ଜଗତସିଂହପୁରରେ ଚାଞ୍ଚଲ୍ୟ: ମା’, ବାପା ସହ ଭଉଣୀକୁ ପଥରରେ ଛେଚି ହତ୍ୟା

ଜଗତସିଂହପୁର, ୪।୩(ପ୍ରମୋଦ କୁମାର ନାୟକ): ସୋମବାର ବିଳମ୍ବିତ ରାତିରେ ଜଗତ୍‌ସିଂହପୁର ସହର ଅନ୍ତର୍ଗତ ଚାଟରା ଧୋବା ସାହିରେ ହୃଦୟ ବିଦାରକ ଘଟଣା ଘଟିଛି। ନିଜ ମା’ କନକଲତା ଓରଫ ସଞ୍ଜୁନା ସେଠୀ, ବାପା ପ୍ରଶାନ୍ତ ଓରଫ କାଳିଆ ଓ ସାନ ଭଉଣୀ ମାମାଲି ସେଠୀଙ୍କୁ ନୃଶଂସ ଭାବରେ ହତ୍ୟା କରିଛି ସୂର୍ୟ୍ୟକାନ୍ତ ସେଠୀ ଓରଫ ବଣ୍ଟି। ଖବର ଲେଖାହେଲା ବେଳକୁ ରକ୍ତ ଜୁଡୁବୁଡୁ ମୃତଦେହ ଘର ଭିତରେ ଗୋଟିଏ ସ୍ଥାନରେ ପଡି ରହିଥିବାବେଳେ ହତ୍ୟାର କାରଣ ଏ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ।

କୌଣସି କାରଣରୁ ବଣ୍ଟି ରକ୍ତମୁଖା ହୋଇ ଧାରୁଆ ଅସ୍ତ୍ର କିମ୍ବା ଶିଳ ଆଦି ଓଜନିଆ ବସ୍ତୁରେ ଆକ୍ରମଣ କରିବାରୁ ପରିବାରର ୩ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି। ଅନ୍ୟପଟେ ବଣ୍ଟିକୁ ପୋଲିସ ସ୍ଥାନୀୟ ବାଳିକ ଉଚ୍ଚ ବିଦ୍ୟାଳୟ ନିକଟ ଗଳିରୁ ଧରିବାକୁ ସକ୍ଷମ ହୋଇଛି । ମୋବାଇଲ ଗେମ୍‌ କିମ୍ବା ଅନ୍ୟ କେଉଁ କାରଣରୁ ବଣ୍ଟି ଏଭଳି ଘଟାଇଛି ତା ଉପରେ ତଦନ୍ତ ଚାଲିଛି ।

ଏ ସମ୍ପର୍କରେ ଧୋବା ସାହିର ତଥା କାଳିଆଙ୍କ ଜନୈକ ସମ୍ପର୍କିୟ ପୁତୁରା କହିଛନ୍ତି ରାତି ପ୍ରାୟ ୨ଟା ବେଳେ ବଣ୍ଟି ସେମାନଙ୍କ ଘର ପାଖରେ ପହଞ୍ଚତ୍ ଡାକିଥିଲେ । କଣ ହୋଇଛି ଭାବି ସାହି ଲୋକେ ଉଠି ପଡିବାରୁ ହଠାତ୍‌ ବଣ୍ଟି ଯାହା କହିଥିଲେ ତାହା ସେମାନଙ୍କୁ ବିଚଳିତ କରି ଦେଇଥିଲା । ବଣ୍ଟି ନିର୍ଭୟରେ କହିଥିଲେ ବାପା, ବୋଉ ଓ ଭଉଣୀକୁ ମାରି ଦେଇଛନ୍ତି । ଏକଥା କାହାରିକୁ ବିଶ୍ୱାସ ହୋଇ ନ ଥିଲା । ବଣ୍ଟିର ମାନସିକ ସ୍ଥିତି ବୋଧହୁଏ ଭଲ ନାହିଁ ଭାବି ସତ କଣ ଜାଣିବା ପାଇଁ ପ୍ରତ୍ୟେକ ବଣ୍ଟିଙ୍କ ଘର ସାମ୍ନାକୁ ଯାଇଥିଲେ । ଯେହେତୁ ଏହି ବିଲ୍ଡିଂଟି ଏକୁଟିଆ ତେଣୁ ବାହାରେ ଗ୍ରିଲ ଆଉଜା ହୋଇଥିବା ଦେଖି ଭିତରକୁ ନ ଯାଇ ଅଟକି ଯାଇଥିଲେ । ବାରଣ୍ଡାରେ ରକ୍ତ ସାଙ୍ଗକୁ ପାରିପାର୍ଶ୍ୱିକ ପରିବେଶ ହତ୍ୟା କରାଯାଇଥିବାର ଅଭାସ ଦେଇଥିଲା । ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା ।

ସେତେବେଳ ସୁଧା ବଣ୍ଟି ସ୍ଥାନ ଛାଡି ନ ଥିଲେ । ତା’ ପରେ ପ୍ୟାଣ୍ଟ ସାର୍ଟ ପିନ୍ଧି କୁଆଡେ ଚାଲି ଯାଇଥିଲେ । ଜଗତ୍‌ସିଂହପୁର ଥାନା ପୋଲିସ ପହଂଚି ଅଘଟଣ ସମ୍ପର୍କରେ ଅବଗତ ହୋଇ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରୁ ବଣ୍ଟିକୁ କାବୁ କରିବାକୁ ସକ୍ଷମ ହୋଇଥିଲେ । ବଣ୍ଟି ନିଷା ସେବନ କିମ୍ବା ପାରିବାରିକ ବିବାଦ କାରଣରୁ ଏଭଳି ଅଭାବନୀୟ କାଣ୍ଡ ଘଟାଇଥିବା କଥା ସେମାନେ ଜାଣନ୍ତି ନାହିଁ । କିନ୍ତୁ ହତ୍ୟାକାଣ୍ଡ ପରେ ବଣ୍ଟି ମାନସିକସ୍ତରରେ ବିଚଳିତ ଥିବା ଅନୁଭବ କରିଥିଲେ ବୋଲି ତାଙ୍କ ଦାଦା ପୁଅ ଭାଇ ଧରିତ୍ରୀକୁ ସୂଚନା ଦେଇଛନ୍ତି।

ଘଟଣାସ୍ଥଳରେ ଜଗତ୍‌ସିଂହପୁର ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା ପହଞ୍ଚତ୍ ହତ୍ୟାକାଣ୍ଡ ସମ୍ପର୍କରେ ଅନୁଧ୍ୟାନ କରିବା ସହ ବଣ୍ଟିର ମାନସିକ ସ୍ଥିତି ଭଲ ନ ଥିବା ଅନୁମାନ କରାଯାଉଥିବା କହିଥିଲେ। ସେ କହିଥିଲେ ଅଭିଯୁକ୍ତ ତାଙ୍କ ମା’, ବାପା ଓ ଭଉଣୀଙ୍କ ମୁଣ୍ଡରେ ପଥର କିମ୍ବା କିଛି ଲୁହା ଆଦି ଓଜନିଆ ସାମଗ୍ରୀରେ ଛେଚି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି। ପୋଲିସ ତଦନ୍ତ ଚାଲିଛି । ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ସେମାନେ ପହଂଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଏସ୍‌ପି କହିଛନ୍ତି । ଏ ସମ୍ପର୍କରେ ଜଗତ୍‌ସିଂହପୁର ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତି ରାତି ୩ରୁ ୩.୩୦ ଭିତରେ ୧୧୨କୁ ଜୟବଡ଼ ଗ୍ରାମର ପ୍ରଶନ୍ନ ସେଠୀ ନାମକ ବ୍ୟକ୍ତି ଫୋନ କରି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ ।

ତତ୍କାଳ ପୋଲିସ ପହଂଚି ଅଘଟଣ ସମ୍ପର୍କରେ ଅବଗତ ହୋଇଥିଲା । ତା ପରେ ଫେରାର ଅଭିଯୁକ୍ତଙ୍କୁ ପୋଲିସ କୌଶଳକ୍ରମେ ଧରି ଅଟକ ରଖିଛି । ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବାରୁ ସାଇଣ୍ଟିଫିକ ଦଳ ଅନୁଧ୍ୟାନ ଆରମ୍ଭ କରିବାରେ ବିଳମ୍ବ ହୋଇଛି । ଅଭିଯୁକ୍ତ ବଣ୍ଟିଙ୍କ ବଡ ଭାଇ ରମାକାନ୍ତ କେନ୍ଦୁଝର ଜିଲାରେ ଚାକିରି କରିଥିବାରୁ ସେ ଫେରୁଛନ୍ତି । ସେ ପହଂଚିବା ପରେ ତଦନ୍ତ ଆଗେଇବ । ତେବେ ଓଜନିଆ ବସ୍ତୁ ଦ୍ୱାରା ଆକ୍ରମଣ ଯୋଗୁ ଏଭଳି ଘଟିଥିବା ସନ୍ଦେହ କରାଯାଉଥିବା ଆଇଆଇସି କହିଛନ୍ତି । ଜଗତ୍‌ସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ମଧ୍ୟ ସେଠାରେ ପହଂଚି ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି ମୃତ କାଳିଆଙ୍କ ଜମିବାଡି ବିବାଦ ଥିଲା । ଯେଉଁ କାରଣରୁ କାଳିଆ ତାଙ୍କ ପାଖକୁ ବିଭିନ୍ନ ସମୟରେ ଯାଇଥିଲେ । ତାଙ୍କ ଘର ପାର୍ଶ୍ୱରେ ଆଉ ଘର କରିବା ପାଇଁ ୨ଟି ଶାଗୁଆନ ଓ ୧ଟି ଅନ୍ୟ ଗଛ କାଟିବା ପାଇଁ ସରକାରୀ ଅନୁମତି ନେଇଥିଲେ ।

କେଉଁ ପରିସ୍ଥିତିରେ ଏଭଳି ଘଟିଗଲା ତାହା ତଦନ୍ତ ପରେ ଜଣାପଡିବ ବୋଲି ବିଧାୟକ କହିଛନ୍ତି । ଧୋବା ସାହିର କେତେକ ଲୋକଙ୍କ କହିବା କଥା ହେଲା ବଣ୍ଟି ଯୁକ୍ତ ତିନି ଶିକ୍ଷାଲାଭ କରିଛନ୍ତି । ଅନେକ ସମୟରେ ମୋବାଇଲ ଗେମ୍‌ ଖେଳନ୍ତି । ଏପରି କି କେତେଜଣ ସାଙ୍ଗଙ୍ଗ ସହ ମିଶି ଭୁତ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଛାଡନ୍ତି । ବିଳମ୍ବିତ ରାତିରେ ମୋବାଇଲ ଗେମ୍‌ ଖେଳୁଥିବା ବେଳେ ପରିବାର ଲୋକେ ବାରଣ କରିବା କାରଣରୁ ବଣ୍ଟି ମାନସିକ ଭାରସାମ୍ୟ ହରାଇ ଏଭଳି ଘଟାଇ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଅଧିକ ତଦନ୍ତ ପରେ ସ୍ପଷ୍ଟ ଚିତ୍ର ପଦାକୁ ଆସିବ।

ସୂଚନାଯୋଗ୍ୟ ଯେ, ମୃତ କାଳିଆ ଜୟବଡ଼ ଛକରେ ଲଣ୍ଡ୍ରି କରି ପରିବାର ପ୍ରତିପୋଷଣ କରନ୍ତି । ତାଙ୍କ ବଡ ପୁଅ ରମାକାନ୍ତ କେଉଁଝର ଜଲା ବଡ଼ବିଲ୍‌ ଅଞ୍ଚଳରେ ପୋଲିସ ବିଭାଗରେ କାର୍ଯ୍ୟରତ ଓ ସେ ତାଙ୍କ ପରିବାର ସହ ସେଠାରେ ରହୁଛନ୍ତି । ମଝିଆ ପୁଅ ଉମାକାନ୍ତ ଖଣି ବିଭାଗରେ କାର୍ୟ୍ୟରତ ଓ ସେ ଜଗତ୍‌ସିଂହପୁର ଦୁର୍ଗା ବଜାର ଅଞ୍ଚଳରେ ସପରିବାରେ ରହୁଛନ୍ତି । ଘରେ କେବଳ ପତ୍ନୀ, ସାନ ପୁଅ ବଣ୍ଟି ଓ ସାନ ଝିଅ ରହୁଥିଲେ । ଝିଅ ସ୍ଥାନୀୟ ଏସ୍‌ଭିଏମ୍‌ କଲେଜରେ ଯୁକ୍ତ ଦୁଇରେ ଶିକ୍ଷାଲାଭ କରୁଥିଲେ । ପାଖାପାଖି ୧ ମାସ ପରେ ମାମାଲିଙ୍କ ବାହାଘର ହେବ ବୋଲି ସ୍ଥିର ହୋଇଥିବା ଆଲୋଚନା ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri