ଯାଜପୁର,୩।୮(ହର୍ଷବର୍ଦ୍ଧନ ବେହେରା)ମାଙ୍କଡ଼ିଆ ସମ୍ପ୍ରଦାୟ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ୮୭ କଲୋନୀ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଛି। ଯାଜପୁର ଜିଲା ସୁକିନ୍ଦା ବ୍ଲକ ରଁାସୋଲ ପଞ୍ଚାୟତ କୁସୁମୁଣ୍ଡିଆ ଗ୍ରାମରେ ହୋଇଥିବା ଏଭଳି ଅଭିଯୋଗ ଉପରେ ଯାଜପୁର ଜିଲାପାଳଙ୍କ ସମେତ ସୁକିନ୍ଦା ବିଡିଓ, ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଓ ଠିକାଦାର ଭାଗବତ ଖଟୁଆଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଲୋକାୟୁକ୍ତଙ୍କ ପକ୍ଷରୁ ଅଧ୍ୟକ୍ଷ ଓ ସଦସ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ୭ା୯ା୨୦୨୩ରେ ହେବ ବୋଲି ଉକ୍ତ ନିର୍ଦ୍ଦେଶ ପତ୍ରରେ ସୂଚନା ଦିଆଯାଇଛି।
ଅଭିଯୋଗ ଅନୁଯାୟୀ, ଜଙ୍ଗଲ ଜମି ଅଧିକାର ଆଇନ ମାଧ୍ୟମରେ ୮୭ ମାଙ୍କଡ଼ିଆ ସମ୍ପ୍ରଦାୟ ପରିବାରବର୍ଗଙ୍କୁ ଜମି ଯୋଗାଇ ଗୃହ ନିର୍ମାଣ ବାବଦକୁ ୩ କୋଟି ୨୫ ଲକ୍ଷ ୧୮ ହଜାର ୩୯୨ ଟଙ୍କା ଡିଏମ୍ଏଫ୍(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠିରୁ ମଞ୍ଜୁର ହୋଇଥିଲା। ସେଥିରୁ ୨୦୨୧-୨୨ ସୁଦ୍ଧା ୨ କୋଟି ୮୧ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ପ୍ରାୟ ସମସ୍ତ ଟଙ୍କା ଖର୍ଚ୍ଚ ହୋଇ ସାରିଛି। ଏପରି କି ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ନିର୍ବାହୀ ଯନ୍ତ୍ରୀ ଖର୍ଚ୍ଚ ପରିମାଣର ବିନିଯୋଗ ପତ୍ର(ୟୁସି) ଦାଖଲ ମଧ୍ୟ କରି ସାରିଛନ୍ତି। ଯାଜପୁର ଜିଲାପାଳ ତଥା ଡିଏମ୍ଏଫ୍ ଟ୍ରଷ୍ଟିଙ୍କୁ ଏହି ୟୁସି ଦାଖଲ ସମ୍ପର୍କରେ ନିର୍ବାହୀ ଯନ୍ତ୍ରୀ ୨୦ା୭ା୨୦୨୩ରେ ରିପୋର୍ଟ ମଧ୍ୟ ପ୍ରଦାନ କରି ସାରିଛନ୍ତି। ହେଲେ ଅଧିକାଂଶ ଘର ଅଧାପନ୍ତରିଆ ଅବସ୍ଥାରେ ପଡି ରହିଥିବାବେଳେ କେତେକ ଘର ଭିତରେ ଫାଟ ସୃଷ୍ଟି ହୋଇ ସାରିଛି। ସାମାଜିକ କର୍ମୀ ମଣ୍ଟୁ ଦାସଙ୍କ ଅଭିଯୋଗ କ୍ରମେ ଲୋକାୟୁକ୍ତ ୩୪୬/୨୦୨୩ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗରେ ଆହୁରି ଦର୍ଶାଯାଇଛି, ମାଙ୍କଡ଼ିଆ ଜନଜାତି ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଯାଜପୁର, ମୟୂରଭଞ୍ଜ, ସମ୍ବଲପୁର ଓ କଳାହାଣ୍ଡି ଜିଲାରେ ଏହି ଜନଜାତିମାନେ ବସବାସ କରିଥାନ୍ତି। ଏମାନେ ପର୍ଟିକୁଲାର ଭୁଲନେରେବୁଲ ଟ୍ରାଇବାଲ ଗ୍ରୁପ(ପିଭିଟିଜି) ବର୍ଗର। ବର୍ତ୍ତମାନ ଏହି ସମ୍ପ୍ରଦାୟର ୮୭ ପରିବାର କାଳିଆପାଣି ଖଣି ନିକଟସ୍ଥ ମଲ୍ଲାରସାହି ଗ୍ରାମରେ ବସବାସ କରୁଛନ୍ତି। ଏମାନଙ୍କୁ ଡିଏମ୍ଏଫ୍ ପାଣ୍ଠିରୁ ପ୍ରତ୍ୟେକ ପରିବାରଙ୍କୁ ଘର ସମେତ ପାନୀୟ ଜଳ, ବାଥରୁମ, ବିଦ୍ୟୁତ୍ ଯୋଗାଇ ଦେବାକୁ ପାଣ୍ଠି ମଞ୍ଜୁର ହୋଇଛି। ହେଲେ ମଞ୍ଜୁର ପାଣ୍ଠିରୁ ପ୍ରାୟ ୮୭ ପ୍ରତିଶତ ଖର୍ଚ୍ଚ ହୋଇ ସାରିଛି। ଏହାସହ ଘର ଯୋଗାଇ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ୨୧ା୨ା୨୦୨୦ ସୁଦ୍ଧା ଶେଷ ହେବା କଥା। କିନ୍ତୁ ୩ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ମାତ୍ର ୩୦% କାମ ସରିଛି। ଫଳରେ ଏହିସବୁ ପ୍ରତିଶ୍ରୁତି ନିରୀହ ମାଙ୍କଡ଼ିଆ ଜନଜାତି ପରିବାରଙ୍କ ପାଇଁ ସ୍ବପ୍ନ ହୋଇଛି। ଶେଷ ହୋଇଥିବା ଘରଗୁଡିକ ଏତେ ନିମ୍ନମାନର ହୋଇଛି ଯେ, ସେଥିରେ ମଣିଷ ରହିବା ଅସମ୍ଭବ। ତେଣୁ ଲୋକାୟୁକ୍ତଙ୍କ ନିକଟରେ ଏହି ଦୁର୍ନୀତି ଉପରେ ଉପଯୁକ୍ତ ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ତେବେ ଠିକାଦାର ଜିଲାର ଜଣେ ପ୍ରଭାବଶାଳୀ ନେତାଙ୍କ ପାଖ ଲୋକ ହୋଇଥିବାରୁ ସହଜରେ ଖସିଯିବେ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଅନୁସାରେ ଠିକ ସମୟରେ ରିପୋର୍ଟ ଦାଖଲ କରାଯିବ।
Posted inHome, Home Left, ଆମ ଜିଲା ଖବର, ଯାଜପୁର View All
କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି
କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...
୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ
ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...
ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ
ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...
ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ
ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...
ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ
ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...
ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ…
ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...
ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ
ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...
୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା
ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...
Archives


