୩ ବର୍ଷ ହେଲା ମେସ୍କୋ ଷ୍ଟିଲ କାରଖାନା ବନ୍ଦ, ଦୁର୍ଦ୍ଦିନରେ ବିସ୍ଥାପିତ ପରିବାର

ଯାଜପୁର ଅଫିସ,୧୮ା୧୨: କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନା ୨୦୧୯ ଡିସେମ୍ବରରୁ ବନ୍ଦ ପଡ଼ିଛି। କାମ ନାହିଁ ତ ଦରମା ନାହିଁ ନୀତିରେ ପ୍ରାୟ ୧୫୦୦ କର୍ମଚାରୀ ଓ ଶ୍ରମିକଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡ଼ିଛି। ଏନେଇ ଜିଲା ପ୍ରଶାସନଠାରୁ ଆରମ୍ଭ କରି ସରକାର ଏବଂ କୋର୍ଟ ପର୍ଯ୍ୟନ୍ତ ଦ୍ୱାରସ୍ଥ ହୋଇଥିଲେ ହେଁ କର୍ମଚାରୀ ଓ ଶ୍ରମିକମାନେ ସଫଳତା ପାଇନାହାନ୍ତି। ସ୍ଥାନୀୟ ନେତୃବର୍ଗ ମଧ୍ୟ ମୁହଁ ଖୋଲୁନାହାନ୍ତି। ଜମି, ଜଙ୍ଗଲ, ଜଳ ହରାଇଥିବା ୧୫୮ ବିସ୍ଥାପିତ ପରିବାରଙ୍କୁ କିଏ ପୁଣି ଥଇଥାନ କରିବ ସେ ନେଇ ବିଭିନ୍ନ ପ୍ରଶ୍ନ ଏବେ ଉଙ୍କି ମାରିଛି। ଅନ୍ୟପକ୍ଷେ ମେସ୍କୋ ଷ୍ଟିଲ କର୍ତ୍ତୃପକ୍ଷ କଳେବଳେ କୌଶଳେ ରେଲୱେ ସାଇଡିଂ କାର୍ଯ୍ୟକ୍ଷମ କରି ଲାଭବାନ ହେଉଥିବାବେଳେ ବିସ୍ଥାପିତ ପରିବାରଙ୍କ ଘରେ ଚୁଳି ଜଳୁନାହିଁ। ଏହି ସମ୍ବେଦନଶୀଳ ମାମଲା ଉପରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ନିହାତି ଆବଶ୍ୟକ ବୋଲି ଶ୍ରମିକ, କର୍ମଚାରୀମାନେ ଦାବି କରିଛନ୍ତି।

ଶିଳ୍ପାୟନ ରାଜ୍ୟବାସୀଙ୍କ ଆର୍ଥିକ ଅଭିବୃଦ୍ଧି ସହ ପାରିପାର୍ଶ୍ୱିକ ଉନ୍ନୟନ ଘଟାଇବ ବୋଲି ରାଜ୍ୟ ସରକାର କହୁଛନ୍ତି। କିନ୍ତୁ କଳିଙ୍ଗନଗରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ୨୦୧୫ ନଭେମ୍ବର ୨୬ରୁ ମାସିକ ପ୍ରାୟ ୭ କୋଟି ଟଙ୍କା କ୍ଷତି ଦର୍ଶାଇ ମେସ୍କୋ କାରଖାନାକୁ ବନ୍ଦ କରି ଦିଆଯାଇଥିଲା। ମେସ୍କୋ ପୁଣି ଉପତ୍ାଦନ ହେବ ବୋଲି କମ୍ପାନୀ ମଝିରେ ମଝିରେ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଉପତ୍ାଦନ ବଦଳରେ କର୍ମଚାରୀ ଓ ଶ୍ରମିକଙ୍କ ଜୀବିକା ଛଡ଼ାଇ ନେଇଥିଲା। ଏହାକୁ ନେଇ ଶ୍ରମିକ ଓ କର୍ମଚାରୀ ମହଲରେ ଉତ୍ତେଜନା ପ୍ରକାଶ ପାଇବା ସହ କଳିଙ୍ଗନଗର ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇ ଆସୁଛି। ଗତ ନଭେମ୍ବର ୭ରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ଅଧ୍ୟକ୍ଷତାରେ କଳିଙ୍ଗନଗରରେ ୩୫ଟି ନୂତନ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଆଗମନ ସଂକ୍ରାନ୍ତରେ ଚାଲିଥିବା ଏକ ବୈଠକ ସମୟରେ ମେସ୍କୋ କର୍ମଚାରୀମାନେ ପହଞ୍ଚି କାରଖାନା ଚଳାଇବାକୁ ଦାବି କରିଥିଲେ। ନଚେତ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ହେଲେ କିଛି ସୁଫଳ ମିଳିନାହିଁ। ଅନ୍ୟପକ୍ଷରେ ନିଜର ଫାଇଦା ପାଇଁ ମେସ୍କୋ ଷ୍ଟିଲ କାରଖାନା ପରିସରରେ ଥିବା ରେଲୱେ ସାଇଡିଂ ଚାଲିଛି। ୨୦୨୧ ଜୁଲାଇରେ ଏହି ସାଇଡିଂ ବିନା ଅନୁମତିରେ ଚାଲିଥିବା ନେଇ ଅଞ୍ଚଳବାସୀ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଥିଲେ। ଏହି ମର୍ମରେ ଏନ୍‌ଜିଟିରେ ୫୨/୨୦୨୧/ଇଜେଡ୍‌ ଅନୁସାରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁସାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ଠାରୁ ପରିବେଶଗତ କିମ୍ବା ଚଳାଇବାକୁ ଅନୁମତି ଅଣା ନ ଯାଇ ରେଲୱେ ସାଇଡିଂକୁ କାର୍ଯ୍ୟକ୍ଷମ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏସ୍‌ପିସିବିଠାରୁ ଅନୁମତି ଆଣି ସାଇଡିଂ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ଅଛି। ଏହି ସାଇଡିଂରେ ଫ୍ଲାଏ ଆଶ୍‌, ସ୍ଲାଗ, କ୍ଲିଙ୍କର, କୋଲ, ଜିପସମ୍‌ ଆଦି ଅନଲୋଡିଂ ହେଉଛି। ଏଭଳି ବିଷାକ୍ତ ସାମଗ୍ରୀ ପରିବହନ ହେଉଥିବା ସାଇଡିଂକୁ ଲାଲ ବର୍ଗ(ରେଡ୍‌ କାଟେଗୋରି) ୟୁନିଟ ଭାବେ ଧରାଯାଏ। ଏହି ସାଇଡିଂର ଚାରିପଟେ ଥିବା ପାଚେରିର ଉଚ୍ଚତା ପ୍ରଦୂଷଣ ଆଇନ ଅନୁସାରେ ନିର୍ମାଣ କରାଯାଇନାହିଁ। ନିୟମିତ ଭାବେ ପାଣି ସିଞ୍ଚନ ବ୍ୟବସ୍ଥା ହେଉନାହିଁ। ଏହି ସାଇଡିଂର ୧ କିମି ବ୍ୟାସାର୍ଦ୍ଧ ମଧ୍ୟରେ ବସବାସ କରୁଥିବା ଖୁରୁଣ୍ଟି, ମାନପୁର ଓ ନୀଳବସ୍ତି ବାସିନ୍ଦା ଗୁରୁତର ଭାବେ ବାୟୁ ପ୍ରଦୂଷଣରେ ପ୍ରଭାବିତ ହେଉଥିବା ଏନ୍‌ଜିଟିରେ ଅଭିଯୋଗ ହୋଇଛି। କଳିଙ୍ଗନଗର ଶ୍ରମିକ ସଂଘ ସଭାପତି ସେକ୍‌ ମକସୁଦ କହିଛନ୍ତି, ରାଜ୍ୟ ସରକାର ଯଦି ଚାହାନ୍ତେ ଏହି କାରଖାନା ପୁଣି କାର୍ଯ୍ୟକ୍ଷମ ହୋଇପାରନ୍ତା। ବର୍ତ୍ତମାନ ପ୍ରାୟ ହଜାରେ ବିସ୍ଥାପିତ ପରିବାର କାମଧନ୍ଦା ନ ପାଇ ଭୋକ ଉପାସରେ କାଳାତିପାତ କରୁଛନ୍ତି।

ଅନ୍ୟପକ୍ଷରେ ମିଳିଥିବା ଆର୍‌ଟିଆଇ ତଥ୍ୟ ଅନୁସାରେ, ଖଣି ନିର୍ଦ୍ଦେଶକଙ୍କ ଦ୍ୱାରା ନିର୍ଦ୍ଦେଶ ହୋଇଥିବା ପରିବେଶଗତ କ୍ଷତିପୂରଣ ଏବଂ ଖଣି ଦୁର୍ନୀତିରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଜରିମାନା ଅର୍ଥ ପ୍ରଦାନ କରାଯାଇ ନ ଥିବାରୁ ମେସ୍କୋ ଷ୍ଟିଲକୁ ୨୦୨୦-୨୧ ବର୍ଷ ପାଇଁ ଅନୁମତି ମିଳି ନ ଥିଲା। ଏବେ ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି। ସେହିପରି ରାଜ୍ୟ ସରକାର କର୍ମଚାରୀ ଓ ଶ୍ରମିକମାନଙ୍କୁ ଦରମା ଦେବାକୁ ରେଲୱେ ସାଇଡିଂ ଚଳାଇବାକୁ ଅନୁମତି ଦେଇଥିଲେ। କିନ୍ତୁ ୬ ମାସ ହେଲା କୌଣସି ଦରମା ମିଳିନାହିଁ ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri