ଜାଗା ମିଶନ ବଢ଼ାଉଛି ଜବରଦଖଲ

ନୟାଗଡ଼ ଅଫିସ,୧୮।୪: ଜବରଦଖଲକୁ ଜାଗା ମିଶନ ଯୋଜନା ପ୍ରୋତ୍ସାହିତ କରୁଛି। ଏହି ଯୋଜନାରେ ୮୦୨ରୁ ୪୯୬ ହିତାଧିକାରୀଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର (ପଟ୍ଟା) ମିଳିବା ପରେ ନୟାଗଡ଼ ସଦର ମହକୁମାରେ ଜବରଦଖଲକାରୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଜାଗା ମିଶନର ସରକାରୀ ସୁବିଧା ସୁଯୋଗ ଦେଖି ଜିଲା ସଦର ମହକୁମାରେ ଲୋକସଂଖ୍ୟା ବଢ଼ିଛି। ସହରର ଯଜାଙ୍ଗୀ, ରୁକ୍ଷୀ, ବଳରାମ ଓ ଟାଙ୍ଗିଣୀ ପାହାଡ଼ର ଉପର ଓ ପାଦଦେଶ ସହିତ ବିଭିନ୍ନ ସ୍ଥାନ, ରାସ୍ତାକଡ଼, ଗୋଚର ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଏପରି କି ସହରର ପ୍ରଭାବଶାଳୀ ଲୋକମାନେ ମୂଲ୍ୟବାନ୍‌ ଜମିକୁ ଜବରଦଖଲ କରି ରଖିଛନ୍ତି। ପୁଣି ଜବରଦଖଲରେ ପ୍ରଭାବଶାଳୀ ଲୋକଙ୍କ ହାତ ରହିଥିବା ଅଭିଯୋଗ ହୋଇଆସୁଛି । ଏଥିପାଇଁ ସରକାରୀ ଜମି ଗୁଣ୍ଠ ପ୍ରତି ୧ ଲକ୍ଷରୁ ଆରମ୍ଭ କରି ୫ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ନିକଟରେ ଜଣେ ସରପଞ୍ଚ ବେବର୍ତ୍ତାପଲ୍ଲୀରେ ସରକାରୀ ଜମି ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ୬ ପରିବାର ମାଡ଼ି ବସିଥିବା ଜମିରୁ ଜବରଦଖଲ ଉଚ୍ଛେଦ ପରେ ଏକଥା ଜଣାପଡିଥିଲା। ହେଲେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ମ୍ୟୁନିସିପାଲିଟି ପକ୍ଷରୁ ଯଦିଓ ଉଚ୍ଛେଦ କରାଯାଉଛି, ତେବେ ଏହା ଜବରଦଖଲକୁ ରୋକିପାରୁନି ବୋଲି ମତ ପ୍ରକାଶ ପାଇଛି ା
ଆଇନର ଗଳା ବାଟ ଦେଇ ସ୍ବଚ୍ଛଳ ବର୍ଗ ହାତେଇ ଚାଲିଛନ୍ତିି ସରକାରୀ ଜମି। ଗଁାରେ ସେମାନଙ୍କ ଜମି, ଘରବାରି ଥିଲେ ମଧ୍ୟ ପୁଣି ଥରେ ସହରର ମୂଲ୍ୟବାନ୍‌ ଜମିକୁ ନେବାକୁ ନାନା ଉଦ୍ୟମ ଜାରି ରଖିଛନ୍ତି। ଭୋଟ ରାଜନୀତି ଜବରଦଖଲକାରୀଙ୍କୁ ସୁହାଇଛି। ସହରରେ ସ୍ଥାନୀୟ ବାସିନ୍ଦା ଠିକ୍‌ ସମୟରେ ଟିକସ ଦେଇ ଆସୁଥିଲେ ମଧ୍ୟ ସେମାନଙ୍କୁ ସର୍ବନିମ୍ନ ସୁବିଧା ମିଳୁନି। କିନ୍ତୁ ଜବରଦଖଲକାରୀଙ୍କୁ ପଟ୍ଟା, ଆବାସ ଯୋଜନାରେ ଘର, ପାର୍କ ଓ ଅନ୍ୟାନ୍ୟ ସର୍ବନିମ୍ନ ସୁବିଧା ଯୋଗାଇ ଦିଆଯାଉଛି। କେତେଜଣ ଟିକସଧାରୀଙ୍କ ଅଭିଯୋଗ ହେଉଛି, ଗରିବ ଓ ଭୂମିହୀନଙ୍କୁ ଜମିପଟ୍ଟା ଦେଇ ସରକାରୀ ସୁବିଧା ସୁଯୋଗ ଦେବାରେ ପ୍ରତିବାଦ ନାହିଁ । କିନ୍ତୁ ଗରିବ ଓ ଭୂମିହୀନ ନଁାରେ ସ୍ବଚ୍ଛଳ ବର୍ଗ ସୁବିଧା ସୁଯୋଗ ହାତେଇ ନେଉଥିଲେ ମଧ୍ୟ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଅନ୍ୟପକ୍ଷେ ଅଧିକାଂଶ କ୍ଷେତ୍ରରେ ଟିକସଧାରୀଙ୍କୁ ଯେପରି ଅଣଦେଖା କରାଯାଉଛି, ତାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ମତ ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ସରକାରୀ ଜମିରେ ୩୦ ବର୍ଷ ତଳୁ ବସବାସ କରୁଛନ୍ତି ବୋଲି ଦର୍ଶାଇ ୮୦୨ ଜଣ ବାସହୀନ ଲୋକ ୨୦୧୭ରେ ନୟାଗଡ଼ ମ୍ୟୁନିସିପାଲିଟିରେ ଆବେଦନ କରିଥିଲେ। ଏହି ଜବରଦଖଲକାରୀମାନେ ଜାଗା ମିଶନରେ ସାମିଲ ହେବା ପାଇଁ ଅନୁମତି ମାଗିଥିଲେ। ସେମାନଙ୍କ ମଧ୍ୟରୁ ୩ଟି ପର୍ଯ୍ୟାୟରେ ୪୯୬ ହିତାଧିକାରୀଙ୍କୁ ଜାଗା ମିଶନ ଯୋଜନାରେ ପଟ୍ଟା ବଣ୍ଟନ କରାଯାଇଛି। ଏଥିରୁ ୩୫୦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇ ସାରିଲେଣି। ଅବଶିଷ୍ଟ ୮୦୨ରୁ ୩୦୬ ହିତାଧିକାରୀ ଜଙ୍ଗଲ ଜମି, ଗୋଚର ଜମିରେ ରହିଥିବାରୁ ପଟ୍ଟା ପାଇ ପାରିନାହାନ୍ତି। ଏଥିରୁ ୨୦୦ ହିତାଧିକାରୀଙ୍କୁ ପଟ୍ଟା ଦେବାପାଇଁ ମ୍ୟୁନିସିପାଲିଟି ପକ୍ଷରୁ ପ୍ରାୟ୧ବର୍ଷତଳେ ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri