୩ ବର୍ଷ ହେଲା ମେସ୍କୋ ଷ୍ଟିଲ କାରଖାନା ବନ୍ଦ, ଦୁର୍ଦ୍ଦିନରେ ବିସ୍ଥାପିତ ପରିବାର

ଯାଜପୁର ଅଫିସ,୧୮ା୧୨: କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନା ୨୦୧୯ ଡିସେମ୍ବରରୁ ବନ୍ଦ ପଡ଼ିଛି। କାମ ନାହିଁ ତ ଦରମା ନାହିଁ ନୀତିରେ ପ୍ରାୟ ୧୫୦୦ କର୍ମଚାରୀ ଓ ଶ୍ରମିକଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡ଼ିଛି। ଏନେଇ ଜିଲା ପ୍ରଶାସନଠାରୁ ଆରମ୍ଭ କରି ସରକାର ଏବଂ କୋର୍ଟ ପର୍ଯ୍ୟନ୍ତ ଦ୍ୱାରସ୍ଥ ହୋଇଥିଲେ ହେଁ କର୍ମଚାରୀ ଓ ଶ୍ରମିକମାନେ ସଫଳତା ପାଇନାହାନ୍ତି। ସ୍ଥାନୀୟ ନେତୃବର୍ଗ ମଧ୍ୟ ମୁହଁ ଖୋଲୁନାହାନ୍ତି। ଜମି, ଜଙ୍ଗଲ, ଜଳ ହରାଇଥିବା ୧୫୮ ବିସ୍ଥାପିତ ପରିବାରଙ୍କୁ କିଏ ପୁଣି ଥଇଥାନ କରିବ ସେ ନେଇ ବିଭିନ୍ନ ପ୍ରଶ୍ନ ଏବେ ଉଙ୍କି ମାରିଛି। ଅନ୍ୟପକ୍ଷେ ମେସ୍କୋ ଷ୍ଟିଲ କର୍ତ୍ତୃପକ୍ଷ କଳେବଳେ କୌଶଳେ ରେଲୱେ ସାଇଡିଂ କାର୍ଯ୍ୟକ୍ଷମ କରି ଲାଭବାନ ହେଉଥିବାବେଳେ ବିସ୍ଥାପିତ ପରିବାରଙ୍କ ଘରେ ଚୁଳି ଜଳୁନାହିଁ। ଏହି ସମ୍ବେଦନଶୀଳ ମାମଲା ଉପରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ନିହାତି ଆବଶ୍ୟକ ବୋଲି ଶ୍ରମିକ, କର୍ମଚାରୀମାନେ ଦାବି କରିଛନ୍ତି।

ଶିଳ୍ପାୟନ ରାଜ୍ୟବାସୀଙ୍କ ଆର୍ଥିକ ଅଭିବୃଦ୍ଧି ସହ ପାରିପାର୍ଶ୍ୱିକ ଉନ୍ନୟନ ଘଟାଇବ ବୋଲି ରାଜ୍ୟ ସରକାର କହୁଛନ୍ତି। କିନ୍ତୁ କଳିଙ୍ଗନଗରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ୨୦୧୫ ନଭେମ୍ବର ୨୬ରୁ ମାସିକ ପ୍ରାୟ ୭ କୋଟି ଟଙ୍କା କ୍ଷତି ଦର୍ଶାଇ ମେସ୍କୋ କାରଖାନାକୁ ବନ୍ଦ କରି ଦିଆଯାଇଥିଲା। ମେସ୍କୋ ପୁଣି ଉପତ୍ାଦନ ହେବ ବୋଲି କମ୍ପାନୀ ମଝିରେ ମଝିରେ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଉପତ୍ାଦନ ବଦଳରେ କର୍ମଚାରୀ ଓ ଶ୍ରମିକଙ୍କ ଜୀବିକା ଛଡ଼ାଇ ନେଇଥିଲା। ଏହାକୁ ନେଇ ଶ୍ରମିକ ଓ କର୍ମଚାରୀ ମହଲରେ ଉତ୍ତେଜନା ପ୍ରକାଶ ପାଇବା ସହ କଳିଙ୍ଗନଗର ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇ ଆସୁଛି। ଗତ ନଭେମ୍ବର ୭ରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ଅଧ୍ୟକ୍ଷତାରେ କଳିଙ୍ଗନଗରରେ ୩୫ଟି ନୂତନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଆଗମନ ସଂକ୍ରାନ୍ତରେ ଚାଲିଥିବା ଏକ ବୈଠକ ସମୟରେ ମେସ୍କୋ କର୍ମଚାରୀମାନେ ପହଞ୍ଚି କାରଖାନା ଚଳାଇବାକୁ ଦାବି କରିଥିଲେ। ନଚେତ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ହେଲେ କିଛି ସୁଫଳ ମିଳିନାହିଁ। ଅନ୍ୟପକ୍ଷରେ ନିଜର ଫାଇଦା ପାଇଁ ମେସ୍କୋ ଷ୍ଟିଲ କାରଖାନା ପରିସରରେ ଥିବା ରେଲୱେ ସାଇଡିଂ ଚାଲିଛି। ୨୦୨୧ ଜୁଲାଇରେ ଏହି ସାଇଡିଂ ବିନା ଅନୁମତିରେ ଚାଲିଥିବା ନେଇ ଅଞ୍ଚଳବାସୀ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଥିଲେ। ଏହି ମର୍ମରେ ଏନ୍‌ଜିଟିରେ ୫୨/୨୦୨୧/ଇଜେଡ୍‌ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁସାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ଠାରୁ ପରିବେଶଗତ କିମ୍ବା ଚଳାଇବାକୁ ଅନୁମତି ଅଣା ନ ଯାଇ ରେଲୱେ ସାଇଡିଂକୁ କାର୍ଯ୍ୟକ୍ଷମ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏସ୍‌ପିସିବିଠାରୁ ଅନୁମତି ଆଣି ସାଇଡିଂ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ଅଛି। ଏହି ସାଇଡିଂରେ ଫ୍ଲାଏ ଆଶ୍‌, ସ୍ଲାଗ, କ୍ଲିଙ୍କର, କୋଲ, ଜିପସମ୍‌ ଆଦି ଅନଲୋଡିଂ ହେଉଛି। ଏଭଳି ବିଷାକ୍ତ ସାମଗ୍ରୀ ପରିବହନ ହେଉଥିବା ସାଇଡିଂକୁ ଲାଲ ବର୍ଗ(ରେଡ୍‌ କାଟେଗୋରି) ୟୁନିଟ ଭାବେ ଧରାଯାଏ। ଏହି ସାଇଡିଂର ଚାରିପଟେ ଥିବା ପାଚେରିର ଉଚ୍ଚତା ପ୍ରଦୂଷଣ ଆଇନ ଅନୁସାରେ ନିର୍ମାଣ କରାଯାଇନାହିଁ। ନିୟମିତ ଭାବେ ପାଣି ସିଞ୍ଚନ ବ୍ୟବସ୍ଥା ହେଉନାହିଁ। ଏହି ସାଇଡିଂର ୧ କିମି ବ୍ୟାସାର୍ଦ୍ଧ ମଧ୍ୟରେ ବସବାସ କରୁଥିବା ଖୁରୁଣ୍ଟି, ମାନପୁର ଓ ନୀଳବସ୍ତି ବାସିନ୍ଦା ଗୁରୁତର ଭାବେ ବାୟୁ ପ୍ରଦୂଷଣରେ ପ୍ରଭାବିତ ହେଉଥିବା ଏନ୍‌ଜିଟିରେ ଅଭିଯୋଗ ହୋଇଛି। କଳିଙ୍ଗନଗର ଶ୍ରମିକ ସଂଘ ସଭାପତି ସେକ୍‌ ମକସୁଦ କହିଛନ୍ତି, ରାଜ୍ୟ ସରକାର ଯଦି ଚାହାନ୍ତେ ଏହି କାରଖାନା ପୁଣି କାର୍ଯ୍ୟକ୍ଷମ ହୋଇପାରନ୍ତା। ବର୍ତ୍ତମାନ ପ୍ରାୟ ହଜାରେ ବିସ୍ଥାପିତ ପରିବାର କାମଧନ୍ଦା ନ ପାଇ ଭୋକ ଉପାସରେ କାଳାତିପାତ କରୁଛନ୍ତି।

ଅନ୍ୟପକ୍ଷରେ ମିଳିଥିବା ଆର୍‌ଟିଆଇ ତଥ୍ୟ ଅନୁସାରେ, ଖଣି ନିର୍ଦ୍ଦେଶକଙ୍କ ଦ୍ୱାରା ନିର୍ଦ୍ଦେଶ ହୋଇଥିବା ପରିବେଶଗତ କ୍ଷତିପୂରଣ ଏବଂ ଖଣି ଦୁର୍ନୀତିରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଜରିମାନା ଅର୍ଥ ପ୍ରଦାନ କରାଯାଇ ନ ଥିବାରୁ ମେସ୍କୋ ଷ୍ଟିଲକୁ ୨୦୨୦-୨୧ ବର୍ଷ ପାଇଁ ଅନୁମତି ମିଳି ନ ଥିଲା। ଏବେ ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି। ସେହିପରି ରାଜ୍ୟ ସରକାର କର୍ମଚାରୀ ଓ ଶ୍ରମିକମାନଙ୍କୁ ଦରମା ଦେବାକୁ ରେଲୱେ ସାଇଡିଂ ଚଳାଇବାକୁ ଅନୁମତି ଦେଇଥିଲେ। କିନ୍ତୁ ୬ ମାସ ହେଲା କୌଣସି ଦରମା ମିଳିନାହିଁ ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡମଳିମା ଗ୍ରାମ ନିକଟରେ ବୁଲୁଥିଲା ବଜ୍ରକାପ୍ତା, ଖବର ପାଇ ବନ ବିଭାଗ…

କଲ୍ୟାଣସିଂହପୁର, ୧।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁନିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଡମଳିମା ଗ୍ରାମରୁ ବନ ବିଭାଗ ପକ୍ଷରୁ ଏକ ଜୀବନ୍ତ ବଜ୍ରକାପ୍ତା…

ପଠାଣି ସାମନ୍ତ ଗଣିତ ମେଧା ପରୀକ୍ଷା: ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚମତ୍କାର ସଫଳତା

ଛତ୍ରପୁର, ୧।୯ (ଦିଲ୍ଲୀପ ସାମଲ): ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷାରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ…

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

୭ମ ରାଜ୍ୟସ୍ତରୀୟ କୁଡୋ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଦେବଗଡ଼ ଜିଲାର ବାଜିମାତ: ହାତେଇଲେ ୮ ସ୍ୱର୍ଣ୍ଣ, ୧ ରୌପ୍ୟ…

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): କଟକର ସରସ୍ୱତୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଡିଟୋରିୟମଠାରେ ଅଗଷ୍ଟ ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ…

ମୋରୁମ ଖାଦାନରେ ଚାପି ହୋଇ ନାବାଳକ ମୃତ୍ୟୁ ଘଟଣା: ଜେଲ ଗଲେ ଟ୍ରାକ୍ଟର ମାଲିକ-ଚାଳକ

ଦିଗପହଣ୍ଡି, ୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟସ୍ଥ ମୋରୁମ ଖାଦାନରେ ପଥର ତଳେ ଚାପି…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

୧୬.୭୨ ଲକ୍ଷ ଟଙ୍କା ଆତ୍ମସାତ: ପ୍ୟାକ୍ସର ପୂର୍ବତନ ସମ୍ପାଦକ ଶ୍ରୀପତି ପ୍ରଧାନ ଗିରଫ

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): ସାର ବିକ୍ରି ଓ ସରକାରୀ ପାଣ୍ଠି ହେରଫେର ମାମଲାରେ ଭିଜିଲାନ୍ସକୁ ବଡ଼ ସଫଳତା। ୧୬.୭୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri