ମାଟିର ପୁଅ, ଆମଦାନୀ ନେତାଙ୍କୁ ନେଇ ରାଜନୀତି

ଜଗତ୍‌ସିଂହପୁର, ୯ା୫(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମାଟିର ପୁଅ ଓ ଆମଦାନୀ ନେତାଙ୍କୁ ନେଇ ଆଲୋଚନା ଜୋର ଧରିଛି। ବିଗତ ୨ଟି ନିର୍ବାଚନ କଥା ଦେଖିଲେ ଜଣାଯାଏ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ବାହାର ନେତାଙ୍କୁ ଆମଦାନୀ କରି ବିଧାୟକ କରିବାର ସୁଯୋଗ ଦେଇଛି। ସେମାନେ ହେଲେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି ଓ କଂଗ୍ରେସ ଛାଡି ନୂଆକରି ବିଜେଡିରେ ମିଶିଥିବା ଚିରଞ୍ଜୀବ ବିଶ୍ୱାଳ। ପ୍ରଶାନ୍ତ ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ବାଲିକୁଦା ଓ ଚିରଞ୍ଜୀବ ତିର୍ତ୍ତୋଲ ବ୍ଲକ ଅଞ୍ଚଳର ଲୋକ। ପ୍ରଶାନ୍ତ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରୁ ୨ ଥର ଓ ଜଗତ୍‌ସିଂହପୁରରୁ ଥରେ ବିଧାୟକ ହେବାର ଗୌରବ ହାସଲ କରିଛନ୍ତି। ସେହିପରି ଚିରଞ୍ଜୀବ ତିର୍ତ୍ତୋଲରୁ ଥରେ ଏବଂ ଜଗତ୍‌ସିଂହପୁର ବିଧାନସଭା ଆସନରୁ ଥରେ ଏହିପରି ମୋଟ ୨ ଥର ବିଧାୟକ ହୋଇଛନ୍ତି। ବଡ କଥା ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ୨୦୧୪ରୁ ପୃଥକ୍‌ ଭାବେ ଏହି ଦୁଇ ନେତାଙ୍କୁ ବିଧାୟକ ସୁଯୋଗ ଦେଇଛନ୍ତି। ୨୦୧୪ରେ ତତ୍କାଳୀନ କଂଗ୍ରେସ ନେତା ଚିରଞ୍ଜୀବ ଏବଂ ୨୦୧୯ରେ ବିଜେଡି ନେତା ପ୍ରଶାନ୍ତ ବିଧାୟକ ହୋଇ ପାରିଥିଲେ। ୨୦୨୪ ନିର୍ବାଚନରେ ମଧ୍ୟ ପ୍ରଶାନ୍ତଙ୍କୁ ବିଜେଡି ପୁଣି ପ୍ରାର୍ଥୀ କରିଛି। କିନ୍ତୁ ଚିରଞ୍ଜୀବ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ଟିକେଟ୍‌ ନ ପାଇବାରୁ ନିରାଶ ହୋଇଛନ୍ତି। ତଥାପି ଦଳ ନିଷ୍ପତ୍ତିକୁ ସମ୍ମାନ ଜଣାଇ ପ୍ରଶାନ୍ତଙ୍କୁ ଜିତାଇବା ପାଇଁ ଅଣ୍ଟା ଭିଡିଛନ୍ତି। ଅନ୍ୟପକ୍ଷେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ ଯିଏକି ବିଜେଡି ଜିଲା କାର୍ଯ୍ୟକାରୀ ସଭାପତି ଅଛନ୍ତି, ସେ ମଧ୍ୟ ପ୍ରଶାନ୍ତଙ୍କୁ ଜିତାଇବା ପାଇଁ ପୁରା ଦମ୍‌ ଲଗାଇ ଦେଇଛନ୍ତି। ଅନ୍ୟପଟେ ଭାଜପା ପ୍ରାର୍ଥୀ ଅମରେନ୍ଦ୍ର ଦାସ ବିଜେଡିକୁ ଟକ୍କର ଦେବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ।
ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ରାଜନୈତିକ ସମୀକ୍ଷକ ପ୍ରତିକ୍ରିୟାରେ କହିଛନ୍ତି ପ୍ରଶାନ୍ତ ୨୦୧୯ ସାଧାରଣ ନିର୍ବାଚନର ଖୁବ୍‌ କମ ଦିନ ଭିତରେ ପ୍ରାର୍ଥୀ ହୋଇ ଜିତିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ସେ ବିଜୟୀ ହୋଇଥିବା କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ଠିକ୍‌ ଭାବେ ସଙ୍ଗଠନ ରଖି ପାରି ନ ଥିଲେ ବୋଲି ଦଳ ଭିତରୁ ସ୍ବର ଉଠିଥିଲା। ବର୍ତ୍ତମାନର ଭାଜପା ପ୍ରାର୍ଥୀ ଅମରେନ୍ଦ୍ର ସେତେବେଳେ ବିଜେଡିରେ ଥିବାରୁ ସାମନ୍ତରାଳ ସଙ୍ଗଠନ କରି ଆଗକୁ ବଢିବାକୁ ସୁଯୋଗ ପାଇଥିଲେ। କଂଗ୍ରେସ ନେତା ଚିରଞ୍ଜୀବ ମଧ୍ୟ ଗତ ୫ ବର୍ଷ ନିର୍ବଚାନମଣ୍ଡଳୀ ସହ ସମ୍ପର୍କରେ ନ ଥିଲେ। ଏହା ଭିତରେ ରାଜନୈତିକ ଚିତ୍ର ବଦଳିବାକୁ ଲାଗିଥିଲା। ଆମଦାନୀ ନେତାଙ୍କ ଉପରୁ ଧୀରେ ଧୀରେ ଭୋଟରଙ୍କ ଆସ୍ଥା ତୁଟିବାକୁ ଲାଗିଥିଲା। ଅମରେନ୍ଦ୍ର ନିର୍ବାଚନମଣ୍ଡଳୀ ବିଶେଷକରି ଜଗତ୍‌ସିଂହପୁର ସହରର ଲୋକ। ସେ ବିଜେଡିରୁ ଟିକେଟ ନ ପାଇବାରୁ ଦଳ ଛାଡି ଭାଜପାରେ ମିଶି ଟିକେଟ ପାଇଛନ୍ତି। ଭାଜପା ଜିଲା ସଭାପତି ସତ୍ୟବ୍ରତ ମହାପାତ୍ର କହିଛନ୍ତି, ଅମରେନ୍ଦ୍ରଙ୍କ ପ୍ରତି ଜନସମର୍ଥନ ରହିଛି। ଏବେ ମୋଦି ହାୱା ଚାଲିଥିବାରୁ ତାଙ୍କ ପ୍ରଦର୍ଶନ ଭଲ ରହିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ଜିଲା ସଭାପତି ନଟବର ବାରିକ କହିଛନ୍ତି, ତାଙ୍କ ଦଳରୁ ପ୍ରତିମା ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ଏଥର ଏଠାରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବ। ବିଜେଡି ଜିଲା ଉପସଭାପତି ଦିପ୍ତୀ ଦାସ କହିଛନ୍ତି, ଲୋକେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରି ଭୋଟର ତାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ। ତେବେ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଅମରେନ୍ଦ୍ର ପ୍ରାର୍ଥିପତ୍ର ଦାଖଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri