ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ ଗୁପ୍ତ ବୈଠକଖାନା ବହନ କରୁଥିଲା। ୧୮୬୬ ନଅଙ୍କ ଦୁର୍ଭିକ୍ଷ ପୂର୍ବରୁ ଏହି ବିଶାଳ କୋଠା ନିର୍ମିିତ ହୋଇଥିବା କୁହାଯାଉଛି। ବିଶେଷକରି ଏହି ବିଶାଳ କୋଠା କେବଳ ବଡ଼ ବଡ଼ ଲାଲ ଇଟାରେ ଚୂନ, ଗୁଡ଼, ଲାଖ ଓ ଶାଗୁଆନ କାଠ ଲୌହ ବିମ୍‌ରେ ଉଭା ହୋଇଛି। ସମୟ କ୍ରମେ ବ୍ରିଟିଶ ଶାସନ ପରେ ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁ ଏହା ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି। ଦୃର୍ବୃତ୍ତମାନେ ସୁଯୋଗ ନେଇ ଏଥିରୁ ଲୌହ, କାଠ ସାମଗ୍ରୀ ତାଡ଼ି ନେଇଗଲେଣି। ଫଳରେ ଏହା ବର୍ଷା ପବନରେ ନଷ୍ଟ ହେବାର ଲାଗିଛି। କୌଣସି ମୁହୂର୍ତ୍ତରେ ଏହି ବିଶାଳ କୋଠା ଭୁଶୁଡିବା ଆଶଙ୍କା ପ୍ରକାଶ ପାଇଛି ବୋଲି ଜମ୍ବୁ ସରପଞ୍ଚ ବିଶ୍ୱଜିତ ବସୁ କହିଛନ୍ତି। ୨୦୧୬ରେ ଏହି ବିଶାଳ କୋଠାର ପୁନରୁଦ୍ଧାର ପାଇଁ ଅର୍ଥ ରାଶି ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହା ବାତିଲ ହୋଇ ଯାଇଥିବା ଜଣାଯାଇଛି। ଓଡ଼ିଆ ଲୋକ କୌଣସି ଭୁଲ କଲେ ଏଠାରେ ଦଣ୍ଡ ପାଇବାର ବ୍ୟବସ୍ଥା ରହିଥିଲା। ଏହି କୋଠାର ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଜିଲାପାଳ ରଘୁରାମ ଆର ଆୟାରଙ୍କୁ ପଚାରିବାରୁ ଏହା ମୋ ଦୃଷ୍ଟିକୁ ଆସିଛି। ଏହାର ପୁନରୁଦ୍ଧାର ପାଇଁ କୌଣସି ସ୍ବତନ୍ତ୍ର ପାଣ୍ଠି ବ୍ୟସ୍ଥା ନାହିଁ । ତଥାପି ମୁଁ ଏହା ଉପରେ ଏକ କମିଟି କରି ସେଠାକୁ ପଠାଇ କ’ଣ ପଦକ୍ଷେପ ନିଆଯାଇ ପାରିବ ଚେଷ୍ଟା କରିବି ବୋଲି କହିଛନ୍ତି ।

Dharitri – Odisha’s No.1 Odia Daily

Share