ପୌର ନିର୍ବାଚନ ପୂର୍ବରୁ ଜୟପୁରରେ ଫୁଟିଲା ଗୁଳି

ଜୟପୁର, ୨୧ା୩ (ନି.ପ୍ର.): ଜୟପୁର ସହରରେ ପୌର ନିର୍ବାଚନ ପୂର୍ବରୁ ଗୁଳି ଫୁଟିଛି। କେତେକ ଦୁର୍ବୃତ୍ତ ଗୋପବନ୍ଧୁ ନଗରର କାର୍ତ୍ତିକ ନାଗଙ୍କୁ ଅପହରଣ କରି ଗୁଳିକରି ହତ୍ୟା ଉଦ୍ୟମ କରିଛନ୍ତି। ଏହାକୁ ନେଇ ଜୟପୁରରେ ରାଜନୀତି ସରଗରମ ହୋଇଛି। ଘଟଣା ପଛରେ ବିଜେଡିର ହାତ ଥିବା ଦର୍ଶାଇ ବିଧାୟକ ତାରାପ୍ରସାଦ ବାହିନୀପତି ଟାଉନ ଥାନା ଘେରାଉ କରିବା ସହ ୨୬ ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଏହାକୁ ବିରୋଧ କରି ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ରଥ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଘଟଣାକୁ ନେଇ ରାଜନୀତି କରା ନ ଯାଉ ବୋଲି ସେ କହିଛନ୍ତି। ଘଟଣା ନେଇ କାର୍ତ୍ତିକଙ୍କ ଭଉଣୀ ସବିତା ଟାଉନ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଇଛି ବୋଲି ଏସ୍‌ପି ବରୁଣ ଗୁଣ୍ଠପାଲ୍ଲି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସବିତାଙ୍କ ସୂଚନା ଅନୁଯାୟୀ, କାର୍ତ୍ତିକ ତାଙ୍କର ୩ ସାଙ୍ଗଙ୍କ ସହ ୨ଟି ବାଇକ୍‌ରେ ଯାଉଥିବା ସମୟରେ ଅଭିଯୁକ୍ତ ଉମୁରି ଅଞ୍ଚଳର ସଞ୍ଜୟ ସୁନା, ପ୍ରିନ୍ସ ଓ ଗୌତମ ଟାକରି ପହଞ୍ଚତ୍ ଏକ ରାଉଣ୍ଡ ଗୁଳିଚଳନା କରିଥିଲେ। ସୌଭାଗ୍ୟବଶତଃ ଗୁଳିଟି କାତ୍ତିର୍ର୍କଙ୍କ ଦେହରେ ନ ବାଜି ଲକ୍ଷ୍ୟଚ୍ୟୁଚ ହୋଇଥିଲା। ପରେ ଅଭିଯୁକ୍ତମାନେ ତାଙ୍କୁ ଅଟକାଇ ସ୍କର୍ପିଓରେ ଅପହରଣ କରିନେଇଥିଲେ। କାର୍ତ୍ତିକଙ୍କୁ ଆକ୍ରମଣ କରି କୁମୁଲିପୁଟ ଗ୍ରାମ ନିକଟରେ ଅଭିଯୁକ୍ତମାନେ ଫିଙ୍ଗିଦେଇ ଚାଲିଯାଇଥିଲେ। ଏହି ଖବର ପାଇ ପୋଲିସ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ପରେ ତାଙ୍କୁ କୋରାପୁଟ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଧାୟକ ତାରା ପ୍ରସାଦ ବାହିନୀପତି କାର୍ତ୍ତିକଙ୍କ ପରିବାର, ସାହିବାସିନ୍ଦା ଓ କଂଗ୍ରେସ କର୍ମୀଙ୍କ ସହ ଟାଉନଥାନା ଘେରାଉ କରି ୨୬ ନଂ. ଜାତୀୟ ରାଜପଥ ଅବରୋଧ କରି ଧାରଣାରେ ବସିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଧାରଣାରୁ ଉଠିବେ ନାହିଁ ବୋଲି ଜିଦ୍‌ ଧରିଥିଲେ। ପରେ ଅତିରିକ୍ତ ଏସ୍‌ପି ବିମଳକାନ୍ତ ବ୍ରହ୍ମା ବାହିନୀପତିଙ୍କ ସହ ଆଲୋଚନା କରି ୨ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କାରିବାକୁ ପ୍ରତିଶ୍ରୁତି ଦେବାରୁ ବାହିନୀପତି ରାସ୍ତା ରୋକୋରୁ ଓହରିଥିଲେ। ଏହି ମାମଲାରେ ୧୦ରୁ ଅଧିକ ବ୍ୟକ୍ତି ଜଡିତ ଥିବା ବେଳେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ଏସ୍‌ପି ଗୁଣ୍ଟପାଲ୍ଲି ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଲିଙ୍ଗରାଜ ନଗରର ଚନ୍ଦ୍ରସାଇ ସଗରିଆ (୪୨), କୁମୁଲିପୁଟର ପ୍ରଶାନ୍ତ ଖରା (୨୯) ଅଜୟ ହରିଜନ (୨୫) କୋରାପୁଟ ଏଲଆଇସି କଲୋନୀର ରାକେଶ ଦାସ (୩୦)। ଘଟଣାରେ ବ୍ୟବହୃତ ସ୍କର୍ପିଓ (ଓଡି୩୩ଏଡି- ୮୨୪୯), ୨ଟି ନମ୍ବରବିହୀନ ବାଇକ ଜବତ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ୩ଟି ଟିମ୍‌ ଗଠନ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri