ଦୋଷ ସ୍ବୀକାର କଲେ ଜଗନ୍ନାଥ, କହିଲେ ହତ୍ୟା ପୂର୍ବରୁ ପ୍ରିୟଙ୍କାଙ୍କ ମଥାରେ ଦେଇଥିଲି ସିନ୍ଦୂର

ଭୁବନେଶ୍ୱର,୨୧ା୭(ବ୍ୟୁରୋ): ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରିୟଙ୍କା ପ୍ରିୟଦର୍ଶିନୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ନିଜ ଅପରାଧ ସ୍ବୀକାର କରିଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି। ପ୍ରିୟଦର୍ଶିନୀ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ମେଡିକାଲରୁ ଡିସ୍‌ଚାର୍ଜ ହେବା ପରେ ଆଜି ଏୟାରଫିଲ୍ଡ ଥାନାରେ ଜେରା କରାଯିବା ବେଳେ କିଛି ତଥ୍ୟ ସେ ପୋଲିସକୁ ଦେଇଛନ୍ତିି।
ସୂଚନାଯୋଗ୍ୟ, ଘଟଣା ଦିନ ଜଗନ୍ନାଥ ଚକୋଲେଟ, ଥଣ୍ଡା, ଛୁରି, ବିଷ, ସିନ୍ଦୂର ଧରି ପ୍ରିୟଙ୍କାଙ୍କ ଘରକୁ ଆସିଥିଲେ ଜଗନ୍ନାଥ। ସେହି ସମୟରେ ଘରେ ତାଙ୍କ କୁନି ପୁଅ ଥିଲେ। ପ୍ରିୟଙ୍କା ଏବଂ ତାଙ୍କ ପୁଅ ସହ ସେଲ୍‌ଫି ନେଇଥିଲେ ଜଗନ୍ନାଥ। ଏହି ସମୟରେ ଘରମାଲିକ ଦହିବରା ନେଇ ଆସିବାରୁ ଜଗନ୍ନାଥ ବାଥ୍‌ରୁମରେ ଲୁଚି ଯାଇଥିଲେ। କୁନି ପୁଅକୁ ଘରମାଲିକ ତାଙ୍କ ଘରକୁ ନେଇଯିବା ପରେ ପ୍ରିୟଙ୍କାଙ୍କୁ ତାଙ୍କ ସାଥୀରେ ଚାଲିଯିବାକୁ କହିଥିଲେ ଜଗନ୍ନାଥ। ଏଥିରେ ସେ ରାଜି ନ ହେବାରୁ ଛୁରି ଭୁସି ହତ୍ୟା କରିଥିଲେ। ପ୍ରିୟଙ୍କାଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ମଥାରେ ସିନ୍ଦୂର ଦେଇଥିଲେ ବୋଲି କହିଛନ୍ତି ଜଗନ୍ନାଥ। ଏପରିକି ମୃତ୍ୟୁର ୪ ଦିନ ପୂର୍ବରୁ ସୁଇସାଇଡ୍‌ ନୋଟ୍‌ ଲେଖିଥିବା ମଧ୍ୟ ସେ ସ୍ବୀକାର କରିଛନ୍ତି।