ଏଟିଏମ୍‌ କାର୍ଡ ବଦଳାଇ ଟଙ୍କା ଲୁଟୁଥିଲେ ଜେଲଫେରନ୍ତା

ଭୁବନେଶ୍ୱର,୧୭।୧(ବ୍ୟୁରୋ):ଏଟିଏମ୍‌ କାଉଣ୍ଟରରେ ସହାୟତା ଆଳରେ ଚତୁରତାର ସହ ଏଟିଏମ୍‌ କାର୍ଡ ବଦଳାଉଥିଲେ। ଏଥିସହ ପିନ୍‌ ନମ୍ବର ମନେ ରଖି ଉକ୍ତ କାର୍ଡରୁ ଟଙ୍କା ଉଠାଣ, ଟ୍ରାନ୍ସଫର୍‌ ଓ ସପିଙ୍ଗ୍‌ କରୁଥିଲେ। ଉକ୍ତ ଟଙ୍କାରେ କିଣୁଥିଲେ ବିପୁଳ ସୁନା। ରାଜଧାନୀ ସହ ରାଜ୍ୟର ବିଭିନ୍ନ ଜିଲାରେ ଏଭଳି ରାକେଟ ଚଳାଇଥିବା ୨ ଜେଲ ଫେରନ୍ତାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ଡୁମୁଡୁମାରେ ରହୁଥିବା ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଧୀନ କୁଲଡ଼ା ଗ୍ରାମର ଗୋବର୍ଦ୍ଧନ ପାତ୍ର (୩୭) ଓ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରହୁଥିବା ପୋଲସରା ଥାନା ଅନ୍ତର୍ଗତ ଖୁଡ଼ୁରୁ ଗ୍ରାମର ମନୋଜ କୁମାର ସାହୁ (୩୨)। ଉଭୟଙ୍କ ନିକଟରୁ ୫ ଲକ୍ଷ ୫୦ ହଜାର ନଗଦ ଟଙ୍କା, ୫୦ ଗ୍ରାମ୍‌ର ସୁନା ଅଳଙ୍କାର ଓ ୧୮ଟି ଏସ୍‌ବିଆଇ ଏଟିଏମ୍‌ କାର୍ଡ, ଗୋଟିଏ ସ୍କୁଟି ଜବତ ହୋଇଛି। ଅଭିଯୁକ୍ତଦ୍ୱୟଙ୍କ ନାଁରେ ବିଭିନ୍ନ ଜିଲାରେ ୩୦ରୁ ଅଧିକ ମାମଲା ଥିବା ପୋଲିସ କହିଛି। ଲକ୍ଷ୍ମୀସାଗର ଥାନା ପୋଲିସ ମାମଲା ନଂ.୧୪/୨୦୨୩ରେ ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଝାରପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତଦ୍ୱୟଙ୍କ ଆପରାଧିକ କାର୍ଯ୍ୟଧାରା ଉପରେ ଅଧିକ ତଦନ୍ତ କରାଯାଉଥିବା ଜୋନ୍‌-୪ ଏସିପି ଶୁଭନାରାୟଣ ମୁଦୁଲି ଖବରଦାତା ସମ୍ମିଳନୀରେ କହିଛନ୍ତି।
ଅନୁଯାୟୀ, ଅଭିଯୁକ୍ତଦ୍ୱୟ ରାଜଧାନୀ ସମେତ ନୟାଗଡ଼, ପୁରୀ, ଯାଜପୁର ଓ ଗଞ୍ଜାମ ଆଦି ଅଞ୍ଚଳରେ ଅପରାଧ ଘଟାଉଥିଲେ। ୩ମାସ ତଳେ ଗଞ୍ଜାମ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ ମଧ୍ୟ ଅଭ୍ୟାସ ଛାଡ଼ି ନ ଥିଲେ। ଏଟିଏମ୍‌ କାଉଣ୍ଟରରେ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ଟାର୍ଗେଟ କରନ୍ତି। ସେମାନଙ୍କ ସରଳତା ତଥା ଅଜ୍ଞତାର ସୁଯୋଗ ନେଇ ସହାୟତା ଆଳରେ ଏଟିଏମ୍‌ କାର୍ଡ ଓ ପିନ୍‌ ହାତେଇ ନେବା ପରେ ଆକାଉଣ୍ଟରୁ ଟଙ୍କା ଖାଲି କରିଦିଅନ୍ତି। ଅକ୍ଟୋବର ୯ରେ ନନ୍ଦନକାନନ ଥାନା ଅଞ୍ଚଳର ବିଦ୍ୟାଧର ପାତ୍ର ସ୍ଥାନୀୟ ଏସ୍‌ବିଆଇ କାଉଣ୍ଟରରୁ ଟଙ୍କା ଉଠାଇବାବେଳେ ଅଭିଯୁକ୍ତଦ୍ୱୟ ସହାୟତା ଆଳରେ ଏଟିଏମ୍‌ କାର୍ଡ ବଦଳାଇ ନେବା ସହ ପିନ୍‌ ନମ୍ବର ମଧ୍ୟ ମନେ ରଖିଥିଲେ। ପରେ ତାଙ୍କ କାର୍ଡରୁ ୯୯ ହଜାର ଟଙ୍କା ଉଠାଇ ନେବା ସହ ସୁନା ମଧ୍ୟ କିଣିଥିଲେ। ଏନେଇ ସେ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ସେହିପରି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହୁଥିବା କବିତା ସାହୁ ଡିସେମ୍ବର ୨୯ରେ ଯାଜପୁର ଜାରକାସ୍ଥିତ ଏକ ଏଟିଏମ୍‌ କାଉଣ୍ଟରରେ ଟଙ୍କା ଉଠାଉଥିଲେ। ଅଭିଯୁକ୍ତଦ୍ୱୟ କବିତାଙ୍କୁ ସହଯୋଗ କରିବା ଆଳରେ ତାଙ୍କ ଏଟିଏମ୍‌ କାର୍ଡ ବଦଳାଇ ନେବା ପରେ ୧୧ ଲକ୍ଷ ୧୩ ହଜାର ଟଙ୍କା ନେଇ ଯାଇଥିଲେ। ଜାନୁୟାରୀ ୧୦ରେ ପ୍ରଶାନ୍ତ କୁମାର କଟକ ରୋଡ୍‌ସ୍ଥିତ ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରେ ୫ ହଜାର ଟଙ୍କା ଉଠାଇଥିଲେ। ଏହି ସମୟରେ ଅଭିଯୁକ୍ତଦ୍ୱୟ ତାଙ୍କୁ ମିନିଷ୍ଟେଟ୍‌ମେଣ୍ଟ୍‌ କାଢ଼ିବାକୁ ସହଯୋଗ କରିବା ଆଳରେ ଏଟିଏମ୍‌ କାର୍ଡ ବଦଳାଇ ନେବା ପରେ ୨ ଲକ୍ଷ ୨୪ ହଜାର ଟଙ୍କା ନେଇଯାଇଥିଲେ। ତେବେ ଏଭଳି ଘଟଣା ବାରମ୍ବାର ଘଟିବା ପରେ ଭୁବନେଶ୍ୱର ୟୁପିଡିର ସ୍ପେଶାଲ ସ୍କ୍ବାଡ୍‌ ସହାୟତାରେ ଏକ ପୋଲିସ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଆପରାଧିକ ପୃଷ୍ଠଭୂମି ଓ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଦ୍ୱୟ ଏଭଳି କରୁଥିବା ଜଣାପଡ଼ିବା ପରେ ତାଙ୍କୁ ଧରିବାକୁ ଯୋଜନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri