ବିରୋଧ କଲେ ଜେଲ

ଦୀର୍ଘ ୨୦ ବର୍ଷ ପରେ ୨୦୦୨ ଗୁଜରାଟ ଦଙ୍ଗା ସ୍ମୃତି ପୁଣି ଉଜ୍ଜୀବିତ ହୋଇଛି। ସୁପ୍ରିମକୋର୍ଟ ୨୪ ଜୁନ୍‌ ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୋଧ୍ରା ପରବର୍ତ୍ତୀ ଦଙ୍ଗା ମାମଲାରୁ ମୁକ୍ତ କରିଛନ୍ତି। ସେହିଦିନ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ କହିଥିଲେ, ମୁମ୍ବାଇଭିତ୍ତିକ ସାମାଜିକ କର୍ମୀ ତୀସ୍ତା ସିତଲଓ୍ବାଡ୍‌ ଦଙ୍ଗା ପରେ ଭାଜପା ନେତା ଓ କର୍ମୀଙ୍କ ବିରୋଧରେ ଜାଲ୍‌ କାଗଜପତ୍ର ତିଆରି କରିଥିଲେ। ଶାହାଙ୍କର ଏଭଳି କହିବାର ୨୪ ଘଣ୍ଟା ନପୂରୁଣୁ ତୀସ୍ତାଙ୍କୁ ତାଙ୍କ ମୁମ୍ବାଇସ୍ଥିତ ବାସଭବନକୁ ଆସି ପଡ଼ୋଶୀ ରାଜ୍ୟ ଗୁଜରାଟ ପୋଲିସ ୨୫ ଜୁନ୍‌ରେ ଘୋଷାରି ନେଲା। ଏଥିସହିତ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପୂର୍ବତନ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଧିକାରୀ ତଥା ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଆର୍‌.ବି. ଶ୍ରୀକୁମାରଙ୍କୁ ମଧ୍ୟ ଗିରଫ କରାଯାଇଛି। ଏଠାରେ ମନେପଡ଼େ ୨୫ ଜୁନ୍‌ ୧୯୭୫ ଇନ୍ଦିରା ଗାନ୍ଧୀଙ୍କ ଜରୁରିକାଳୀନ ପରିସ୍ଥିତି କଥା। ସେତେବେଳେ ସରକାର ବା ବ୍ୟବସ୍ଥା ବିରୋଧରେ ଯେଉଁମାନେ ସ୍ବର ଉତ୍ତୋଳନ କରୁଥିଲେ ସମସ୍ତଙ୍କୁ ଗିରଫ କରାଯାଉଥିଲା। ଏବକାର ଘଟଣାଗୁଡ଼ିକୁ ଦେଖିଲେ ସେହି ଅନ୍ଧକାର ଯୁଗ ମନେ ପଡ଼ିଯାଉଛି। ଏବେ ସରକାର କିମ୍ବା ସରକାରୀ ନିଷ୍ପତ୍ତିକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ଖୋଲାଖୋଲି ଦଣ୍ଡିତ କରିବାର ପ୍ରକ୍ରିୟା ଅଧିକ ଜୋର୍‌ ଧରିଛି। ଗୋଟିଏ ପଟେ ଦରଦାମ୍‌ ବୃଦ୍ଧିରୁ ଅସହାୟ ହୋଇପଡ଼ିଥିବା ନାଗରିକ ନିଜ ବ୍ୟକ୍ତିଗତ ଅର୍ଥନୀତି ଭୁଶୁଡ଼ି ପଡ଼ୁଥିବାର ଦେଖୁଥିବା ବେଳେ ଅନ୍ୟପଟେ ବିଭିନ୍ନ ରାଜନୈତିକ କାହାଣୀ ଶୁଣି ବାଟବଣା ହେଉଛନ୍ତି। ଯେତେବେଳେ ‘ଅଗ୍ନିପଥ’ର ଅଗ୍ନି ଚାରିଆଡ଼େ ବ୍ୟାପିବାକୁ ଲାଗିଗଲା ସେତେବେଳେ ମହାରାଷ୍ଟ୍ରର ଶିବସେନା ବିଧାୟକଙ୍କ ଦଳ ବିରୋଧୀ କାର୍ଯ୍ୟ ଟେଲିଭିଜନ୍‌ର ଅଧିକ ସମୟ ମାଡ଼ିବସିଲା। କେବଳ ଯେଉଁମାନଙ୍କ ସନ୍ତାନ ସେନାରେ ଭର୍ତ୍ତି ହେବା ପାଇଁ ପରୀକ୍ଷା ଦେବାକୁ ଯାଉଥିଲେ ସେହିମାନେ ନିଜର ଦୁଃଖକୁ ମନେପକାଇ ଅଧିକ ଦୁଃଖିତ ହେଉଥିବେ। ଅନ୍ୟସବୁ ଦେଶବାସୀଙ୍କୁ ଭିନ୍ନ ଖାଦ୍ୟ ସ୍ବାଦକର ମନେହେଲାଣି। ଗୋଟିଏ ବିଷୟରୁ ଅନ୍ୟ ଏକ ବିଷୟକୁ ଡେଇଁବା ହୋଇଗଲାଣି ଆଜିର ଲୋକ ଚରିତ୍ର। କେହି ଜଣେ ଥୟ ହୋଇ ସମସ୍ୟା ସମ୍ପର୍କରେ ଚିନ୍ତା କରିବାକୁ ସମୟ ପାଉ ନାହାନ୍ତି।
୨୦୦୨ରେ ତତ୍କାଳୀନ କଂଗ୍ରେସ ଏମ୍‌ପି ଏହସାନ୍‌ ଜାଫ୍ରିଙ୍କୁ ହତ୍ୟା କରାଯିବା ପରେ ତାଙ୍କ ସ୍ତ୍ରୀ ଜାକିଆ ଜାଫ୍ରି ଗୁଜରାଟର ସେହି ସମୟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଭାଜପା ନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମୋଦିଙ୍କୁ କ୍ଲିନ୍‌ଚିଟ୍‌ ଦେବା ପରେ ସେ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ୍‌ ଏ. ଏମ୍‌. ଖାନ୍‌ଓ୍ବିଲ୍‌କରଙ୍କ ନେତୃତ୍ୱରେ ଜଷ୍ଟିସ୍‌ ଦିନେଶ ମାହେଶ୍ୱରୀ ଓ ସିଟି ରବିକୁମାରଙ୍କ ଦ୍ୱାରା ଗଠିତ ପୀଠ ତାଙ୍କ ଆବେଦନକୁ ଖାରଜ କରିଦେବା ଓ ମୋଦିଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଘୋଷଣା କରିବା ପରେ ଜାକିଆ ଜାଫ୍ରିଙ୍କୁ ସହଯୋଗ ଯୋଗାଇ ଆସିଥିବା ସାମାଜିକ କର୍ମୀ ତୀସ୍ତାଙ୍କ ଅଡ଼ୁଆ ବଢ଼ିଗଲା। ତାଙ୍କ ଏନ୍‌ଜିଓ ‘ସିଟିଜେନ୍ସ ଫର୍‌ ଜଷ୍ଟିସ୍‌ ଆଣ୍ଡ୍‌ ପିସ୍‌’ (ସିଜେପି) ବିରୋଧରେ ବର୍ତ୍ତମାନ ବିଭିନ୍ନ ପ୍ରକାର ଅଭିଯୋଗ ଅଣାଯାଇ ତାଙ୍କୁ ଗିରଫ କରାଯାଇଛି। ବିଦେଶରୁ ତାଙ୍କ ଏନ୍‌ଜିଓକୁ ଯୋଗାଇ ଦିଆଯାଇଥିବା ପାଣ୍ଠିକୁ ତୀସ୍ତା ହଡ଼ପ କରିବା ସହ ବିଭିନ୍ନ ନ୍ୟାୟିକ କାର୍ଯ୍ୟରେ ମିଥ୍ୟା ପ୍ରମାଣ ଦେଇଥିବାର ବିଷୟ ଏହି ଅଭିଯୋଗରେ ସନ୍ନିବେଶିତ କରାଯାଇଛି। ଜୁନ୍‌ ୨୬ରେ ତୀସ୍ତାଙ୍କୁ ଜୁଲାଇ ୧ ପର୍ଯ୍ୟନ୍ତ ପୋଲିସ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଜୁଲାଇ ୨ ତାରିଖରେ ତାଙ୍କୁ ଅହମଦାବାଦ କୋର୍ଟରେ ହାଜର କରାଯିବ ବୋଲି କୁହାଯାଉଛି। ଏଥିସହିତ ତତ୍କାଳୀନ ପୋଲିସ ଅଫିସର ଶ୍ରୀକୁମାର ସେତେବେଳର ମୋଦିଙ୍କ ନେତୃତ୍ୱାଧୀନ ଗୁଜରାଟ ସରକାର ଦଙ୍ଗା ରୋକିବା ବାଟରେ ବଧକ ସାଜିଥିଲେ ବୋଲି କହିଥିବାରୁ ଏବେ ତାଙ୍କୁ ଦଣ୍ଡିତ ହେବାକୁ ପଡ଼ିଛି। ହୁଏତ ଆଗକୁ ତୀସ୍ତା ଓ ଶ୍ରୀକୁମାରଙ୍କୁ ଦୀର୍ଘବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ।
ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବାକ୍‌ ସ୍ବାଧୀନତା ସହ ଅନ୍ୟାୟକୁ ବିରୋଧ କରିବାର ବ୍ୟବସ୍ଥା ରହିବା କଥା। କିନ୍ତୁ ସରକାର ବିରୋଧୀ ମନ୍ତବ୍ୟ ବା ପଦକ୍ଷେପ ନେଉଥିବା ବ୍ୟକ୍ତିଙ୍କୁ ଦେଶଦ୍ରୋହୀ ଆଖ୍ୟା ଦିଆଯାଉଛି। ସାମାଜିକ କର୍ମୀ ତୀସ୍ତା ଓ ପୂର୍ବତନ ପୋଲିସ ଅଧିକାରୀ ତଥା ହ୍ବିସିଲ-ବ୍ଲୋୟର ଆର୍‌. ବି. ଶ୍ରୀକୁମାର ଯେଉଁ ଅଭିଯୋଗ ଆଣିଥିଲେ ସେଥିପାଇଁ ସେମାନଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଛି। ସେଥିରୁ ଏ ଦୁହେଁ ବଞ୍ଚତ୍କରି ବାହାରି ପାରିବେ ବୋଲି ବିଶ୍ୱାସ ହେଉନାହିଁ। ସେହିଭଳି ପୂର୍ବରୁ ଗିରଫ ହୋଇଥିବା ପୋଲିସ ଅଧିକାରୀ ସଞ୍ଜୀବ ଭଟ୍ଟ ମଧ୍ୟ ଜେଲଦଣ୍ଡ ଭୋଗୁଛନ୍ତି। ସେ ଗୁଜରାଟ ଦଙ୍ଗାରେ ମୋଦିଙ୍କ ଭୂମିକାକୁ ପ୍ରଶ୍ନ କରିଥିବାରୁ ତାଙ୍କୁ ବିଭିନ୍ନ ମାମଲାରେ ଜଡ଼ିତ କରି ଦଣ୍ଡିତ କରାଯାଇଛି। ଯଦି ବ୍ୟବସ୍ଥା ପ୍ରତିଶୋଧପରାୟଣ ହୋଇ କାର୍ଯ୍ୟାନୁଷ୍ଠାନ ନେବାକୁ ମନସ୍ଥ କରେ, ତେବେ ତାହାକୁ କିଏବା ରୋକିବ। ଯେଉଁ ବ୍ୟବସ୍ଥାରେ ଇତିହାସକୁ ବଦଳାଇବାରେ କୁଣ୍ଠାବୋଧ ଦେଖାଯାଉ ନାହିଁ, ସେଭଳି ବ୍ୟବସ୍ଥାରେ ଅନେକ ଅମାନୁଷିକ ଅନ୍ୟାୟ ଘଟିବା ସ୍ବାଭାବିକ। ଏଥିସହିତ ଆମେରିକାର ଉଦାହରଣ ଦେଖିଲେ, ସରକାରଠାରୁ ନ୍ୟାୟପାଳିକା ଯଦି ଦୂରେଇ ନ ରହନ୍ତି, ତାହା ହେଲେ ସାଧାରଣ ନାଗରିକଙ୍କୁ ନ୍ୟାୟ ମିଳିବା ସମ୍ଭବପର ହେବ ନାହିଁ।

 

ଆମେରିକାର ଉଦାହରଣ ଦେଖିଲେ, ସରକାରଠାରୁ ନ୍ୟାୟପାଳିକା ଯଦି ଦୂରେଇ ନ ରହନ୍ତି, ତାହା ହେଲେ ସାଧାରଣ ନାଗରିକଙ୍କୁ ନ୍ୟାୟ ମିଳିବା ସମ୍ଭବପର ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?