ଜଗନ୍ନାଥ ବନ ପ୍ରକଳ୍ପ ବିଫଳ

ପୁରୀ ଅଫିସ, ୯।୫: ଶ୍ରୀମନ୍ଦିର ପ୍ରଶାସନ ପ୍ରଚେଷ୍ଟାରେ ନୟାଗଡ଼ ଜଙ୍ଗଲରେ ଗଢ଼ିଉଠିଥିଲା ଜଗନ୍ନାଥ ବନ ପ୍ରକଳ୍ପ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଏହି ପ୍ରକଳ୍ପରୁ କାଠ ଅଣାଯାଇ କାମରେ ଲଗାଯିବାକୁ ଯୋଜନା ହୋଇଥିଲା। ତେବେ ପ୍ରଶାସନର ଆନ୍ତରିକତା ଓ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରକଳ୍ପ ଏବେ ବିଫଳ ହୋଇଛି। ଫଳରେ ରଥ ନିର୍ମାଣ ଲାଗି ଉପଯୁକ୍ତ ତଥା ଆବଶ୍ୟକ ପରିମାଣର କାଠ ମିଳିପାରୁନାହିଁ।
ମହାପ୍ରଭୁଙ୍କ ଘୋଷଯାତ୍ରା ଲାଗି ନୟାଗଡ଼ ବନାଞ୍ଚଳରୁ କାଠ ଅଣାଯିବା ନେଇ ଶ୍ରୀମନ୍ଦିର ସ୍ବତ୍ୱଲିପିରେ ଉଲ୍ଲେଖ ରହିଛି। ତଦନୁଯାୟୀ, ନୟାଗଡ଼ ଜିଲାର ଖଣ୍ଡପଡ଼ା ଓ ଆଠଗଡ଼ ବନାଞ୍ଚଳରୁ ରଥକାଠ ଆସିଥାଏ। ରଥକାଠର ଅଭାବ ସମସ୍ୟା ଦୂର କରିବା ପାଇଁ ୨୦୦୦ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ପ୍ରଚେଷ୍ଟାରେ ନୟାଗଡ଼ ଜଙ୍ଗଲରେ ଜଗନ୍ନାଥ ବନ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ପ୍ରଥମେ ୩ଲକ୍ଷରୁ ଊର୍ଦ୍ଧ୍ୱ ଫାସିଗଛ ଚାରା ଖଣ୍ଡପଡ଼ା ବନାଞ୍ଚଳରେ ରୋପଣ କରାଯାଇଥିଲା। ମାତ୍ର ସମୟ କ୍ରମେ ଏହାର ରକ୍ଷଣାବେକ୍ଷଣ ଉପରେ ପ୍ରଶାସନ ଦୃଷ୍ଟି ଦେଲା ନାହିଁ। ଫଳରେ ଅଧିକାଂଶ ଚାରା ନଷ୍ଟ ହୋଇଗଲା। ରଥକାର୍ଯ୍ୟରେ ମୁଖ୍ୟତଃ ଫାସି, ଗମ୍ଭୀରା, ଚାକୁଣ୍ଡା ଓ ଶିଶୁ ଗଛର କାଠକୁ ବ୍ୟବହାର କରାଯାଇଥାଏ। ଏହି ସବୁ ଚାରାକୁ ପ୍ରଥମ ୫ବର୍ଷ ପର୍ଯ୍ୟନ୍ତ ଉପଯୁକ୍ତ ଭାବେ ରକ୍ଷଣାବେକ୍ଷଣ କରିବାର ଆବଶ୍ୟକତା ରହିଥାଏ। ଜଗନ୍ନାଥ ବନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ବେଳେ ଏନେଇ ଜଙ୍ଗଲ ଅଧିକାରୀ ଓ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା। ଠିକ ଭାବେ ରକ୍ଷଣାବେକ୍ଷଣ ନ ହେବାରୁ ବାଧ୍ୟ ହୋଇ ୨୦୧୫ରେ ମହାପ୍ରଭୁଙ୍କ ନବକଳେବର ବର୍ଷରେ ଏକ ୫ ଜଣିଆ କମିଟି ନୟାଗଡ଼ ଜଙ୍ଗଲ ଯାଇ ଜଗନ୍ନାଥ ବନ ପ୍ରକଳ୍ପର ସରଜମିନ୍‌ ସ୍ଥିତି ସମୀକ୍ଷା କରିଥିଲେ। ପୁରୀ ସହରର ତିନିଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମେତ ପୁରୀ ଓ ନୟାଗଡ଼ର ଜଙ୍ଗଲ ଅଧିକାରୀ ଏହି ଟିମ୍‌ରେ ସାମିଲ ଥିଲେ। ତତ୍କାଳୀନ କମିଟିର ସଦସ୍ୟ ବଦ୍ରି ମିଶ୍ର କହିଛନ୍ତି, ୨୦୧୫ ମସିହାରେ ସ୍ଥିତି ସମୀକ୍ଷାରୁ ଦେଖିବାକୁ ମିଳିଥିଲା ଯେ, ୮୦ ପ୍ରତିଶତ ଗଛ ରଥକାଠ ପାଇଁ ଯୋଗ୍ୟ ନୁହେଁ। ଗଛ ମୋଟେଇ ଠିକ୍‌ ନ ଥିଲା ଓ ୨୦ରୁ ୨୫ ଫୁଟ୍‌ ଲମ୍ବ ଗଛ ମଧ୍ୟ ଦେଖିବାକୁ ମିଳିଲା ନାହିଁ। ମୋଟେଇ ଓ ଲମ୍ବାରେ ଯେଉଁ ପ୍ରକାରର ଗଛ ରଥକାଠ ପାଇଁ ଆବଶ୍ୟକ, ସେହି ଗଛ ସଂଖ୍ୟା ଖୁବ୍‌ କମ୍‌ ଥିଲା। ଏହାପରେ କମିଟି ଦୁଇଟି ସୁପାରିସ କଲେ। ପ୍ରଥମଟି ହେଉଛି, ବୌଦ୍ଧ ଜଙ୍ଗଲରୁ ରଥ ନିର୍ମାଣ ପାଇଁ ଯୋଗ୍ୟ କାଠ ଆଣିବା ପାଇଁ ଅନୁମତି ଦିଆଯାଉ ଓ ଦ୍ୱିତୀୟଟି ହେଲା, ନୟାଗଡ଼ ବନ ବିଭାଗକୁ ଗଛ ରକ୍ଷଣାବେକ୍ଷଣ ପାଇଁ ସମୟ ଦିଆଯାଉ। ଏହି ସୁପାରିସ କ୍ରମେ ରାଜ୍ୟ ସରକାର ନୟାଗଡ଼ ବନ ବିଭାଗକୁ ୩ ବର୍ଷର ସମୟ ଦେଲେ। ସଂପୃକ୍ତ ସମୟରେ ମଧ୍ୟ ରକ୍ଷଣାବେକ୍ଷଣ ହୋଇପାରିଲା ନାହିଁ। ଫଳରେ ନୟାଗଡ଼ ଡିଏଫ୍‌ଓ ସାନି ସମୟ ମାଗିଥିଲେ। ଏତେ ସବୁ ପରେ ମଧ୍ୟ ଜଗନ୍ନାଥ ବନ ପ୍ରକଳ୍ପ ଏକ ପ୍ରକାରର ପଙ୍ଗୁ ହେବା ଭଳି ସ୍ଥିତିରେ ପହଞ୍ଚିଲା। ନୟାଗଡ଼ରୁ ପର୍ଯ୍ୟାପ୍ତ ପରିମାଣର କାଠ ନ ମିଳିବା କାରଣରୁ ସମ୍ପ୍ରତି ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବୌଦ୍ଧ, ଗଞ୍ଜାମ ଓ ବଣାଇ ପ୍ରଭୃତି ଜଙ୍ଗଲରୁ କାଠ ଆସୁଛି। ଅନ୍ୟପକ୍ଷରେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି, ରଥ ନିର୍ମାଣରେ ଫାସି କାଠ ଅତ୍ୟାବଶ୍ୟକ। ମାତ୍ର ଫାସି କାଠ ଆଶାନୁରୂପ ଆସିପାରୁନାହିଁ। କାଠ ଅଭାବ ଯୋଗୁ ଗଞ୍ଜାମ ଓ ବୌଦ୍ଧ ଭଳି ଜିଲାରୁ କାଠ ଆସୁଛି ବୋଲି ଶୁଣୁଛୁ। ପ୍ରଭୁଙ୍କ କୃପାରୁ କାଠ ଆସି ପହଞ୍ଚୁଛି ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ପ୍ରକଳ୍ପର ପୁନରୁଦ୍ଧାର ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବଚନ୍ଦ୍ର ମହାପାତ୍ର କହିଛନ୍ତି, ଜଗନ୍ନାଥ ବନ ପ୍ରକଳ୍ପ ଆବଶ୍ୟକ ପରିମାଣର କାଠ ଯୋଗାଇପାରୁନାହିଁ। କାଠ ଆଣିବା ପାଇଁ ସୁଦୂର ବଣିଆ ପର୍ଯ୍ୟନ୍ତ ଯିବାକୁ ପଡ଼ିଲାଣି। ଯାହାଫଳରେ ପରିବହନ ଖର୍ଚ୍ଚ ମଧ୍ୟ ବଢ଼ୁଛି। ଗତ ପରିଚାଳନା କମିଟି ବୈଠକରେ ଏ ନେଇ ଆଲୋଚନା ହୋଇଛି। ନୟାଗଡ଼ ଯାଇ ସ୍ଥାନୀୟ ଲୋକଙ୍କୁ ଫାସିଗଛ ଲଗାଇବାକୁ ପ୍ରୋତ୍ସାହିତ କରାଯିବାକୁ ଗଜପତି ମହାରାଜା ବୈଠକରେ ପ୍ରସ୍ତାବ ଦେଇଥିଲେ। କମିଟିର ସଦସ୍ୟମାନଙ୍କ ସମେତ ଗଜପତି ମହାରାଜା ନିଜେ ଜନସଚେତନତା କରାଇବାକୁ ଯିବେ ବୋଲି ବୈଠକରେ ଆଲୋଚନା ହୋଇଛି।

ଦତ୍ତାତ୍ରେୟ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?