କେନ୍ଦ୍ର ଶୁଣୁନି ଓଡ଼ିଶା ଏମ୍‌ପିଙ୍କ ଦାବି

ଯାଜପୁର ଅଫିସ,୧୮ା୧୨: ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟ ଅନୁସାରେ ପୂର୍ବତଟ ରେଳପଥ ଜୋନରେ ଗତ ୩ ବର୍ଷରେ ରାଜସ୍ବ ଆଦାୟ ଅନ୍ୟ ଜୋନ୍‌ ତୁଳନାରେ ସର୍ବାଧିକ। ୨୦୧୯-୨୦ରେ ୧୭,୭୪୬.୫୫ କୋଟି, ୨୦୨୦-୨୧ରେ ୧୭,୪୯୭.୫୦ କୋଟି ଏବଂ ୨୦୨୧-୨୨ରେ ୧୯,୯୭୩.୮୦ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି। ଅଥଚ ସବୁ ପ୍ରକାର ଭିତ୍ତିଭୂମି ଥାଇ ପୂର୍ବତଟ ରେଳପଥ ଜୋନ୍‌ର ଯାଜପୁର ଜିଲାର ଯାଜପୁର-କେନ୍ଦୁଝରରୋଡ୍‌ ରେଳଷ୍ଟେଶନକୁ ଡିଭିଜନ ମାନ୍ୟତା ମିଳିପାରୁନାହିଁ। ଏହାସହ ଦୀର୍ଘଦିନର ଦାବି ବିରଜାକ୍ଷେତ୍ର ଏବଂ ଆରଡିକୁ ରେଳପଥ ସଂଯୋଗ ସର୍ଭେରେ ଅଟକିଛି। ଏନେଇ ରାଜନୈତିକ ନେତୃବର୍ଗ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାବି, ଦସ୍ତଖତ ଅଭିଯାନ, ଆନ୍ଦୋଳନ ଆଦି ଜରିଆରେ କେନ୍ଦ୍ର ସରକାର ଓ ରେଲୱେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳି ପାରୁନାହିଁ। ଏପରିକି ଏମ୍‌ପିମାନେ ଦୀର୍ଘ ବର୍ଷ ହେଲା ଲୋକ ସଭାରେ ଏନେଇ ଦାବି ଉପସ୍ଥାପନ କରୁୁଥିଲେ ହେଁ ରେଳ ମନ୍ତ୍ରଣାଳୟ ଅଣଦେଖା କରିଚାଲିଛି। ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ଓ ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଯାଜପୁର-କେନ୍ଦୁଝରରୋଡ୍‌ ଷ୍ଟେଶନକୁ ଡିଭିଜନ ମାନ୍ୟତା ଏବଂ ଭଦ୍ରକ-ଚାନ୍ଦବାଲି-ଆଖଣ୍ଡଳମଣି-ଯାଜପୁରକୁ ନୂତନ ରେଳପଥ ସଂଯୋଗ କରିବାକୁ ଦାବି କରି ଆସୁଥିଲେ ବି କିଛି ସୁଫଳ ମିଳି ପାରୁନାହିଁ। ଓଡ଼ିଶା ଏମ୍‌ପିଙ୍କ ଦାବିକୁ କେନ୍ଦ୍ର ସରକାର ଶୁଣୁ ନ ଥିବା ସ୍ପଷ୍ଟ ମନେ ହେଉଛି। ଏହାସହ ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ସାଇ ମନ୍ଦିର ନିକଟରେ ଏକ ଫ୍ଲାଏଓଭର ବ୍ରିଜ କିମ୍ବା ଗଳିପୋଲ ନିର୍ମାଣ କରିବାକୁ ଗତ ବଜେଟରେ ମଞ୍ଜୁର ହୋଇଥିଲେ ହେଁ ତାହାର ଅଗ୍ରଗତି ନୈରାଶ୍ୟଜନକ ରହିଛି।
ଯାଜପୁର-କେନ୍ଦୁଝରରୋଡ୍‌ ଷ୍ଟେଶନଠାରୁ ଧାମରା ଭାୟା ଯାଜପୁର ଓ ଆରଡି ପର୍ଯ୍ୟନ୍ତ ୯୫.୯୫୦ କି.ମି. ନୂତନ ରାସ୍ତା ପାଇଁ କେନ୍ଦ୍ର ସରକରଙ୍କ ନିର୍ଦ୍ଦେଶକ୍ରମେ ୨୦୧୨-୧୩ରେ ସର୍ବେକ୍ଷଣ ହୋଇଥିଲା। ୨୦୧୫ ଏପ୍ରିଲରେ ରେଳ ମନ୍ତ୍ରଣାଳୟ ଅଧୀନ ରେଲଓ୍ବେ ବୋର୍ଡ ନିକଟରେ ନଥିପତ୍ର ଦାଖଲ କରାଯାଇଛି। ଏହି ରେଳପଥ ନିର୍ମାଣ ପାଇଁ ୧୦୪୨.୬୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ମଧ୍ୟ ହୋଇଛି। ଏହା ନିର୍ମାଣ ହେଲେ ପୂର୍ବତଟ ରେଳପଥ ବର୍ଷକୁ ୨୭.୪୩ ପ୍ରତିଶତ ଲାଭବାନ ହେବ ବୋଲି କୁହାଯାଇଛି। କିନ୍ତୁ ଏହି ରେଳପଥ ନିର୍ମାଣକୁ ଅଣଦେଖା କରାଯାଉଥିବାବେଳେ ଲାଭ ନ ଥିବା ପ୍ରକଳ୍ପଗୁଡିକୁ ମଞ୍ଜୁର କରାଯାଉଛି ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ କେନ୍ଦ୍ର ସରକାର ଯାଜପୁର ଜିଲାର କଳିଙ୍ଗନଗରକୁ ଏସିଆର ବୃହତ୍‌ ଶିଳ୍ପ ହବ୍‌ ବୋଲି କହୁଛନ୍ତି ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯାଜପୁର-କେନ୍ଦୁଝର ରୋଡ୍‌ ଷ୍ଟେଶନକୁ ଏକ ରେଳ ଡିଭିଜନ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି। ଏଥିନିମନ୍ତେ ଆବଶ୍ୟକ ଜମି ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଜିଲାରେ ୪ଟି ଜଙ୍କସନ ଓ ୨୧ଟି ରେଳଷ୍ଟେଶନ ରହିଛି। ପଡୋଶୀ ଜିଲାରେ ରହିଥିବା ଧାମରା ଓ ପାରାଦୀପ ବନ୍ଦର ସହ ବାଣିଜି୍ୟକ କାରବାର ବୃଦ୍ଧି ପାଇଁ ଏହି ଡିଭିଜନର ଆବଶ୍ୟକତା ରହିଛି ା ଏଭଳି ସ୍ଥିତିରେ ଅଗ୍ରାଧିକାର ଭିତ୍ତିରେ ଏଠାରେ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ଏମ୍‌ପିମାନେ ଦାବି କରି ଆସୁଛନ୍ତି। ଏହାବାଦ ବ୍ୟାସନଗର ନାଗରିକ କମିଟି, ଯାଜପୁର-ଧାମରା ରେଳପଥ ସଂଯୋଗ କ୍ରିୟାନୁଷ୍ଠାନ କମିଟି, ବିରଜାକ୍ଷେତ୍ର ବିକାଶ ମଞ୍ଚ ଆଦି ଅନୁଷ୍ଠାନ ପକ୍ଷରୁ ଉପରୋକ୍ତ ମର୍ମରେ ଦାବି ହୋଇଆସୁଛି। ଚଳିତ ଲୋକ ସଭା ଅଧିବେଶନରେ ଯାଜପୁର ଏମ୍‌ପି ଶର୍ମିଷ୍ଠା ଉପରୋକ୍ତ ଦାବିଗୁଡିକୁ ପୁଣି ଦୋହରାଇଛନ୍ତି। ହେଲେ କେନ୍ଦ୍ର ସରକାର ଏହି ଦାବିଗୁଡିକୁ ଅଣଦେଖା କରି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri