ଜୟପୁର ଫାଣ୍ଡି ଅଧିକାରୀ ନିଲମ୍ବିତ

ନିଶ୍ଚିନ୍ତକୋଇଲି,୧୩।୧୧(ଅଶୋକ କୁମାର ମହାପାତ୍ର ): କଟକ ଜିଲା  ମାହାଙ୍ଗା  ଥାନା ଅଧୀନ  କୁମୁଡା ଜୟପୁର ଫାଣ୍ଡି ଅଧିକାରୀ ମନୋଜ ବେହେରା  ନିଲମ୍ବିତ ହୋଇଛନ୍ତି। ଗ୍ରାମାଞ୍ଚଳ ଏସ୍‌ପିଙ୍କ ଆଦେଶ ନଂ. ୨୯୮୮/୨୫ ତା ୧୩.୧୧.୨୫ ଅନୁଯାୟୀ  ଏସ୍‌ଆଇ ମନଜଙ୍କୁ ମାହାଙ୍ଗା ଥାନା ଅଧିକାରୀ  ଜରିଆରେ ଆଦେଶ ଦିଆଯାଇଥିବା ଜଣାପଡ଼ିଛି।
ସୂଚନା ଥାଉ ଜଣେବ୍ୟକ୍ତିଙ୍କୁ ବେଆଇନ ଭାବେ ମାଡ଼ ମାରିଥିଲେ। ସେ ପୋଲିସ ମହାନିର୍ଦେଶକ ଙ୍କ ନିକଟରେ ଅଭିଯୋଗ କରିଥିଲେ। ଗ୍ରାମାଞ୍ଚଳ ଏସ୍‌ପି  ତଦନ୍ତ କରି  ମନୋଜଙ୍କୁ ନିଲମ୍ବିତ କରିଛନ୍ତି।
କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ କୁମୁଡ଼ା ଜୟପୁର ଫାଣ୍ଡି ଅଧିକାରୀ ସମସରପୁର ଗ୍ରାମ ପ୍ରଧାନସାହିର ଦେବବ୍ରତ ପ୍ରଧାନଙ୍କୁ ଗତ ୧୦ତାରିଖ ରାତି ଅଧରେ ଘରୁ ଡାକି ନେଇ ନିର୍ଦ୍ଧୁମ୍‌ ପିଟିଥିବା ଅଭିଯୋଗ ହୋଇଛି। ଏନେଇ ଡିଜିଙ୍କୁ ବୁଧବାର ଦେବବ୍ରତ ଅଭିଯୋଗ କରିବା ପରେ କଟକ ଗ୍ରାମାଞ୍ଚଳ ଏସ୍‌ପି ବିନିତ୍‌ ଅଗ୍ରଓ୍ବାଲ୍‌ଙ୍କୁ ଡିଜି ଜଣାଇଥିଲେ। ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ କଟକ ହେଡ କ୍ୱାର୍ଟରରୁ ଡିଏସ୍‌ପି ଅର୍ଚ୍ଚନା ଦେବୀ ଫାଣ୍ଡିରେ ସନ୍ଧ୍ୟାରେ ପହଞ୍ଚତ୍ ଯୁବକଙ୍କୁ ମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଦେବବ୍ରତ ଡିଜିଙ୍କୁ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ, ସେ ଜଣେ ଅନାଥ ଯୁବକ। ୮ ବର୍ଷ ତଳେ ବାପାଙ୍କ ଦେହାନ୍ତ ପରେ ଦାରିଦ୍ର୍ୟ ଯୋଗୁ ମା’ କେଉଁ ଆଡ଼େ ପଳାଇଛନ୍ତି। ଏଣୁ ତାଙ୍କ ବିଧବା ବୁଢ଼ୀ ଆଈ ମା’ ସହ ସେ ଘରେ ରୁହନ୍ତି। ଘର ଚଳାଇବା ପାଇଁ ଏକ ଜଳଖିଆ ଦୋକାନରେ କାମ କରନ୍ତି। ବଡ଼ ବାପା ବାଇନ ପ୍ରଧାନ ବାହାରେ ରହୁଥିବାବେଳେ ତାଙ୍କ ପରିବାର ପକ୍ଷରୁ ଦେବବ୍ରତଙ୍କ ଘରକୁ ଲଗାଇ ପାଇଖାନା ନିର୍ମାଣ କରାଯାଉଛି। ଏନେଇ ଗତ ୧୦ ତାରିଖ ରାତିରେ ଦେବବ୍ରତ ତାଙ୍କ ବଡ଼ବୋଉଙ୍କୁ ପଚାରିବାରୁ ସେ ଗାଳିମନ୍ଦ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା। ଏହାର କିଛି ସମୟ ପରେ ଫାଣ୍ଡି ଅଧିକାରୀ ମନୋଜ ବେହେରା ସଦଳବଳ ଆସି ଦେବବ୍ରତଙ୍କୁ ଘରୁ ବାହାରକୁ ଆସିବା ପାଇଁ କହିଥିଲେ। ସେ ବାହାରକୁ ଆସିବା କ୍ଷଣି କିଛି ପଚରା ଉଚରା ନ କରି ଗାଡ଼ିରୁ ବାଡ଼ି ଆଣି ପିଟିବା ସହ ମୁହଁକୁ ଚାପୁଡ଼ା ଓ ମୁଥ ମାରିଥିଲେ। ଏପରି କି ତାଙ୍କୁ ଗାଡ଼ିରେ ବସାଇ ବଡ ବୋଉଙ୍କୁ କିଛି ନ କହିବାକୁ ତାଗିଦ୍‌ କରିଥିଲେ। ଏହା ପରେ ଫାଣ୍ଡି ଅଧିକାରୀ ଦେବବ୍ରତଙ୍କ ଠାରୁ ମୋବାଇଲ୍‌ ଏବଂ ପକେଟରୁ ୭୦୦ଟଙ୍କା ନେଇ ମଙ୍ଗଳବାର ଫାଣ୍ଡିକୁ ଯିବାକୁ କହିଥିଲେ। ପରଦିନ ସକାଳେ ଫାଣ୍ଡିକୁ ଯାଇ ଦେବବ୍ରତ ମୋବାଇଲ୍‌ ଆଣିଥିବାବେଳେ ଫାଣ୍ଡି ଅଧିକାରୀ ୭୦୦ ଟଙ୍କା ଫେରାଇ ନ ଥିଲେ। ତେଣୁ ଦେବବ୍ରତ ବୁଧବାର ପୋଲିସ ଡିଜିଙ୍କ ନିକଟରେ ଅଭିଯୋଗ କରି ଘଟଣାର ଅନୁଧ୍ୟାନ ସହ ଫାଣ୍ଡି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଏ ନେଇ ଜୟପୁର ଫାଣ୍ଡି ଅଧିକାରୀ ମନୋଜ ବେହେରାଙ୍କୁ ତାଙ୍କ ମୋବାଇଲ ନଂ.୯୭୭୬୬୭୭୦୪୬କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଉଠାଇ ନ ଥିଲେ। ମାହାଙ୍ଗା ଥାନା ଅଧିକାରୀ ତପନ କୁମାର ରାଉତଙ୍କୁ ପଚାରିବାରେ ଏ ବିଷୟରେ ସେ କିଛି ଜାଣିନାହାନ୍ତି ବୋଲି କହିଥିଲେ।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନାଙ୍କ ଭାଷଣକୁ ନେଇ ନିଆଁବାଣ ହେଲା ବାଂଲାଦେଶ, ଭାରତ ବିରୋଧରେ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ/ଢାକା,୩୦।୧: ବାଂଲାଦେଶ ଚଟ୍ଟୋଗ୍ରାମର ମିରସରାଇରେ ଭାରତୀୟ ଅର୍ଥନୈତିକ କ୍ଷେତ୍ର ପ୍ରକଳ୍ପକୁ ଆନୁଷ୍ଠାନିକ ଭାବରେ ବାତିଲ କରିଛି। ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ ଅର୍ଥନୈତିକ କ୍ଷେତ୍ର…

ମଣ୍ଡିରେ ପଡ଼ିଥିବା ଧାନ ଶୀଘ୍ର ଉଠାଅ,ସିପିଆଇ ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ

ଭବାନୀପାଟଣା,୩୦।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ମଣ୍ଡିରେ ପଡିଥିବା ଧାନକୁ ଶୀଘ୍ର ଉଠାଣ ଦାବିରେ ଗୁରୁବାର ଭବାନୀପାଟଣାରେ ଜିଲାପାଳଙ୍କ ଅଫିସ ଘେରାଉ କରିଛି ସିପିଆଇ। ଏହା…

T20 ବିଶ୍ୱକପରୁ ପାକିସ୍ତାନ ଆଉଟ…, ପାକିସ୍ତାନର ମଜା ଉଡାଇଲା ଏହି ଦେଶ

ନୂଆଦିଲ୍ଲୀ,୩୦।୧: ପାକିସ୍ତାନ ୨୦୨୬ ଟି୨୦ ବିଶ୍ୱକପ ପାଇଁ ତାର ଦଳ ଘୋଷଣା କରିଛି, କିନ୍ତୁ ପିସିବି ଅଧ୍ୟକ୍ଷଙ୍କ ପୋଷ୍ଟ ପରେ ସେମାନଙ୍କ ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଜାରି…

ଦେଶର ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ କିଏ? ମୋଦି ନା ଇନ୍ଦିରା, ଚମକାଇଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୩୦।୧: ଜନତା ପ୍ରାୟତଃ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳର ତୁଳନା କରନ୍ତି। ଇଣ୍ଡିଆ ଟୁଡେ-ସି ଭୋଟରଙ୍କ ‘ମୁଡ ଅଫ…

୧୨ ଟିକିଆ ହାତୀପଲଙ୍କ ତାଣ୍ଡବ, ଘର ଭାଙ୍ଗି ଧାନ…

ବଣାଇଁ, ୩୦।୧(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡର ତାମଡା ବନାଞ୍ଚଳରେ ୧୨ ଟିକିଆ ହାତୀ ପଲଙ୍କ ଉତ୍ପାତ ଯୋଗୁଁ ଅତିଷ୍ଠ ହୋଇ ପଡ଼ିଛନ୍ତି ୬ଟି ଗ୍ରାମର ଗ୍ରାମବାସୀ ।…

ଖଣ୍ଡଗିରି ମେଳାରେ ୫ଗୁଣା ପାର୍କିଂ ଫି’, ଲିଜ୍‌ଧାରୀଙ୍କୁ ସୋ’କଜ…

ଭୁବନେଶ୍ୱର, ୩୦।୧(ବନ୍ଦନା ସେଠୀ): ଖଣ୍ଡଗିରି କୁମ୍ଭମେଳାରେ ପାର୍କିଂ ଫି’ ନାମରେ ଲୋକଙ୍କୁ ଶୋଷଣ କରାଯାଉଛି। ଲିଜ୍‌ଧାରୀମାନେ ଧାର୍ଯ୍ୟ ଦରଠାରୁ ୫ଗୁଣା ଅଧିକ ନେଇ ଯାତ୍ରୀଙ୍କୁ ଲୁଟୁଛନ୍ତି। ଖଣ୍ଡଗିରି…

ସପ୍ତାହକରେ ୪ ଡିଗ୍ରୀ ବଢ଼ିଲା ତାପମାତ୍ରା, ଝାରସୁଗୁଡାରେ ସର୍ବୋଚ୍ଚ…

ଭୁବନେଶ୍ୱର, ୩୦।୧(ବନ୍ଦନା ସେଠୀ): ରାଜ୍ୟରେ ଶୀତ ପ୍ରକୋପ କମିଛି। ସର୍ବନିମ୍ନ ରାତି ତାପମାତ୍ରା ଓ ସର୍ବୋଚ୍ଚ ଦିନ ତାପମାତ୍ରାରେ କ୍ରମଶଃ ବୃଦ୍ଧି ହେବାରେ ଲାଗିଛି। ଗୁରୁବାର ଝାରସୁଗୁଡାରେ…

ଭାରତୀୟ ମୁଦ୍ରା, ଡଲାର ଖସୁଛି

ନୂଆଦିଲ୍ଲୀ, ୩୦।୧: ଜାନୁଆରୀ ୨୦୨୬ ଶେଷ ଆଡ଼କୁ ଆମେରିକୀୟ ଡଲାର (ୟୁଏସ୍‌ଡି) ଓ ଭାରତୀୟ ମୁଦ୍ରା (ଆଇଏନ୍‌ଆର୍‌) ଉଭୟ ଭିନ୍ନ ଭାବରେ ହ୍ରାସ ପାଇବାରେ ଲାଗିଛି। ଡଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri