Posted inଫୁରସତ

ଜେଲ୍‌ ନା ହୋଟେଲ

ଜେଲ୍‌ ବା ବନ୍ଦୀଶାଳା କଥା କହିଲେ ଛାତିରେ ଛନକା ପଶିଯାଏ। କେଉଁ ଏକ ଅଜଣା ଭୟରେ ମନ ଆତଙ୍କିତ ହୋଇଉଠେ। ଜେଲରେ କଠୋର ଦଣ୍ଡ ମିଳେ। ଅନ୍ଧାର ଭିତରେ ରହିବାକୁ ହୁଏ। ଖାଇବା ପାଇଁ ଭଲଖାଦ୍ୟ ମିଳେନି। କାହା ସହିତ ମିଳାମିଶା କି କଥାବାର୍ତ୍ତା କରିବାକୁ ଦିଆଯାଏନି। ସବୁବେଳେ ଗୋଟିଏ ଘର ଭିତରେ ବନ୍ଦୀ ହୋଇ ରହିବାକୁ ହୁଏ। ଏମିତି କେତେ କ’ଣ କଥା ରହିଛି ଜେଲକୁ ନେଇ। ଏସବୁ ବି ମିଛ କିମ୍ବା କପୋଳକଳ୍ପିତ କଥା ନୁହେଁ। ଏହାର ମଧ୍ୟ ସତ୍ୟତା ରହିଛି। ତେବେ ଆମେ ବଞ୍ଚୁଥିବା ଏ ପୃଥିବୀରେ ଏମିତି କିଛି ଆଭିଜାତ୍ୟପୂର୍ଣ୍ଣ ଜେଲ ଅଛି, ଯାହାକୁ ଦେଖିଲେ ଆଉ ଯେଉଁସବୁ କଥା ଶୁଣିଲେ ଏମିତି ମନେହେବ ଯେମିତି ଏସବୁ ଜେଲ ନା ଫାଇଭ୍‌ଷ୍ଟାର ହୋଟେଲ୍‌। ସେହି ଜେଲ ସବୁ କଏଦୀମାନଙ୍କ ନିମନ୍ତେ ପ୍ରସ୍ତୁତ ହୋଇଛି ନା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଲାଗି ତିଆରି ହୋଇଛି।


ନର୍‌ଓ୍ବେର ବେଷ୍ଟୋୟ ଜେଲ: ନର୍‌ଓ୍ବେର ବେଷ୍ଟୋୟ ଦୀପରେ ଅଛି ଗୋଟିଏ ଜେଲ, ଯାହାକୁ ବେଷ୍ଟୋୟ ଜେଲ ବୋଲି କୁହାଯାଇଥାଏ। ଏହି ଜେଲରେ ପ୍ରାୟ ୧୦୦ଜଣ କଏଦୀଙ୍କୁ ରଖାଯାଇଥାଏ। ତେବେ ଏଠାରେ ରହୁଥିବା କଏଦୀମାନେ ନିଜକୁ କଏଦୀ କିମ୍ବା ଅପରାଧୀ ବୋଲି ଭାବି ନ ଥାନ୍ତି। ସେମାନଙ୍କୁ ସବୁପ୍ରକାର ସାଧାରଣ ସୁବିଧା ମିଳିଥାଏ। ହର୍ଷ ରାଇଡିଂ, ଫିଶିଂ, ଟେନିସ୍‌, ସନ୍‌ବାଥ୍‌ ଆଦିର ସୁବିଧା କଏଦୀମାନଙ୍କୁ ଯୋଗେଇ ଦିଆଯାଇଥାଏ। ସେତିକିନୁହେଁ, କଏଦୀମାନଙ୍କୁ ଚାଷ କରିବାର ସବୁ ପ୍ରକାର ଅତ୍ୟାଧୁନିକ କଳକୌଶଳ ଓ ଯନ୍ତ୍ରପାତି ଯୋଗେଇ ଦିଆଯାଇଥାଏ। ଆଉ ବଡ଼କଥା ହେଲା ଏଠାରେ କୌଣସି ସେଲ୍‌ ବ୍ୟବସ୍ଥା ନାହିଁ। ତା’ ପରିବର୍ତ୍ତେ କଏଦୀଙ୍କ ନିମନ୍ତେ ସ୍ବତନ୍ତ୍ର କଟେଜ୍‌ ବ୍ୟବସ୍ଥା କରାଯାଇଛି।


ଏଚ୍‌ଏମ୍‌ପି ଆଡିଓ୍ବେଲ୍‌, ଷ୍କଟଲାଣ୍ଡ : ଏ ଜେଲର ଅନ୍ତେବାସୀଙ୍କ ସଂଖ୍ୟା ପ୍ରାୟ ୭୦୦। ଏହି ଜେଲରେ ରହୁଥିବା କଏଦୀମାନଙ୍କୁ ଅପରାଧୀ ଭଳି ବିବେଚନା କରାଯାଏନି। ତା’ ପରିବର୍ତ୍ତେ ସେମାନଙ୍କୁ ସାଧାରଣ ମଣିଷଙ୍କ ଭଳି ଦେଖାଯାଏ, ଯେଉଁମାନେ ଭୁଲ୍‌ ବଶତଃ କିଛି ଅପରାଧ ଘଟେଇଛନ୍ତି। ସେଥିଲାଗି ସେମାନଙ୍କୁ କିଭଳି ଭଲ ମଣିଷ କରାଯାଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯାଏ। ସେଥିଲାଗି ସେମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗେଇଦିଆଯାଏ ଯେମିତି କି ଜଣେ ଭାବିବନାହିଁ ଯେ, ସେ ଏକ କଏଦୀଖାନାରେ ଅଛି। ଭଲସ୍ଥାନ ମନରେ ସକାରାତ୍ମକ ପ୍ରଭାବ ପକାଏ। ଏହା ହେଉଛି ଏହି ଏଚଏମପି ଆଡିଓ୍ବେଲ୍‌ କଏଦୀଖାନାର ନୀତି।


ଓଟାଗୋ କରେକ୍‌ସନ୍‌ ଫାସିଲିଟି, ନ୍ୟୁଜିଲାଣ୍ଡ : ୨୦୦୫ରେ ନ୍ୟୁଜିଲାଣ୍ଡରେ ଏହି ଜେଲ ତିଆରି କରାଯାଇଥିଲା। ତେବେ ଏହାକୁ ଜେଲ ବୋଲି ନାମକରଣ କରା ନ ଯାଇ ଏହାର ନାମ ରଖାଯାଇଥିଲା ‘ଓଟାଗୋ କରେକ୍‌ସନ୍‌ ଫାସିଲିଟି’। ଏଠାରେ ସୁରକ୍ଷାବ୍ୟବସ୍ଥା ଖୁବ୍‌ କଡ଼ାକଡ଼ି। ହେଲେ ଭିତରେ କଏଦୀମାନଙ୍କ ଜୀବନ ବେଶ୍‌ ଆରାମଦାୟକ। କଏଦୀମାନେ ସେଠାରେ ଫାର୍ମିଂ, କୁକିଂ ସହିତ ଇଞ୍ଜିନିଅରିଂ କରନ୍ତି ଆଉ ଆରାମ୍‌ରେ କାଳାତିପାତ କରନ୍ତି।

ଅରନ୍‌ଜୁଏଜ୍‌ ଜେଲ, ସ୍ପେନ୍‌ : ଏହାକୁ ବିଶ୍ୱର ସବୁଠାରୁ ନିଆରା ଜେଲ ବୋଲି କୁହାଯାଏ। ଏମିତି କେଉଁ ଜେଲ ଅଛି ଯେଉଁଠି କଏଦୀମାନେ ନିଜର ପରିବାର ସହିତ ରହିପାରନ୍ତି। ଏହି ସୁବିଧା ଅରନ୍‌ଜୁଏଜ୍‌ ଜେଲରେ ଉପଲବ୍ଧ। ସେଠାରେ କଏଦୀମାନଙ୍କର ପିଲାଙ୍କ ନିମନ୍ତେ ଖେଳପଡ଼ିଆ, କାର୍ଟୁନ୍‌ ଆଦିର ବ୍ୟବସ୍ଥା କରାଯାଇଛି। ଏଥିସହିତ ସ୍ବତନ୍ତ୍ର ସ୍କୁଲ ଅଛି ଯେଉଁଠି କଏଦୀମାନଙ୍କର ପିଲାମାନେ ପାଠପଢ଼ି ଥାଆନ୍ତି। ଏଭଳି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କଏଦୀମାନଙ୍କୁ ସେମାନଙ୍କର ପରିବାରଠାରୁ ଦୂରେଇ ନ ନେବା।


ଜଷ୍ଟିସ୍‌ ସେଣ୍ଟର ଲିଓବେନ୍‌, ଅଷ୍ଟ୍ରିଆ: ଅଷ୍ଟ୍ରିଆର ଏହି ଜେଲଟିକୁ ଦେଖିଲେ ଏହା କୌଣସି ପଞ୍ଚତାରକା ହୋଟେଲ୍‌ଠାରୁ କମ୍‌ ହେବନାହିଁ। ସମ୍ପୂର୍ଣ୍ଣ ଭାବରେ କାଚରେ ଢଙ୍କା ହୋଇଛି ଏହି ଜେଲ। ଏହା ଭିତରେ ସ୍ପୋର୍ଟସ ସେଣ୍ଟର ଅଛି। ଫୁଡ୍‌ କୋର୍ଟ ଅଛି। କଏଦୀମାନଙ୍କ ନିମନ୍ତେ ସ୍ବତନ୍ତ୍ର ଭାବରେ ଭବ୍ୟ ବିଳାସପୂର୍ଣ୍ଣ ପ୍ରକୋଷ୍ଠ ତିଆରି କରାଯାଇଛି। ସେମାନଙ୍କ ପାଇଁ ଟିଭି, ଫ୍ରିଜ୍‌ଠୁ ଆରମ୍ଭ କରି ସବୁପ୍ରକାର ବୈଭବପୂର୍ଣ୍ଣ ସାମଗ୍ରୀ ଯୋଗେଇ ଦିଆଯାଇଛି।


ଚ୍ୟାମ୍ପ-ଡୋଲୋନ୍‌ ପ୍ରିଜନ, ସୁଇଜରଲାଣ୍ଡ: ବିଶ୍ୱର ଅନ୍ୟତମ ବିଳାସପୂର୍ଣ୍ଣ ଜେଲ ହେଉଛି ସୁଇଜରଲାଣ୍ଡର ଚ୍ୟାମ୍ପ୍‌-ଡୋଲୋନ୍‌ ପ୍ରିଜନ୍‌। ଏଠାରେ ରହୁଥିବା କଏଦୀମାନେ ଭାବିପାରନ୍ତି ନାହିଁ ଯେ, ସେମାନଙ୍କୁ ଏଠାରେ ଆଣି ବନ୍ଦୀକରି ରଖାଯାଇଛି। କାରଣ ଜୀବନର ସବୁପ୍ରକାର ସୁଖ ସ୍ବାଚ୍ଛନ୍ଦ୍ୟ ସେମାନଙ୍କୁ ଏଠାରେ ଯୋଗେଇ ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri