବାଣିଜ୍ୟ କ୍ଷେତ୍ରରେ ରୋଜଗାର ଯୋଗାଉଥିଲା ବୋଲି ପୁରୁଖା ବ୍ୟବସାୟୀମାନେ କହିଛନ୍ତି। ଏହି କେନାଲ କଟକ ମହାନଦୀରୁ ଉତ୍ପତ୍ତି ହୋଇ ଶେଷରେ ବଙ୍ଗୋପସାଗର ସଂଲଗ୍ନ ଜମ୍ବୁ ନିକଟ ଗୋବରୀ ନଦୀରେ ମିଶିଛି। ଏହି କେନାଲ ନିର୍ମାଣ ସମୟରେ କେତେଜଣ ଶ୍ରମିକଙ୍କ ଜୀବନ ଯାଇଥିବା ପୁରୁଖା ବ୍ୟବସାୟୀ, ଚାଷୀ, ବୁଦ୍ଧିଜୀବୀମାନଙ୍କଠାରୁ ଶୁଣିବାକୁ ମିଳିଛି।
ଏ ସମ୍ପର୍କରେ କୃଷକ ନେତା ଅଙ୍କୁର ପଲାଇ, ପୂର୍ବତନ ସରପଞ୍ଚ ନାଥ କୁମାର ଭୋଳ, ବରିଷ୍ଠ ଚାଷୀ ବାବାଜୀ ବେହେରା, ସାମାଜିକ କର୍ମୀ ବିରଞ୍ଚତ୍ ନାରାୟଣ ଦାସ, ବୁଦ୍ଧିଜୀବୀ ସୁବାସ ସ୍ବାଇଁ କହିଛନ୍ତି, ଦିନ ଥିଲା ବିଦେଶରୁ ସମୁଦ୍ର ପଥ ଦେଇ ଜାହାଜରେ ଆସୁଥିବା ସାମଗ୍ରୀକୁ ବ୍ରିଟିଶ ଶାସକ ଡଙ୍ଗା ଦ୍ୱାରା କେନାଲରେ ନୌବାଣିଜ୍ୟ କାରବାର କରୁଥିଲେ। ଏହି ଅଞ୍ଚଳର ଗ୍ରାମାଞ୍ଚଳ ବ୍ୟବସାୟୀ କଟକ ମାଲଗୋଦାମରୁ ସଉଦା ପତ୍ର, ଚୌଦ୍ୱାରରୁ ବାଉଁଶ, ମଣ୍ଡାପଡ଼ାରୁ ବଉଳା ଓ ମାଙ୍କଡ଼ା ପଥର, ମହାନଦୀ ମିଠା ବାଲି ସମେତ ବିଭିନ୍ନ ଗୃହ ନିର୍ମାଣ ସାମଗ୍ରୀକୁ ବଡ଼ ବଡ଼ କାଠଡଙ୍ଗା ଦ୍ୱାରା କେନାଲରେ ଆଣୁଥିଲେ। ସେ ଦିନର ବ୍ରିଟିଶ ନିର୍ମିତ କେନାଲ ଏବେ ତା’ର ସତ୍ତା ହରାଇଛି। ପୂର୍ବଭଳି ଆଉ ଯତ୍ନ ନିଆଯାଉ ନାହିଁ। ଏହି କେନାଲ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ଅଧୀନରେ ରହିଛି। କେନାଲର ଗଣ୍ଡ ସୃଷ୍ଟି ହୋଇଥିବା ମଧ୍ୟସ୍ଥଳରେ ବୁଦୁ ବୁଦିକିଆ ବେଣାବୁଦା ଓ କଟିକୀଦଳ ଥିତ୍ବା ସ୍ଥାନରେ ବିଲୁଆ ବସାବାନ୍ଧି ରହୁଥିବା ଦେଖିବାକୁ ମିଳୁଛି। ସୁଦୀର୍ଘ କେନାଲର ବହୁବର୍ଷ ପୂର୍ବରୁ ମହାନଦୀର ବନ୍ୟା ସ୍ରୋତରେ ବନ୍ଧ ଭାଙ୍ଗି ମହାକାଳପଡା, କିୟାର ବାଙ୍କ, ପରେଶ୍ୱରପୁର, ଟାଙ୍କିବେଲାରି ଓ ଅରୁଣନଗରଠାରେ ବଡ଼ ବଡ଼ ଓସାରିଆ ଗଣ୍ଡ ସୃଷ୍ଟି ହୋଇଥିଲା। ଅଦ୍ୟାବଧି ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର କରାଯାଉନାହିଁ। ହେଲେ ବର୍ଷକୁ ଥରେ କି ଦୁଇ ଥର ଚାଷୀମାନଙ୍କ ପାଇଁ ଜମିକୁ ଜଳ ଯୋଗାଣ କରାଯାଉଛି। କିଛି ଜଳ ଚାଷଜମିକୁ ଯାଉଥିବା ବେଳେ ବଳକା ପାଣି ଗୋବରୀ ନଦୀରେ ମିଶୁଛି। ମାର୍ଶାଘାଇଠାରୁ ଜମ୍ବୁ ପର୍ଯ୍ୟନ୍ତ ୨୪ କିମି ଦୂର କେନାଲ ସାରା କଟିକୀଦଳ ଭରି ରହିଛି। କେନାଲ ଉଭୟ ପାର୍ଶ୍ୱ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ତେବେ ଜଳ ଯୋଗାଣ ସ୍ରୋତ ହ୍ରାସ ପାଇବା ସହ ଚାଷଜମିର ହିଡ଼ ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନି ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି। କେବଳ ଚାଷୀମାନଙ୍କଠାରୁ ଜଳକର (ରାଜସ୍ବ) ଆଦାୟ କରି ବିଭାଗ ଚୁପ୍‌ ହୋଇବସିଛି। ରାଜ୍ୟ ସରକାର ଏହି ଅଞ୍ଚଳରେ ଦେଶର ବୃହତ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଉଥିବା ବେଳେ ଏହି ଅଲୋଡ଼ା କେନାଲ ପ୍ରତି ଯତ୍ନବାନ୍‌ ହେବା ଆବଶ୍ୟକ। ଏହି କେନାଲ ପୁନରୁଦ୍ଧାର ନ ହେଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ଏଡ଼ାଇ ଦିଆଯାଇପାରିବ ନାହିଁ। କେନାଲ ପୁନରୁଦ୍ଧାର ପାଇଁ ମେଗା ପ୍ରୋଜେକ୍ଟ ଆବଶ୍ୟକତା ରହିଛି। ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର। ଯେଉଁ କେନାଲ ଦିନେ ଓଡ଼ିଆମାନଙ୍କର ନୌବାଣିଜ୍ୟର କୀର୍ତ୍ତି ବହନ କରୁଥିଲା ତାହା ଆଜି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି। ଯେଉଁଠି ବଡ ବଡ ଡଙ୍ଗା ଲାଗୁଥିଲା ସେହି ସ୍ଥାନରେ ଛୋଟ ଡିଙ୍ଗିଟିଏ ପହଞ୍ଚତ୍ବା କଷ୍ଟକର ହେଉଛି। ଏହାର ପୁନରୁଦ୍ଧାର କରାଗଲେ ଶତାଧିକ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ହୋଇପାରିବ। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ଉକ୍ତ କେନାଲ ନବୀକରଣ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri