ବନ୍ଦହେବ ଜଗମୋହନ କଂସାରି ଶାଳ

ଧରାକୋଟ,୪ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ତଥା ବାହାର ଜିଲାରେ ମଧ୍ୟ ଧରାକୋଟ ବ୍ଲକର ଜଗମୋହନ ଗ୍ରାମର କଂସା, ପିତଳ କାମର ବେଶ୍‌ ଚାହିଦା ରହିଛି। ଗ୍ରାମରେ ବସବାସ କରୁଥିବା ୪୫୦ ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରୁ ୧୫୦ ପରିବାର କଂସାରି ସମ୍ପ୍ରଦାୟର। ଗ୍ରାମରେ ୧୦୦ ପଞ୍ଜୀକୃତ ଶାଳ ମଧ୍ୟରୁ ବର୍ତ୍ତମାନ କଞ୍ଚାମାଲ ଅଭାବରୁ ୩୫ ଶାଳ ବନ୍ଦ ହୋଇ ୬୫ଟି ଶାଳ ଚାଲୁଛି। ଏଣୁ ଏହି ସମ୍ପ୍ରଦାୟର ଅଧିକାଂଶ ପରିବାର କୌଳିକ ବୃତ୍ତିକୁ ଆପଣାଇ ଥିବାବେଳେ ଅନ୍ୟମାନେ କୃଷି, ବ୍ୟବସାୟ ଏବଂ ଦାଦନ ଖଟି ପରିବାର ଚଳାଉଛନ୍ତି। ଗତ ୧୯୬୪ରୁ ୧୯୭୩ ମସିହା ପର୍ଯ୍ୟନ୍ତ ସରକାର ସୁଲଭ ମୂଲ୍ୟରେ କଞ୍ଚାମାଲ ଯୋଗାଇ ଦେଉଥିଲେ। ଏଣୁ ଅଧିକାଂଶ ପରିବାର ଭଲ ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ କଞ୍ଚାମାଲ ଯୋଗାଣ ବନ୍ଦ ହୋଇଯିବାରୁ ଏବେ ବ୍ରହ୍ମପୁର, ବେଲଗୁଣ୍ଠା, ଭଞ୍ଜନଗର, ବଳକାଟି ଓ ରଥିଯେମାର ମହାଜନଠାରୁ ଅଧିକ ମୂଲ୍ୟ ଦେଇ କଞ୍ଚାମାଲ ଆଣିବାକୁ ପଡୁଛି। ଏଣୁ ନିର୍ମାଣ ସାମଗ୍ରୀର ମୂଲ୍ୟବୃଦ୍ଧି ହେବାସହ ଗ୍ରାହକ ସଂଖ୍ୟା କମୁଛି। ଫଳରେ ୧୫ଦିନ ଶାଳ ଚାଲିଲେ ୧୫ ଦିନ ବନ୍ଦ ରହୁଛି। ୨୬୦ ଟଙ୍କାରୁ ୪୫୦ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଶାଳରେ କାମକରି ପାଇଥାଏ। ସବୁଦିନ କାମ ନ ମିଳିବାରୁ କେତେକ ଶାଳ ବନ୍ଦ ରହିଥିବାବେଳେ କେତେକ ପରିବାର ଏହି କଂସାରି କାମ ଛାଡି ଅନ୍ୟ ବୃତ୍ତିକୁ ଆପଣାଇ ଚାଲିଛନ୍ତି। ଏଠାକାର କଂସାରି ଶାଳରେ ହାଣ୍ଡି, ମାଠିଆ, ଥାଳି, ଗିନା, ଫୁଲତୋଡ଼ା, ଖଟୁଲି ସହ ଠାକୁରଙ୍କ ନାଗ, ପ୍ରଭା, ସିଂହାସନ, ହାତ, ଗୋଡ଼, ଶଙ୍ଖ, ଚକ୍ର, ଗଦା, ପଦ୍ମ ଭଳି ସାମଗ୍ରୀ ତିଆରି ହେଉଛି । ଏସବୁ ବ୍ରହ୍ମପୁର, ଆସିକା, କବିସୂର୍ଯ୍ୟ ନଗର, ଭଞ୍ଜନଗର ବଜାରକୁ ବିକ୍ରି ପାଇଁ ପଠାଯାଉଛି। ଅନ୍ୟାନ୍ୟ ଗ୍ରାମରୁ ଆସୁଥିବା ଠାକୁରଙ୍କ ପାଇଁ ସାମଗ୍ରୀ ଅର୍ଡର ଅନୁସାରେ ଯୋଗାଇ ଦିଆଯାଉଛି। ହେଲେ କଞ୍ଚାମାଲ ନ ମିଳିବାରୁ ଗାଁ, ଗାଁରୁ ପୁରୁଣା ବାସନକୁସନ କିଣି ଶାଳ ଚଳାଇବାକୁ ପଡୁଛି । ଶ୍ରମିକଙ୍କୁ ଉପଯୁକ୍ତ କାମ ମିଳୁନି। ଶାଳ ସଂଖ୍ୟା ଦିନକୁ ଦିନ କମୁଛି। ଏଣୁ ସରକାର ଏ ଦିଗରେ ଦୃଷ୍ଟିଦେଇ କଞ୍ଚାମାଲ ଯୋଗାଇ ଦେବାକୁ ଗ୍ରାମର ପ୍ରକାଶ ସାହୁ, ପ୍ରଫୁଲ୍ଲ ମହାରଣା,ଜୟ କୃଷ୍ଣ ମହାରଣା ଓ ଭାସ୍କର ସାହୁ ପ୍ରମୁଖ ସରକାରଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri