ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ଜଗନ୍ନାଥ ମୂର୍ତ୍ତି

ବ୍ରହ୍ମପୁର ଅଫିସ୍‌,୧୮।୭: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିର୍ମାଣ କରିଥିବା କ୍ଷୁଦ୍ରତମ ଜଗନ୍ନାଥ ପ୍ରତିମୂର୍ତ୍ତି ଇଣ୍ଡିଆ ବୁକ୍‌ ଅଫ୍‌ ରେକଡ୍ସର୍ର୍ରେ ସ୍ଥାନ ପାଇଛି। ଶିଳ୍ପୀ ସତ୍ୟ ୨ ଏମ୍‌ଏମ୍‌ (ମିଲିମିଟିର) ଉଚ୍ଚତା ବିଶିଷ୍ଟ କ୍ଷୁଦ୍ରତମ ଜଗନ୍ନାଥ ପ୍ରତିମୂର୍ତ୍ତି କାଠରେ ନିର୍ମାଣ କରିଥିଲେ। ଏହାକୁ ସେ ଜୁନ୍‌ ୨୫ରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ ନିମନ୍ତେ ଆବେଦନ କରିଥିଲେ। ଏ ନେଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ ପକ୍ଷରୁ ଶନିବାର ସତ୍ୟଙ୍କ କଳାକୃତିକୁ ସବୁଠାରୁ କ୍ଷୁଦ୍ରତମ ପ୍ରତିମୂର୍ତ୍ତି ଦର୍ଶାଇବା ସହ ରେକର୍ଡ ବୁକ୍‌ରେ ସ୍ଥାନିତ କରାଯାଇଛି।