ଆଜି ପୁଣି ବନ୍ଦ ରହିଛି ଜଗା ଦର୍ଶନ

ପୁରୀ ଅଫିସ, ୮।୩: ଶ୍ରୀମନ୍ଦିରରେ ଆଜି ପୁଣି ବନ୍ଦ ରହିଛି ଦର୍ଶନ । ଜଣେ ଭକ୍ତ ମନ୍ଦିର ପରିସରରେ ବାନ୍ତି କରିଦେବାରୁ ଦର୍ଶନ ବନ୍ଦ ରହିଛି। ଭିତରକାଠ ନିକଟରେ ଭକ୍ତ ଜଣଙ୍କ ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ମହାସ୍ନାନ ନୀତି କରାଯାଇଛି। ଅବକାଶ ନୀତି ପରେ ଭିତରକାଠ ନିକଟରୁ ଦର୍ଶନ କରାଯାଉଥିଲା। ସେହି ସମୟରେ ଜଣେ ଭକ୍ତ ବାନ୍ତି କରିଦେଇଥିଲେ। ତେବେ ମହାସ୍ନାନ ନୀତି ପରେ ଦର୍ଶନ ଆରମ୍ଭ ହେବ।