ଯାଜପୁରରେ ପୋଲିସକୁ ଧକ୍କା ଦେଇ କଏଦୀଙ୍କୁ ଛଡ଼ାଇନେଲେ ସହଯୋଗୀ

ଯାଜପୁର/କୋରେଇ (ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୧୯ା୨: ପୋଲିସକୁ ଧକ୍କା ଦେଇ ଜଣେ ବିଚାରାଧୀନ କଏଦୀଙ୍କୁ ଛଡ଼ାଇ ନେଇଛନ୍ତି ତାଙ୍କର ୨ଜଣ ସହଯୋଗୀ। ଉକ୍ତ କଏଦୀ ଜଣକ ହେଲେ ଯାଜପୁର ରୋଡ୍‌ ଉପ କାରାଗାରର ରାଣାପ୍ରତାପ ସିଂ(୫୫)। ତାଙ୍କ ଘର ଜହ୍ନା ଗ୍ରାମରେ। ବାଇକ୍‌ରେ ଆସିଥିବା ରାଣାଙ୍କ ୨ ସହଯୋଗୀଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାରେ ପୋଲିସ ସକ୍ଷମ ହୋଇଛି। ଏହି ଘଟଣା ଶନିବାର ଅପରାହ୍ନ ୨ଟାରେ ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଏକ ହୋଟେଲ ସମ୍ମୁଖରେ ଘଟିଥିଲେ ହେଁ ପୋଲିସ ଚାପି ଦେବାକୁ ଉଦ୍ୟମ କରିଛି। ରବିବାର ଘଟଣା ଜଣାପଡ଼ିବା ପରେ ପୋଲିସ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଜଣେ ଯୁବତୀଙ୍କୁ ବଳାତ୍କାର କରିବା ସହ ନଗ୍ନ ଫଟୋ ଭାଇରାଲ କରିବା ଅଭିଯୋଗରେ ରାଣାପ୍ରତାପଙ୍କୁ ପାଣିକୋଇଲି ଥାନା ପୋଲିସ ଗତ ୬ ତାରିଖରେ ଗିରଫ କରିଥିଲା। କୋର୍ଟଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ରାଣାପ୍ରତାପ ଯାଜପୁର ରୋଡ୍‌ ଉପ କାରାଗାରରେ ବିଚାରାଧୀନ କଏଦୀ ଭାବେ ରହିଥିଲେ। ଶନିବାର ପୂର୍ବାହ୍ନରେ ରାଣାପ୍ରତାପ ଅସୁସ୍ଥ ଥିବା ଜେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଜେଲ୍‌ର ଫାର୍ମାସିଷ୍ଟ ମନୋରଞ୍ଜନ ପ୍ରଧାନ ଏବଂ ଜିଲା ପୋଲିସ ହେଡ୍‌କ୍ବାଟର୍ସର ୨ ଜଣ କନଷ୍ଟେବଳ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ତାଙ୍କୁୁ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଫେରିବା ସମୟରେ ମେଡିସିନ କିଣିବାବେଳେ ସେ ଫେରାର ହୋଇଯାଇଥିଲେ ବୋଲି ଜେଲ କର୍ତ୍ତୃପକ୍ଷ କୋରେଇ ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି।

ହେଲେ ଅନ୍ୟ ସୂତ୍ରରୁ ଜଣାପଡ଼ିଛି ଯେ, ଡାକ୍ତରଖାନାରୁ ଅଭିଯୁକ୍ତ ରାଣାପ୍ରତାପଙ୍କୁ ଧରି ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ହୋଟେଲକୁ ନିଆଯାଇଥିଲା। ସେଠାରେ ସେମାନେ ମଧ୍ୟାହ୍ନ ଭୋଜନ କରିଥିଲେ। ସେଠାରେ ଏକ ବାଇକ୍‌ରେ ଦୁଇ ଜଣ ଯୁବକ ଆସି ରାଣାପ୍ରତାପଙ୍କୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ସହିତ ସେମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ସେତେବେଳେ ଜଣେ ଯୁବକ ରାଣାପ୍ରତାପଙ୍କୁ ଧରି ବାଇକ୍‌ରେ ଫେରାର ହେବାକୁ ସକ୍ଷମ ହୋଇଥିଲେ। ଅନ୍ୟ ଜଣେ ପୋଲିସ ହାବୁଡରେ ପଡ଼ିଥିଲେ। ତାଙ୍କୁ କୋରେଇ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି। ତେବେ ତଦନ୍ତରେ ବିଘ୍ନ ହେବା ଆଶଙ୍କାରେ ଅଟକ ଯୁବକଙ୍କ ନାମ ଗୋପନୀୟ ରଖାଯାଇଛି। ଜେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ କୋରାଇ ଥାନାରେ ୯୨/୨୦୨୪ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ରୋଡ୍‌ ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ରାଣାପ୍ରତାପ ଏବଂ ତାଙ୍କ ସହଯୋଗୀଙ୍କୁ ଧରିବାକୁ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରହିଛି। ତୁରନ୍ତ ସେମାନଙ୍କୁ ଗିରଫ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଏବେ ଇଲେକ୍ଟ୍ରିକୁ ନେଇ ସରକାରଙ୍କ ବଡ଼ ଘୋଷଣା, ପଡିବ ବଡ଼ ପ୍ରଭାବ

ନୂଆଦିଲ୍‌ଲୀ,୧୫।୩: LPG ଏବଂ PNG ନିୟମରେ ପରିବର୍ତ୍ତନ ପରେ, କେନ୍ଦ୍ର ସରକାର ବର୍ତ୍ତମାନ ବିଦ୍ୟୁତ ନିୟନ୍ତ୍ରଣ ନିୟମରେ ପ୍ରମୁଖ ସଂଶୋଧନ ଘୋଷଣା କରିଛନ୍ତି। ଏହି ପରିବର୍ତ୍ତନଗୁଡ଼ିକ ବ୍ୟକ୍ତି,…

ବ୍ୟବସାୟ କରିବାକୁ ଯାଉଥିଲେ, ସକାଳୁ ଘଟିଲା ବଡ଼ ଦୁର୍ଘଟଣା

ଭଞ୍ଜନଗର,୧୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଛକ ନିକଟରେ ରବିବାର ସକାଳେ ଏକ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଗୋପାଳ…

ଯୁଦ୍ଧ ହେଲା ଭୟଙ୍କର: ସରକାରୀ କର୍ମଚାରୀଙ୍କ କଟିବ ଦରମା, ସରକାର ନେଲେ ବଡ଼ ନିଷ୍ପତ୍ତି

ଇସଲାମବାଦ,୧୫।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ କେବଳ ଗୋଟିଏ ଦେଶରେ ନୁହେଁ ସାରା ବିଶ୍ୱରେ ପଡିଛି ବଡ଼ ପ୍ରଭାବ । ଏବେ ଖବର ଆସିଛି ଯେ ଯୁଦ୍ଧ ଯୋଗୁ କେବଳ…

ସ୍ତ୍ରୀ, ବୋହୂ ,ନାତୁଣୀଙ୍କୁ ହତ୍ୟା ଘଟଣା : ମେଡିକାଲରେ ଅଭିଯୁକ୍ତଙ୍କ ମୃତ୍ୟୁ 

ଦେବଗଡ଼,୧୫।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ସେ ବିଷ ଖାଇ ଗୁରୁତର ଥିବାରୁ ବୁର୍ଲା ମେଡିକାଲରେ …

ରାଜ୍ୟ ସଭା ନିର୍ବାଚନ: ଘୋଡାବେପାର ପରେ ଚର୍ଚ୍ଚା ଏଜେଣ୍ଟ ହେବ କିଏ?

ଭୁବନେଶ୍ୱର, ୧୫।୩(ସୁନିତ୍‌ ମିଶ୍ର): ବିଜେଡିର ଅଧିକାଂଶ ନେତାଙ୍କ ଭିତରେ ବର୍ତ୍ତମାନ ଆଲୋଚନା ରାଜ୍ୟ ସଭା ନିର୍ବାଚନ ଲାଗି ଦଳର ଏଜେଣ୍ଟ କିଏ ହେବେ। ଏଜେଣ୍ଟଙ୍କ କାମ ହେଉଛି,…

ଆଜିଠୁ ୪ ଦିନ ଝଡ଼ବର୍ଷା

ଭୁବନେଶ୍ୱର, ୧୫ା୩(ବନ୍ଦନା ସେଠୀ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଶନିବାର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡାରେ ସର୍ୱାଧିକ ତାପମାତ୍ରା…

ଆମେରିକା ଉପରେ ଭୟଙ୍କର ଆକ୍ରମଣ କଲା ଇରାନ, ସବୁ ଛାରଖାର…

ତେହରାନ୍‌/ଓ୍ୱାଶିଂଟନ୍‌,୧୫ା୩:(ଏ.ପି./ରଏଟର୍ସ) ମଧ୍ୟପ୍ରାଚ୍ୟ ଯୁଦ୍ଧ ଶନିବାର ତୃତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଇରାନ୍‌ର ମୁଖ୍ୟ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପରେ ଆମେରିକା ଆକ୍ରମଣ କରିଛି। ‘କ୍ରାଉନ୍‌ ଜୁଏଲ୍‌’…

ଚାଷୀଙ୍କ ଦୁଃଖ: ଅମଳ ବେଳେ କଲରା କିଆରୀ ଉଜାଡ଼ିଲେ ଦୁର୍ବୃତ୍ତ, ଜମୁର୍ଡା ଗ୍ରାମରେ ଉତ୍ତେଜନା!

ବରଗଡ଼, ୧୪/୦୩ (ପ୍ରେମାନନ୍ଦ ଖମାରୀ): ଜଣେ ଚାଷୀ ରକ୍ତକୁ ପାଣି କରି ଫସଲ ଉଜେଇଥିବା ବେଳେ, ଅମଳ ସମୟରେ ଦୁର୍ବୃତ୍ତଙ୍କ କଳା ପାହାର ଚାଷୀର ମେରୁଦଣ୍ଡ ଭାଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri