ଚାଷୀଙ୍କ ଆୟ ତିନି ଗୁଣ ଉପରେ ଜ଼ିଲାପାଳଙ୍କ ଗୁରୁତ୍ୱ

ଛତ୍ରପୁର,୪।୯(ଡି.ଏନ.ଏ.): ଛତ୍ରପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଶନିବାର କୃଷି ବିଭାଗର ଜିଲାସ୍ତରୀୟ ସମୀକ୍ଷା ବୈଠକ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲାର ଚାଷୀମାନେ କିପରି ଅଧିକରୁ ଅଧିକ ରୋଜଗାରକ୍ଷମ ହୋଇପାରିବେ ଓ ବିଭିନ୍ନପ୍ରକାର ଚାଷ କାର୍ଯ୍ୟ କରି ବହୁ ମାତ୍ରାରେ ଆର୍ଥିକ ଲାଭବାନ ହୋଇପାରିବେ ସେଥିପାଇଁ ଜିଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲାର କେଉଁ ବ୍ଲକରେ କେଉଁ ପ୍ରକାର ଚାଷ କାର୍ଯ୍ୟ ଚାଷୀମାନେ କରୁଛନ୍ତି ତାହା କ୍ଲଷ୍ଟର ସ୍ତରରେ ତାଲିକା ପ୍ରସ୍ତୁତ କରାଯିବା ସହ ଚାଷୀମାନେ କିପରି ଠିକ ଭାବେ ବିଭିନ୍ନ ରକମର ଚାଷ କରିପାରିବେ ସେଥି ନିମନ୍ତେ କ୍ଲଷ୍ଟର ସ୍ତରରେ ମାଷ୍ଟର ଟ୍ରେନରମାନେ ପ୍ରଶିକ୍ଷଣ ଦେବାକୁ ଜିଲାପାଳ କୃଷି ଓ ଉଦ୍ୟାନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାର ଚାଷୀମାନେ ଯେଉଁ ରକମର ଚାଷ କରୁଛନ୍ତି ସେଗୁଡିକୁ ମାର୍କେଟିଙ୍ଗ ଓର୍‌ମାସ ପକ୍ଷରୁ କରାଯିବ। ଜିଲାରେ ଚାଷୀମାନେ କଦଳୀ, ନଡ଼ିଆ, କଞ୍ଚାଲଙ୍କା, ଟମାଟୋ, ମକା, ମାଣ୍ଡିଆ, ତୁଳା ସମେତ ବିଭିନ୍ନ ଚାଷ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଉଚିତ ସହଯୋଗ କରିବା ନିମନ୍ତେ ଜିଲାପାଳ ଉଭୟ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିଆଫୁଲ, ପଦ୍ମ, ଗୋଲାପ, ଅର୍କିଟ ଭଳି ବିଭିନ୍ନ ଫୁଲଚାଷ କିପରି ଲୋକମାନେ କରିପାରିବେ ଆଉ ଆର୍ଥିକ ଲାଭବାନ ହୋଇପାରିବ ସେଥିପାଇଁ ଗୁରୁତ୍ୱ ଦେବାକୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଜିଲାରେ ଅଧିକାରୀମାନେ ବିଭିନ୍ନ କ୍ଷେତ ପରିଦର୍ଶନ କରି ଚାଷୀମାନଙ୍କୁ ଉପଯୁକ୍ତ ଚାଷ କରିବା ନିମନ୍ତେ ସଚେତନତା କରିବାକୁ ସେ କହିଥିଲେ l ଅଧିକାଂଶ ବିଭାଗୀୟ ଅଧିକାରୀ ଆଲୋଚନା କରି ଫଟୋ ଗ୍ରୁପରେ ଛାଡିଦେଲେ ହେବ ନାହିଁ ଚାଷୀଙ୍କୁ ଠିକ୍‌ ଦିଗ ଦେଖେଇଲେ ଚାଷୀମାନେ ଉପକୃତ ହେଇପାରିବେ ବୋଲି ସେ କହିଥିଲେ। ଜିଲାର ସମସ୍ତ ଚାଷୀଙ୍କୁ ଉପଯୁକ୍ତ ସାର ଯୋଗାଇବା ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ସାମିଲ କରି ଋଣ ପ୍ରଦାନ କଲେ ଚାଷୀମାନେ ବିଭିନ୍ନ ରକମର ଚାଷ କାର୍ଯ୍ୟ କରି ଆଦାୟ ଫସଲଗୁଡିକ ବିଭିନ୍ନ ଅଞ୍ଚଳକୁ ରପ୍ତାନି କରିପାରିବେ l ଜିଲାର ଚାଷୀମାନଙ୍କ ହିତ ନିମନ୍ତେ ଛୋଟ ଛୋଟ ସୌର ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେବା ନିମନ୍ତେ ମଧ୍ୟ ଆଲୋଚନା ହୋଇଥିଲେ। ଫଳରେ ଅଞ୍ଚଳର ଚାଷୀମାନେ ନିଜ ଫସଲକୁ ଶୀତଳ ଭଣ୍ଡାରରେ ରଖିପାରିବେ l ଜିଲାରେ ରେଡ୍‌ ରାଇସ, ଜସ୍ମିନ ରାଇସ, ବ୍ଲକ ରାଇସ ଓ କଳାଜିରା ରାଇସର ଚାଷ ଅଧିକ ଚାଷୀ ଆଧୁନିକ ଶୈଳୀରେ କରିବେ l ଯାହା ବିଦେଶୀ ରପ୍ତାନି ହେଲେ ଚାଷୀ ଅଧିକ ଆର୍ଥିକ ଲାଭବାନ ହୋଇପାରିବେ ବୋଲି ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଖାଲି ଚାଷୀ ବିଭିନ୍ନ ଚାଷ କଲେ ହେବନି ତାହାକୁ ଠିକ ଭାବେ ମାର୍କେଟିଙ୍ଗ କରିବା ଉପରେ ଜିଲାପାଳ ଗୁରତ୍ୱ ଦେଇଛନ୍ତି l ଜିଲାରେ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ୩୯୪ ଆବେଦନ ଆସିଥିବା ବେଳେ ସେଥିରୁ ୨୩୩ଟିର କାମ ଚାଲିଛି l ୪୦ ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି l ୨୦୨୨ରେ ମାତ୍ର ୩୪ ଆବେଦନ ଆସିଥିବା ବେଳେ ୫ର ମଞ୍ଜୁରୀ ମିଳିଥିବା ବେଳେ ୨ଟିର କାର୍ଯ୍ୟ ଶେଷ ହୋଇଛି l ଚଳିତ ବର୍ଷ ଆବେଦନ ସଂଖ୍ୟା କମିଯିବାରୁ ଜିଲାପାଳ ବିରକ୍ତି ପ୍ରକାଶ କରିବା ସହ ପ୍ରତ୍ୟେକ ପଞ୍ଚାୟତରୁ ଆବେଦନ ସଂଖ୍ୟା ବୃଦ୍ଧି କରିବା ପାଇଁ ଜିଲାପାଳ କହିଥିଲେ l ଚଳିତ ବର୍ଷ ୨୦୨୨-୨୩ ବର୍ଷରେ ୬ ଲ ୨୫୨୪ଟି ଅନଲାଇନ ମାଧ୍ୟମରେ ଆବେଦନ କରାଯାଇଛି l ୮ କୋଟି ୧୫ ଲକ୍ଷ ୩୩ ହଜାର ୯୫୮ ଟଙ୍କା ଚାଷୀମାନେ ଏ ବାବଦରେ ପୈଠ କରିଛନ୍ତି l ଚାଷୀର ଫସଲ ନଷ୍ଟ ହେଲେ ୭୨ ଘଣ୍ଟା ମାଧ୍ୟମରେ ବୀମା କମ୍ପାନୀ କ୍ଷେତ ପରିଦର୍ଶନ କରିବାକୁ କୁହାଯାଇଛି l ଏହି ବୈଠକରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ୱ. କୀର୍ତ୍ତି ଭାସନ, ଜିଲା ମୁଖ୍ୟ କୃଷି ଅଧିକାରୀ ଦିଲୀପ କୁମାର ଖୁଣ୍ଟିଆ, ଉଦ୍ୟାନ ବିଭାଗର ମୁଖ୍ୟ ଶରତ ବେହେରା, କୃଷି ନିର୍ବାହୀ ଯନ୍ତ୍ରୀ ଆଲୋକ କୁମାର ଦାସ, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡ. ସୁସ୍ମିତା ମହାନ୍ତି, ଏଡିଓ (ଦିଗପହଣ୍ଡି)ନିରଞ୍ଜନ ମହାପାତ୍ରଙ୍କ ସମେତ କୃଷି ଓ ଉଦ୍ୟାନ ବିଭାଗର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri