Posted inଫୁରସତ

ପବିତ୍ରସ୍ଥଳୀ ଜାଗେଶ୍ୱର ଧାମ

ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଜାଗେଶ୍ୱର ଧାମ ହେଉଛି ଉତ୍ତରାଖଣ୍ଡର ଅଲମୋରା ଜିଲା ଅନ୍ତର୍ଗତ ଏକ ପବିତ୍ରମୟ ସ୍ଥଳୀ। ଏହି ଧାମରେ ଶ୍ରଦ୍ଧାଳୁ ଅନେକ ଛୋଟ ବଡ଼ ମନ୍ଦିର ଥିବାର ଦେଖିବାକୁ ପାଇପାରିବେ…

ଉତ୍ତରାଖଣ୍ଡର ଅଲମୋରା ଜିଲାଠାରୁ ପ୍ରାୟ ୩୬ କି.ମି ଦୂରରେ ରହିଛି ଏହି ଜାଗେଶ୍ୱର ଧାମ। ଏହି ଧାମରେ ଛୋଟବଡ଼ ହୋଇ ଅନେକ ମନ୍ଦିର ଥିବାର ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ଅଧିକାଂଶ ମନ୍ଦିରରେ ଦେବ ଦେବ ମହାଦେବଙ୍କୁ ପୂଜା କରାଯାଉଥିବାବେଳେ ଅନ୍ୟ ମନ୍ଦିରମାନଙ୍କରେ ଭଗବାନ ବିଷ୍ଣୁ, ଦେବୀ ମାତା, ସୂର୍ଯ୍ୟ ଦେବତା ତଥା ଅନ୍ୟାନ୍ୟ ଦେବଦେବୀଙ୍କୁ ଉପାସନା କରାଯାଇଥାଏ। ଖାସ୍‌ ସେଥିପାଇଁ ବର୍ଷକ ବାରମାସ ଏଠାରେ ଶ୍ରଦ୍ଧାଳୁଙ୍କର ଗହଳି ଦେଖିବାକୁ ମିଳିଥାଏ।

ମନ୍ଦିରକୁ ନେଇ ଲୋକକଥା
ପୁରାଣ ଶାସ୍ତ୍ର ଅନୁଯାୟୀ, ଏହି ପବିତ୍ର ସ୍ଥାନରେ କୁଆଡ଼େ ଭଗବାନ ଶିବ ଓ ସପ୍ତଋଷି ତପସ୍ୟା କରିଥିଲେ। ସେଥିପାଇଁ ଏହି ସ୍ଥାନର ମାହାତ୍ମ୍ୟ ବେଶ୍‌ ଉଚ୍ଚକୋଟୀର। କୁହାଯାଏ, ପ୍ରାଚୀନ କାଳରେ ଏହି ଜାଗେଶ୍ୱର ଧାମରେ ଯିଏ ଯାହା ମନୋସ୍କାମନା କରୁଥିଲେ ତାଙ୍କୁ ଠିକ୍‌ ସେହି ରୂପରେ ଫଳପ୍ରାପ୍ତି ହେଉଥିଲା; ଯେଉଁଥିପାଇଁ ଅନେକେ ସେହି ଆଶୀର୍ବାଦର ଦୂରୁପୋଯୋଗ କରିବାକୁ ମଧ୍ୟ ପଛାଉ ନଥିଲେ। ଖାସ୍‌ ସେହି କାରଣ ପାଇଁ ଆଦି ଶଙ୍କରାଚାର୍ଯ୍ୟ କୁଆଡ଼େ ଏହି ସ୍ଥାନକୁ ଆସି ଉକ୍ତ ଅଘଟଣକୁ ରୋକିବାକୁ ଏଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଇଥିଲେ ବୋଲି ସୂଚନା ରହିଛି। ଆଉ ସେବେଠାରୁ ଏଠାରେ ଯେଉଁ ବ୍ୟକ୍ତି ନିଃସ୍ବାର୍ଥପର ହୋଇ ନିଜ ମନରେ ସର୍ବମଙ୍ଗଳକାରୀ ମନୋସ୍କାମନା ରଖି ପ୍ରଭୂଙ୍କୁ ଡାକୁଛନ୍ତି କେବଳ ତାଙ୍କରି ହିଁ ଇଚ୍ଛା ପୂରଣ ହେଉଛି।

ମନ୍ଦିରର କାରୁକାର୍ଯ୍ୟ
ନାଗରା ଶୈଳୀରେ ନିର୍ମିତ ହୋଇଥିବା ଏଠାକାର ମନ୍ଦିରଗୁଡ଼ିକର ଅପୂର୍ବ ଶୋଭା ଦେଖିବାକୁ ଅତ୍ୟନ୍ତ ମନୋରମ ହୋଇଥାଏ। ବାସ୍ତୁକଳା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ଧାର୍ମିକ ପୀଠକୁ ଖାସ୍‌ କରି ଭଗବାନ ଶିବଙ୍କ ତପସ୍ଥଳୀ ବୋଲି କୁହାଯାଇଥାଏ। ସୂଚନାନୁଯାୟୀ, ଏହି ଧାର୍ମିକ ପୀଠରେ କୁଆଡ଼େ ଛୋଟ ବଡ଼ ହୋଇ ପ୍ରାୟ ୨୦୦ଟି ମନ୍ଦିର ଥିବାର ଦେଖିବାକୁ ମିଳେ; ଯେଉଁଥିରୁ ଅଧିକାଂଶ ମନ୍ଦିରରେ ଦେବ ଦେବ ମହାଦେବଙ୍କ ଲିଙ୍ଗ ଥିବାର ଦେଖିବାକୁ ମିଳେ। ସେଥିପାଇଁ ଏଠାରେ ପ୍ରାୟତଃ ଶିବଭକ୍ତଙ୍କର ଭିଡ଼ ଦେଖିବାକୁ ମିଳେ। ତା’ଛଡ଼ା ଏଠାରେ ଥିବା ବିନାୟକ କ୍ଷେତ୍ର, ପୁସ୍ତି ଦେବୀ ବା ପୁସ୍ତି ଭଗବତୀ ମା’ଙ୍କ ମନ୍ଦିର ହେଉଛି ଅନ୍ୟତମ ଦୁଇ ପବିତ୍ରପୀଠ।

ଆଉ କ’ଣ ଦେଖିବେ
ଜାଗେଶ୍ୱର ଧାମର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଆର୍କିଓଲୋଜିକାଲ ମ୍ୟୁଜିୟମ୍‌କୁ ବି ପର୍ଯ୍ୟଟକ ବୁଲି ଦେଖିପାରିବେ। ସେହିପରି ଜଟ ଗଙ୍ଗା, ସାମ୍‌ ଗଙ୍ଗା, ଐରାବତ ଗୁମ୍ଫା, ବ୍ରହ୍ମ କୁଣ୍ଡ, ଶ୍ରୀ କୁବେର ମନ୍ଦିର, ବଟୁକ ଭୈରବ ମନ୍ଦିର, ଗୋଲୁ ଦେବତା, ପାତାଳ ଭୂବନେଶ୍ୱରୀ ଗୁମ୍ଫା ହେଉଛି ଏଠାକାର ଅନ୍ୟତମ କେତୋଟି ଦର୍ଶନୀୟ ସ୍ଥାନ।
କେବେ ଓ କେମିତି ଯିବେ: ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ବିଶେଷକରି ମହାଶିବରାତ୍ରୀ ସମୟରେ ଏଠାରେ ଭକ୍ତଙ୍କର ଭିଡ଼ ପ୍ରବଳ ହୋଇଥାଏ ବୋଲି ସୂଚନା ରହିଛି। ସେହିପରି ଏହି ଧାମକୁ ଯିବା ପାଇଁ ଗମନାଗମନର ବି ବେଶ୍‌ ସୁବିଧା ରହିଛି। ଅଲମୋରା, ହଲଦ୍ୱାନୀ, ପିଥୋରାଗଡ଼ ତଥା କାଠଗୋଦାମ ଦେଇ ଏହି ଜାଗେଶ୍ୱର ଧାମକୁ ଯାଇହେବ। ପ୍ରଥମେ ରେଳମାର୍ଗ ଦେଇ କାଠଗୋଦାମରେ ପହଁଞ୍ଚତ୍ ସେଠାରୁ ଟାଉନ୍‌ ବସ୍‌ ହେଉ ଅବା ଟ୍ୟାକ୍ସି ଦ୍ୱାରା ଆରାମରେ ଯାଇ ଜାଗେଶ୍ୱର ଧାମରେ ପହଁଞ୍ଚତ୍ହେବ। କାଠଗୋଦାମ ରେଳଷ୍ଟେଶନଠାରୁ ପ୍ରାୟ ୧୨୫ କି.ମି ଦୂରରେ ରହିଛି ଏହି ଜାଗେଶ୍ୱର ଧାମ।

 


Enter your email to get our daily news in your inbox.

All Right Reserved By Dharitri.Com

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଫ୍ରିଜ୍‌ରେ ଅଣ୍ଡା ରଖିଲେ ପଚିଯାଏ ନା ସତେଜ ରହେ, ପ୍ରକୃତ ଉତ୍ତର ଜାଣିଲେ…

ଅଣ୍ଡା ପୁଷ୍ଟିସାରର ଏକ ବଡ଼ ଉତ୍ସ, ତେଣୁ ଏହାକୁ ଅଧିକାଂଶ ଘରେ ରଖାଯାଇଥାଏ। କିନ୍ତୁ ଏହାକୁ କେଉଁଠାରେ ରଖିବେ ସେନେଇ ଚିନ୍ତାରେ ଥାନ୍ତି ଗୃହିଣୀମାନେ। ଫ୍ରିଜ୍‌ରେ...

୨୦୨୬ଆରମ୍ଭରୁ ଯୁଦ୍ଧ ନୁହେଁ ହେବ ପ୍ରଳୟ! ସଙ୍କେତ ଦେଲାଣି ଗ୍ରହ ଚଳନ, ଭାରତରେ ପଡିବ ପଡ଼ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ୨୦୨୬ ହେଉଛି ଏପରି ଏକ ବର୍ଷ ଯାହାକୁ ବିଶ୍ୱ ଅଣଦେଖା କରିପାରିବ ନାହିଁ। ଅନେକ ସୀମା ଏପରି ଏକ ସମୟରେ ଆସିବ ଯେଉଁଠାରେ ଏକ...

ଅଜବ ପରମ୍ପରା:ପ୍ରେମ କରୁଥିଲେ ଏମିତି ଜଣାନ୍ତି….

ବେଜିଂ:ସାରା ବିଶ୍ୱରେ ପ୍ରେମ ପ୍ରକାଶର ଉପାୟ ପ୍ରାୟତଃ ଭିନ୍ନ। କିଏ ଫୁଲ ଦେଇ ପ୍ରପୋଜ୍‌ କରନ୍ତି ତ ଆଉ କିଏ ପ୍ରେମପତ୍ର ଦିଅନ୍ତି। ଆଉ କେହି...

ଅନ୍ତର୍ଜାତୀୟ ପର୍ବତ ଦିବସ: ହିମବାହର ଆବଶ୍ୟକତାକୁ ଗୁରୁତ୍ୱ

ପ୍ରତିବର୍ଷ ଡିସେମ୍ବର ୧୧ରେ ପାଳିତ ହୋଇଥାଏ ‘ଅନ୍ତର୍ଜାତୀୟ ପର୍ବତ ଦିବସ’। ପର୍ବତର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି, ପର୍ବତ ବିକାଶରେ ସୁଯୋଗ ଓ ପ୍ରତିବନ୍ଧକକୁ ଉଜାଗର...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri