Posted inଫୁରସତ

ପବିତ୍ରସ୍ଥଳୀ ଜାଗେଶ୍ୱର ଧାମ

ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଜାଗେଶ୍ୱର ଧାମ ହେଉଛି ଉତ୍ତରାଖଣ୍ଡର ଅଲମୋରା ଜିଲା ଅନ୍ତର୍ଗତ ଏକ ପବିତ୍ରମୟ ସ୍ଥଳୀ। ଏହି ଧାମରେ ଶ୍ରଦ୍ଧାଳୁ ଅନେକ ଛୋଟ ବଡ଼ ମନ୍ଦିର ଥିବାର ଦେଖିବାକୁ ପାଇପାରିବେ…

ଉତ୍ତରାଖଣ୍ଡର ଅଲମୋରା ଜିଲାଠାରୁ ପ୍ରାୟ ୩୬ କି.ମି ଦୂରରେ ରହିଛି ଏହି ଜାଗେଶ୍ୱର ଧାମ। ଏହି ଧାମରେ ଛୋଟବଡ଼ ହୋଇ ଅନେକ ମନ୍ଦିର ଥିବାର ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ଅଧିକାଂଶ ମନ୍ଦିରରେ ଦେବ ଦେବ ମହାଦେବଙ୍କୁ ପୂଜା କରାଯାଉଥିବାବେଳେ ଅନ୍ୟ ମନ୍ଦିରମାନଙ୍କରେ ଭଗବାନ ବିଷ୍ଣୁ, ଦେବୀ ମାତା, ସୂର୍ଯ୍ୟ ଦେବତା ତଥା ଅନ୍ୟାନ୍ୟ ଦେବଦେବୀଙ୍କୁ ଉପାସନା କରାଯାଇଥାଏ। ଖାସ୍‌ ସେଥିପାଇଁ ବର୍ଷକ ବାରମାସ ଏଠାରେ ଶ୍ରଦ୍ଧାଳୁଙ୍କର ଗହଳି ଦେଖିବାକୁ ମିଳିଥାଏ।

ମନ୍ଦିରକୁ ନେଇ ଲୋକକଥା
ପୁରାଣ ଶାସ୍ତ୍ର ଅନୁଯାୟୀ, ଏହି ପବିତ୍ର ସ୍ଥାନରେ କୁଆଡ଼େ ଭଗବାନ ଶିବ ଓ ସପ୍ତଋଷି ତପସ୍ୟା କରିଥିଲେ। ସେଥିପାଇଁ ଏହି ସ୍ଥାନର ମାହାତ୍ମ୍ୟ ବେଶ୍‌ ଉଚ୍ଚକୋଟୀର। କୁହାଯାଏ, ପ୍ରାଚୀନ କାଳରେ ଏହି ଜାଗେଶ୍ୱର ଧାମରେ ଯିଏ ଯାହା ମନୋସ୍କାମନା କରୁଥିଲେ ତାଙ୍କୁ ଠିକ୍‌ ସେହି ରୂପରେ ଫଳପ୍ରାପ୍ତି ହେଉଥିଲା; ଯେଉଁଥିପାଇଁ ଅନେକେ ସେହି ଆଶୀର୍ବାଦର ଦୂରୁପୋଯୋଗ କରିବାକୁ ମଧ୍ୟ ପଛାଉ ନଥିଲେ। ଖାସ୍‌ ସେହି କାରଣ ପାଇଁ ଆଦି ଶଙ୍କରାଚାର୍ଯ୍ୟ କୁଆଡ଼େ ଏହି ସ୍ଥାନକୁ ଆସି ଉକ୍ତ ଅଘଟଣକୁ ରୋକିବାକୁ ଏଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଇଥିଲେ ବୋଲି ସୂଚନା ରହିଛି। ଆଉ ସେବେଠାରୁ ଏଠାରେ ଯେଉଁ ବ୍ୟକ୍ତି ନିଃସ୍ବାର୍ଥପର ହୋଇ ନିଜ ମନରେ ସର୍ବମଙ୍ଗଳକାରୀ ମନୋସ୍କାମନା ରଖି ପ୍ରଭୂଙ୍କୁ ଡାକୁଛନ୍ତି କେବଳ ତାଙ୍କରି ହିଁ ଇଚ୍ଛା ପୂରଣ ହେଉଛି।

ମନ୍ଦିରର କାରୁକାର୍ଯ୍ୟ
ନାଗରା ଶୈଳୀରେ ନିର୍ମିତ ହୋଇଥିବା ଏଠାକାର ମନ୍ଦିରଗୁଡ଼ିକର ଅପୂର୍ବ ଶୋଭା ଦେଖିବାକୁ ଅତ୍ୟନ୍ତ ମନୋରମ ହୋଇଥାଏ। ବାସ୍ତୁକଳା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ଧାର୍ମିକ ପୀଠକୁ ଖାସ୍‌ କରି ଭଗବାନ ଶିବଙ୍କ ତପସ୍ଥଳୀ ବୋଲି କୁହାଯାଇଥାଏ। ସୂଚନାନୁଯାୟୀ, ଏହି ଧାର୍ମିକ ପୀଠରେ କୁଆଡ଼େ ଛୋଟ ବଡ଼ ହୋଇ ପ୍ରାୟ ୨୦୦ଟି ମନ୍ଦିର ଥିବାର ଦେଖିବାକୁ ମିଳେ; ଯେଉଁଥିରୁ ଅଧିକାଂଶ ମନ୍ଦିରରେ ଦେବ ଦେବ ମହାଦେବଙ୍କ ଲିଙ୍ଗ ଥିବାର ଦେଖିବାକୁ ମିଳେ। ସେଥିପାଇଁ ଏଠାରେ ପ୍ରାୟତଃ ଶିବଭକ୍ତଙ୍କର ଭିଡ଼ ଦେଖିବାକୁ ମିଳେ। ତା’ଛଡ଼ା ଏଠାରେ ଥିବା ବିନାୟକ କ୍ଷେତ୍ର, ପୁସ୍ତି ଦେବୀ ବା ପୁସ୍ତି ଭଗବତୀ ମା’ଙ୍କ ମନ୍ଦିର ହେଉଛି ଅନ୍ୟତମ ଦୁଇ ପବିତ୍ରପୀଠ।

ଆଉ କ’ଣ ଦେଖିବେ
ଜାଗେଶ୍ୱର ଧାମର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଆର୍କିଓଲୋଜିକାଲ ମ୍ୟୁଜିୟମ୍‌କୁ ବି ପର୍ଯ୍ୟଟକ ବୁଲି ଦେଖିପାରିବେ। ସେହିପରି ଜଟ ଗଙ୍ଗା, ସାମ୍‌ ଗଙ୍ଗା, ଐରାବତ ଗୁମ୍ଫା, ବ୍ରହ୍ମ କୁଣ୍ଡ, ଶ୍ରୀ କୁବେର ମନ୍ଦିର, ବଟୁକ ଭୈରବ ମନ୍ଦିର, ଗୋଲୁ ଦେବତା, ପାତାଳ ଭୂବନେଶ୍ୱରୀ ଗୁମ୍ଫା ହେଉଛି ଏଠାକାର ଅନ୍ୟତମ କେତୋଟି ଦର୍ଶନୀୟ ସ୍ଥାନ।
କେବେ ଓ କେମିତି ଯିବେ: ବର୍ଷର ସବୁ ସମୟରେ ଏଠାକୁ ଯିବାର ସୁବିଧା ଥିଲେ ହେଁ, ବିଶେଷକରି ମହାଶିବରାତ୍ରୀ ସମୟରେ ଏଠାରେ ଭକ୍ତଙ୍କର ଭିଡ଼ ପ୍ରବଳ ହୋଇଥାଏ ବୋଲି ସୂଚନା ରହିଛି। ସେହିପରି ଏହି ଧାମକୁ ଯିବା ପାଇଁ ଗମନାଗମନର ବି ବେଶ୍‌ ସୁବିଧା ରହିଛି। ଅଲମୋରା, ହଲଦ୍ୱାନୀ, ପିଥୋରାଗଡ଼ ତଥା କାଠଗୋଦାମ ଦେଇ ଏହି ଜାଗେଶ୍ୱର ଧାମକୁ ଯାଇହେବ। ପ୍ରଥମେ ରେଳମାର୍ଗ ଦେଇ କାଠଗୋଦାମରେ ପହଁଞ୍ଚତ୍ ସେଠାରୁ ଟାଉନ୍‌ ବସ୍‌ ହେଉ ଅବା ଟ୍ୟାକ୍ସି ଦ୍ୱାରା ଆରାମରେ ଯାଇ ଜାଗେଶ୍ୱର ଧାମରେ ପହଁଞ୍ଚତ୍ହେବ। କାଠଗୋଦାମ ରେଳଷ୍ଟେଶନଠାରୁ ପ୍ରାୟ ୧୨୫ କି.ମି ଦୂରରେ ରହିଛି ଏହି ଜାଗେଶ୍ୱର ଧାମ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri