Posted inଫୁରସତ

ଜୟ ଯବାନ୍‌:ସେବାନିବୃତ ହୋଇ ଗାଁକୁ ଫେରିବା ପରେ…

ସେନାବାହିନୀରେ ଯୋଗ ଦେଇ ଦେଶକୁ ଶତ୍ରୁ କବଳରୁ ରକ୍ଷା କରୁଥିବା ଏହି ସୈନିକମାନେ ଅବସର ପରେ ବି ଚୁପ୍‌ ହୋଇ ବସିଯାଇ ନାହାନ୍ତି। ନିଜ ଅଞ୍ଚଳର ବିକାଶ ସହ ସେନା ବା ପୋଲିସ ବିଭାଗରେ କାମ କରିବା ପାଇଁ ଆଗ୍ରହୀ ଯୁବତୀଯୁବକଙ୍କୁ ମାଗଣାରେ ପ୍ରଶିକ୍ଷଣ ବି ଦେଉଛନ୍ତି…

ସେନାଙ୍କ ପାଇଁ ପରିଚିତ ଗାଁ-ଏହା ଏମିତି ଏକ ଗାଁ ଯାହାର ଅଧିକାଂଶ ନିବାସୀ ସେନାବାହିନୀରେ କାର୍ଯ୍ୟରତ। ଏହି ଗାଁ ହେଲା ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଞ୍ଚାୟତ ଅଧିନ ବିଲିପଡ଼ା। ଭୁବନେଶ୍ୱରରୁ ୧୬ନମ୍ବର ଜାତୀୟ ରାଜପଥରେ ବାଲେଶ୍ୱରଯିବା ରାସ୍ତାର କୁଆଖିଆ ବଜାରଠାରୁ ମାତ୍ର ୧ କି.ମି. ଦୂରରେ ରହିଛି ଏହି ଗାଁ ା ଏବେ ସୁଦ୍ଧା ବିଲିପଡ଼ା ଗାଁର ପ୍ରାୟ ୩୭ଜଣ ଯୁବକ ସ୍ଥଳ, ଜଳ ଓ ଆକାଶ ବାହିନୀ ସମେତ ଆଉ କେତେଜଣ ପୋଲିସ ବିଭାଗରେ ଚାକିରି କରିଛନ୍ତି ା ଏହି ଗାଁରେ ଅନ୍ୟମାନଙ୍କ ମଧ୍ୟରେ-ସତ୍ୟାନନ୍ଦ ଆଇଚ, ଦେବେନ୍ଦ୍ର ଆଇଚ, ସୁମନ୍ତ ଆଇଚ, ସନ୍ତୋଷ କୁମାର ଆଇଚ, ରମେଶ ଚନ୍ଦ୍ର ଆଇଚ, ସନେନ୍ଦ୍ର ଆଇଚ ଓ ଅମରେନ୍ଦ୍ର ଧଳ ପ୍ରମୁଖ ସେନା ବିଭାଗରେ ସାମିଲ ହୋଇଥିବା ବେଳେ ଶୁଭଙ୍କର ଆଇଚଙ୍କ ସହ ଅନ୍ୟ କେତେଜଣ ସିଆର୍‌ପିଏଫ୍‌ରେ, ସେହିପରି ଆଉ କେତେଜଣ ଓଡ଼ିଶା ପୋଲିସ, ଓଏସ୍‌ଏପି, ଆଇଆର୍‌ବି ଏବଂ ଓଏଫ୍‌ଏସ୍‌ ସେବା ବିଭାଗରେ ଯୋଗଦେଇଛନ୍ତି। ତେବେ ବଡ଼ କଥା ହେଲା ଯେଉଁମାନେ ସୈନ୍ୟବାହିନୀରୁ ଅବସର ନେଉଛନ୍ତି ଗାଁର ଯୁବକମାନେ କିପରି ସେନା ବିଭାଗରେ କାମ କରିପାରିବେ ସେଥିପାଇଁ ଏମାନେ ତାଙ୍କୁ ପ୍ରସ୍ତୁତ କରୁଛନ୍ତି। ସେଥିପାଇଁ ସେମାନେ ଗାଁର ଯୁବକମାନଙ୍କୁ କ୍ଳବ ପଡ଼ିଆ ଏବଂ ସ୍କୁଲ ପଡ଼ିଆରେ ସକାଳେ ଓ ଅପରାହ୍ନ ସମୟରେ ଦୌଡ଼ିବା, ଲମ୍ବଡ଼ିଆଁ, ଚାଲିବା , ସାଇକେଲ ଚଲେଇବା, ନିଆଁ ଲିଭାଇବା ପୁଣି ନିକଟ ପୋଖରି ଓ ନଦୀରେ ପହଁରିବା ଆଦିର ଟ୍ରେନିଂ ପ୍ରଦାନ କରିଥାନ୍ତି। ଏହି ଗାଁରେ ଏକ ପରମ୍ପରା ରହିଛି ଏହି ଗାଁର ଯେଉଁ ବ୍ୟକ୍ତିମାନେ ସୈନ୍ୟବାହିନୀରୁ ଅବସର ନେଇ ଫେରନ୍ତି ତାଙ୍କୁ ଗାଁର ଆବାଳ ବୃଦ୍ଧ ବନିତା ଏକତ୍ରିତ ହୋଇ ଏକ ପଟୁଆରରେ ଗାଁକୁୁ ଗାଁକୁ ବୁଲାଇଥାନ୍ତି ଏବଂ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ସଭାରେ ତାଙ୍କୁ ସମ୍ମାନିତ କରିବା ସହ ତାଙ୍କ ମାତା ଓ ପିତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥାଏ । ଏ ଦିଗରେ ଗାଁରେ ରହିଥିବା ଉତ୍କଳ କ୍ଲବର ରହିଛି ଅନେକ ଭୂମିକା। ଏହାଛଡ଼ା ଅବସରପ୍ରାପ୍ତ ସେନା କର୍ମଚାରୀ ଅମରେନ୍ଦ୍ର ଧଳ, କେଦାର କୁମାର ଆଇଚ, ଶୁଭ୍ରଦୀପ୍ତ ଧଳ କୁହନ୍ତି, ‘ଦେଶ ସୁରକ୍ଷା ପାଇଁ ସୈନ୍ୟବାହିନୀରେ ଯୋଗ ଦେବା ଆମ ଲାଗି ଭଗବାନଙ୍କ ବରଦାନ ା ଏବେ ଆମେ ଗାଁ ପାଇଁ କାମ କରିବାରେ ଆନନ୍ଦ ପାଉଛୁ। ଉତ୍କଳ କ୍ଲବର ସଦସ୍ୟ ଜ୍ୟୋତିପ୍ରକାଶ ବିଶ୍ୱାଳ ଓ ଶିକ୍ଷକ ସୁଧାଂଶୁ ଶେଖର ଆଇଚ କୁହନ୍ତି, ଏହି ଗାଁର ଏକାଧିକାଂଶ ଯୁବକ ସେନାବାହିନୀରେ ଯୋଗ ଦେବା ଆମ ଗାଁ ପାଇଁ ଗୌରବ।

ଅବସର ପରେ ଜନମଙ୍ଗଳ କାଯର୍‌ୟରେ ସାମିଲ ହେଉଛୁ
ଏହି ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀମାନେ ଯେତେବେଳେ ମର୍ଣ୍ଣିଂ ଓ୍ବାକ୍‌ରେ ଏକାଠି ମିଶୁଥିଲେ ଚିନ୍ତା କଲେ କିପରି ନିଜ ଗାଁର ଆଶାୟୀ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେବେ। ଭାରତୀୟ ପୂର୍ବ ସେନାନୀ ସଂଘ, ଓଡ଼ିଶା ଚିଲିକା ଶାଖା ସଂପାଦକ-ସର୍ଜେଣ୍ଟ (ଏୟାରଫୋର୍ସ) ଶତ୍ରୁଘନ ପ୍ରଧାନ କୁହନ୍ତି, ମୁଁ ଅବସର ପରେ ଭୁବନେଶ୍ୱରରେ ରହି ଏକ ଘରୋଇ ପଲିଟେକ୍‌ନିକ କଲେଜରେ ପ୍ରିନ୍ସିପାଲ ଭାବେ କାଯର୍‌ୟ ତୁଲାଉଥିଲି । ୨୦୨୨ମସିହା ଜୁନ ୧୯ ତାରିଖ। ଖୋର୍ଦ୍ଧା ଜିଲାର ଟାଙ୍ଗିବ୍ଲକ ଅନ୍ତର୍ଗତ ରତନପୁର ଗ୍ରାମ ଠାରେ ହାତଗଣତି କେତେଜଣ ଅବସରପ୍ରାପ୍ତ ଯବାନ ଏକାଠି ହୋଇଥିଲୁ। ଗାଁର କେତେକ ପ୍ରସଙ୍ଗ ଓ ତା’ର ବିକାଶମୂଳକ ଦିଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ତା’ ପରେ ଏହି କାର୍ଯ୍ୟରେ ଧୀରେଧୀରେ ସୋରଣ, ରତନପୁର, କୁହୁଡ଼ି, ହାଟବରଡ଼ି , ବିରିବାଡ଼ି, ହରିପୁର,ନାଚୁଣୀ, ଚଣ୍ଡେଶ୍ୱର ଦୀକ୍ଷିତପଡ଼ା, ଜୟମଙ୍ଗଳପୁର, ତରାପି ଆଦି ଆଖପାଖ ଗାଁର ପ୍ରାୟ ୮୬ଜଣ ଅବସରପ୍ରାପ୍ତ ସୈନିକଙ୍କ ସାମିଲ ହେଲେ। ଆକାଶବାହିନୀ, ଜଳବାହିନୀ ଓ ସ୍ଥଳବାହିନୀରୁ ସେବାନିବୃତ ହୋଇ ଗାଁରେ ରହୁଥିବା ଆମ ଅଞ୍ଚଳର ଯବାନମାନଙ୍କ ବନ୍ଧୁ ମିଳନ ଉତ୍ସବ ଥିଲା। ସେଠାରେ ସମସ୍ତଙ୍କ ନିଷ୍ପତ୍ତିକ୍ରମେ ଗଠନ ହେଲା ଭାରତୀୟ ପୂର୍ବ ସେନାନୀ ସଂଘ, ଓଡ଼ିଶା ଚିଲିକା ଶାଖା । ସଭାପତି କ୍ୟାପଟେନ୍‌ ଶଙ୍କର ବଡ଼ଜେନା, ଉପସଭାପତି ଶ୍ରୀବତ୍ସ ବୈରୀଗଞ୍ଜନ, ଯୁଗ୍ମ ସଂପାଦକ- ପବିତ୍ର ମୋହନ ବରାଳ, ଉପଦେଷ୍ଟା ମନ୍ମଥ କୁମାର ସିଂ ପ୍ରମୁଖ ରହିଛନ୍ତି। ଦୀର୍ଘ୍ୟ ବର୍ଷଧରୀ ସେନାବାହିନିରେ କାର୍ଯ୍ୟକରିବାର ଅନୁଭୂତିକୁ ପୁଞ୍ଜିକରିଥିବା ସେବାନିବୃତ ସେନାକର୍ମଚାରୀମାନେ ଚିନ୍ତାକଲେ ପ୍ରତ୍ୟେକ ଗାଁରେ କିପରି ଯୋଗ୍ୟ ଓ ଦକ୍ଷ ଯବାନ ବାହାରିବେ । ଚାକିରିରୁ ଅବସର ପରେ ସେନାକର୍ମଚାରୀମାନେ ଘରେ ବସି ନ ରହି ଯେପରି କିଛି ନା କିଛି ସମାଜ ମଙ୍ଗଳ କାର୍ଯ୍ୟରେ ସାମିଲ ହେବେ ସେଥିପାଇଁ କେତେକ ସାମାଜିକ କାଯର୍‌ୟ କରିବା ପାଇଁ ପ୍ରୟାସ ଜାରିରଖିଛୁ। ବିଗତ ଦିନରେ ସ୍ଥାନୀୟ ସୋରଣ, କୁହୁଡ଼ି, ରତନପୁର ଆଦି ଗ୍ରାମରେ ମାଗଣାରେ ସ୍ବାସ୍ଥ୍ୟ ସଚେତନତା ସେବା ଶିବିର, ପରିବେଶ ସୁରକ୍ଷା ଲାଗି ବୃକ୍ଷ ରୋପଣ, ଅମୃତ ମହୋତ୍ସବ, ଭାରତୀୟ ସେନା ଦିବସ,କାରଗିଲ ବିଜୟ ଦିବସ, ଅଗଷ୍ଟ ପନ୍ଦର , ଜାନୁୟାରୀ ୨୬, ଜାତୀୟ ସଂହତି ,ଯୋଗଶିବିର ଆଦି କାର୍ଯ୍ୟକ୍ରମ ପାଳନ କରିଥାନ୍ତି। ସ୍ଥାନୀୟ ସ୍କୁଲ କଲେଜର ଛାତ୍ରୀଛାତ୍ରଙ୍କ ମନରେ ଦେଶ ପ୍ରୀତି ଜାଗ୍ରତ ଉଦ୍ଦେଶ୍ୟରେ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମରେ ସେମାନଙ୍କୁ ପୁରସ୍କୃତ କରାଯାଇ ଆସୁଛି। ସେହିପରି ଗାଁରେ ରହୁଥିବା ଶିକ୍ଷିତ ଯୁବକମାନଙ୍କ ଯୋଗ୍ୟତା ଓ ଦକ୍ଷତାକୁ ଭିତ୍ତିକରି ବିଶେଷକରି ସେନା ନିଯୁକ୍ତିରେ କିପରି ଯୋଗ୍ୟପ୍ରାର୍ଥୀ ହୋଇପାରିବେ ସେମାନଙ୍କ ଶାରୀରିକ ଦକ୍ଷତା କିପରି ରହିବା ଆବଶ୍ୟକ ସେଥିପାଇଁ ବିଜ୍ଞ ତଥା ଅଭିଜ୍ଞତାସମ୍ପନ୍ନ ଅତିଥି ପ୍ରଶିକ୍ଷକଙ୍କ ଠାରୁ ଉଚିତ ପରାମର୍ଶ ନିଆଯାଇଥାଏ। ଏଥିଯୋଗୁ ଆର୍ମି, ନେଭି, ଏୟାରଫୋର୍ସ, ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ସିଆଇଏସ୍‌ଏଫ୍‌, ଏନ୍‌ଆଇଏ, ଆଇଟିବିପି, ଆରଆଇଏଫଏଲଇ, ଓପିଏସଆଇ ଆଦି ବିଭାଗରେ ନିଯୁକ୍ତି ପାଇଁ ମାଗଣାରେ ତାଲିମ କୌଶଳ ଆଦି ଶିକ୍ଷା ପ୍ରଦାନ କରିଥାଉ।ଫଳରେ ଯୁବପିଢି ଛାତ୍ରୀଛାତ୍ରଙ୍କ ମଧ୍ୟରେ ସେନାବାହିନୀ ପ୍ରତି ଆଗ୍ରହ ବଢୁଥିବାର ନଜିର ରହିଛି। ଆମ ସଂଘର ସଦସ୍ୟମାନଙ୍କ ସହଯୋଗକୁ ଭିର୍ତ୍ତିକରି ବିଭିନ୍ନ ଅଞ୍ଚଳର ଶିକ୍ଷିତ ଯୁବତୀ ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ବାବଲମ୍ବନ ହେବା ନିମନ୍ତେ ପ୍ରୟାସ ଜାରି ରହିଛି।

ଶିକ୍ଷିତ ଯୁବକଙ୍କ ସାହାରା କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ: ପୋଲିସ ପ୍ରତିରକ୍ଷା ବିଭାଗରେ ପ୍ରବେଶ ପାଇଁ ଚାହୁଁଥିବା ଯୁବତୀଯୁବକଙ୍କୁ ସାହାରା ଦେଉଛି କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ ା ୨୦୨୧ରେ ବାଲେଶ୍ୱର ଜିଲାର ଖଇରା ବ୍ଲକରୁ ପ୍ରତିରକ୍ଷା ବିଭାଗରେ କାର୍ଯ୍ୟ କରୁଥିବା ୩ ଯବାନ ଏହି ଅଞ୍ଚଳରେ କିଛି ନୂଆ କରିବାର ସ୍ବପ୍ନ ନେଇ ଏକ ଏକାଡେମୀ ଖୋଲିଥିଲେ। ସ୍ଥାନୀୟ ନୟାଖଣ୍ଡି ସ୍କୁଲ ପଡିଆରେ ପ୍ରଥମେ ଅଳ୍ପ କିଛି ପିଲାଙ୍କୁ ଡାକି ଏହି କାର୍ଯ୍ୟର ଶୁଭାରମ୍ଭ କରିଥିଲେ ା ଏବେ ୧୭ଜଣ ଯବାନ ପାଳିକରି ଛୁଟିରେ ଗାଁକୁ ଆସି ମାଗଣାରେ ଯୁବକମାନଙ୍କୁ ଶାରୀରିକ ତାଲିମ ପ୍ରଦାନ କରୁଛନ୍ତି ା ସେହିଭଳି ଲିଖିତ ପରୀକ୍ଷା ପ୍ରସ୍ତୁତି ପାଇଁ ମଧ୍ୟ ୩ଜଣ ଉଚ୍ଚଶିକ୍ଷିତ ଯୁବକ ତାଲିମଦାତା ଭାବେ ଦାୟିତ୍ୱ ତୁଲାଉଛନ୍ତି ା କେବଳ ଯବାନ ନୁହନ୍ତି ସେମାନଙ୍କର ମା’ ଓ ପତ୍ନୀମାନେ ମଧ୍ୟ ଏକାଡେମୀ ପରିଚାଳନାରେ ସାମିଲ ହୋଇଛନ୍ତି ା ୧୫ରୁ ଅଧିକ ଯୁବତୀ ଯୁବକ ଓଡ଼ିଶା ପୋଲିସ, ଆସାମ ରାଇଫଲ୍ସ, ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌ରେ ଯୋଗଦେଇଥିବା ବେଳେ ପ୍ରାୟ ୨୨ଜଣ ଅଗ୍ନିବୀର ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ା ଖଇରା ଆଖପାଖ ଅଞ୍ଚଳରୁ ଆସୁଥିବା ପିଲାମାନେ ଏବେ ଏଥିରେ ସାମିଲ ହୋଇଛନ୍ତି ା ଏଥିଯୋଗୁ ପ୍ରାୟ ୭୦ଜଣ ଏବେ ତାଲିମ ନେଉଛନ୍ତି।

ଆଗାମୀପିଢିଙ୍କୁ ପ୍ରେରଣା ମିଳିଥାଏ:ଓଡ଼ିଶା ଷ୍ଟେଟଏକ୍ସ ସର୍ଭିସ ଲିଗ ହେଉଛି ଏକ ସ୍ବେଚ୍ଛାସେବୀ ସଗଠନ; ଯାହାକି ୧୯୭୭ରେ ଆରମ୍ଭ ହୋଇଥିଲା। ଏହାର ସମସ୍ତ ସଦସ୍ୟ ହେଉଛନ୍ତି ଅବସର ପ୍ରାପ୍ତ ସେନା ଅଧିକାରୀ । ଏକ୍ସ ସର୍ଭିସମ୍ୟାନ (ଇଏସ୍‌ଏମ୍‌) ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ପରିବାରବର୍ଗଙ୍କୁ ପେନ୍‌ସନ, ଆଲୋଆନସ, ଓ୍ବାର ଗ୍ରାଚୁଡ୍‌ଏସ, ରିସେଟେଲମେଣ୍ଟ ଏବଂ ଓଡ଼ିଶା ସରକାରଙ୍କ ମାଧ୍ୟମରେ ଥଇଥାନ କରିବା ଆଦି ଉଦ୍ଦେଶ୍ୟ ନେଇ ଏହା ଆରମ୍ଭ ହୋଇଥିଲା। ତେବେ ଓଏସଇଏଲ ବା ଓଡ଼ିଶା ଷ୍ଟେଟ ଏକ୍ସ ସଭିସ ଲିଗ୍‌, ଭାରତୀୟ ଏକ୍ସ ସର୍ଭିସ ଲିଗ ସହବନ୍ଧିତ। ଆଇଇଏସସି ଦିବଂଗତ ଫିଲ୍‌ଡ ମାର୍ଶଲ କେଏମ କରିଆପା ଓବିଇ ଏବଂ ଦିବଂଗତ ଜେନେରାଲ ଏକ୍ସ ଥିମାୟା ଡିଏସଓଙ୍କ ଦ୍ୱାରା ଏହା ଗଠନ କରାଯାଇଥିଲା। ଏହା ଓଡ଼ିଶା ସରକାରଙ୍କ ସ୍ବୀକୃତିପ୍ରାପ୍ତ ସଂଗଠନ ଏବଂ ଏହା ଆଇଇଏସଏଲ ଇଣ୍ଡିଆ ଦ୍ୱାରା ମାନ୍ୟତାପ୍ରାପ୍ତ । ଓଏସଇଏଲ ସାଧାରଣ ସଂପାଦକ କର୍ନେଲ ପ୍ରଶାନ୍ତ କୁମାର ସିଂ କୁହନ୍ତି ସଭାପତି-ବ୍ରିଗେଡିୟର ଅନ୍ତର୍ଯ୍ୟାମୀ ପ୍ରଧାନ, ସିନିୟର ପ୍ରେସିଡେଣ୍ଟ ଉଇଙ୍ଗକମାଣ୍ଡର ନନ୍ଦକିଶୋର ସାମଲ, ଉପସଭାପତି-କର୍ନେଲ ପ୍ରଦୁମ୍ନ ପ୍ରଧାନ, ସୁବେଦାର ମେଜର ପ୍ରଶାନ୍ତ ଦାସ, ଯୁଗ୍ମ ସଂପାଦକ ସୁବେଦାର ଉମାକାନ୍ତ ବେହେରା, ପ୍ରଦୀପ ଗିରି, ନୃସିଂହ ଚରଣ ପଣ୍ଡା, ଗୋପାଳ ସ୍ବାଇଁ, ମାନସ ଶତପଥୀ, ଲ୍ୟୁଟନାଣ୍ଟ କର୍ନେଲ ଲୋକନାଥ ସାହୁ ପ୍ରମୁଖ ସଂଗଠନର ପରିଚାଳନା ଦାୟିତ୍ୱ ତୁଲାଉଛନ୍ତି। ଓଡ଼ିଶାର ବିଭିନ୍ନ ଜିଲା ଓ ବ୍ଲକରେ ପ୍ରାୟ ୮ହଜାର ସଦସ୍ୟ ଅଛନ୍ତି । ଏହି ସଂସ୍ଥା ଗଠନ ଜରିଆରେ ଅବସରପ୍ରାପ୍ତ ସେନାଅଧିକାରୀ ମାନେ ବିଭିନ୍ନ ସମୟରେ କେତେକ ଅନୁଷ୍ଠାନ ଜରିଆରେ ଯୁବକ ମାନଙ୍କୁ ସୈନିକ ହେବା ନିମନ୍ତେ ବିଭିନ୍ନ ଶାରୀରିକ ଦକ୍ଷତା ବୃଦ୍ଧି ପାଇଁ ନିଦ୍ଧିଷ୍ଟ ଦିନରେ ଏକ ତାଲିମ ଶିବିର ଆୟୋଜନ କରି ସେମାନଙ୍କୁ ତାଲିମ କୌଶଳପ୍ରଦାନ କରିଥାନ୍ତି। ସମାଜ ମଙ୍ଗଳ କାର୍ଯ୍ୟରେ ସାମିଲ ହୋଇଥାନ୍ତି। ଏମିତିରେ ମାଗଣା ଜଳ ଦାନ, ସ୍ବାସ୍ଥ୍ୟ ସେବାଶିବିର,ବନ୍ୟା,ବାତ୍ୟା, ନିଆଁଲାଗିଥିବା ବିପଦରୁ ପିଡ଼ିତଙ୍କୁ ଉଧାର ତଥା ଅସହାୟଙ୍କୁ ସାହାଯର୍‌ୟ, ବୃକ୍ଷରୋପଣ, ଶିଶୁସୁରକ୍ଷା ଜନସଚେତନତା, ଛାତ୍ରୀଛାତ୍ରଙ୍କୁ ଆତ୍ମନିର୍ଭଶୀଳ ନିମନ୍ତେ ପ୍ରଶିକ୍ଷଣ ଆଦି ଜନସେବା କାର୍ଯ୍ୟକ୍ରମ କରିଥାନ୍ତି। ଭାରତୀୟ ସେନା ଦିବସ, ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ, ଅମର ଶହୀଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଆଦି କାର୍ଯ୍ୟକ୍ରମ କରାଯାଉଛି। ତେବେ ଦେଶ ସୁରକ୍ଷାରେ ସଜାଗ ରହୁଥିବା ସୈନିକ ଏବଂ ପରେ ସରକାରୀଭାବେ ସେବାନିବୃତ ହୋଇ ଗାଁକୁ ଫେରିବା ପରେ ଅବସରପ୍ରାପ୍ତ ସେନା ସଂଘ ଗଠନକରି ବିଶେଷକରି ମାଗଣାରେ ଯୁବତୀଯୁବକମାନଙ୍କୁ ସୈନିକ ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରୁଥିବାରୁ ଦେଶପ୍ରେମର ପ୍ରେରଣା ମିଳିଥାଏ। ଏଥିଯୋଗୁ ସମାଜ ବିକାଶ ଓ ଦେଶସୁରକ୍ଷା ସେବା ପ୍ରତି ଯୁବପିଢିଙ୍କ ଆଗ୍ରହ ବଢିଥାଏ। -ବନବିହାରୀ ବେହେରା, ରଞ୍ଜିତ ରାଉତ, ଉତ୍କଳବନ୍ଧୁ ପଣ୍ଡା , ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri