ଖୁସିରେ ବିଭୋର ଜ୍ୟାକଲିନ

ମୁ୍‌ମ୍ବାଇ: ବଲିଉଡ୍ ନାୟିକା ଜ୍ୟାକଲିନ ଫର୍ନାଡିଜଙ୍କ ଖୁସି କହିଲେ ନ ସରେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକାଙ୍କର ଫଲୋର‌୍ୟସ ସଂଖ୍ୟା ଏବେ ୫୫ ମିଲିୟନରେ ପହଞ୍ଚିଛି । ଏପ୍ରିଲରେ ଏହା ୫୦ ମିଲିୟନ ପାର କରିଥିବା ବେଳେ ମାତ୍ର ୫ ମାସ ମଧ୍ୟରେ ୫୫ ମିଲିୟନ ଜ୍ୟାକଲିନଙ୍କ ପାଇଁ ଖୁସି ଆଣି ଦେଇଛି । ଏକ ଫଟୋ ଶେୟାର କରି ନିଜେ ଜ୍ୟାକଲିନ ତାଙ୍କର ଖୁସି ଜାହିର କରିଛନ୍ତି । ସୋସିଆଲ ମିଡିଆରେ କେବଳ ଦେଶ ନୁହେଁ ବିଦେଶରେ ଜ୍ୟାକଲିନଙ୍କର ରହିଛନ୍ତି ଅନେକ ବିଦେଶୀ ପ୍ରଶଂସକ । ସେ ପ୍ରାୟ ସବୁ ସମୟରେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ପସନ୍ଦ କରନ୍ତି । କେତେବେଳେ ନିଜର ଫିଟନେସ୍ ତ ପୁଣି କେତେବେଳେ ୱାର୍କ ଆଉଟ ପୁଣି ଶୁଟିଂ ସେଟ୍‌ର ମଜା ଶେୟାର କରି ସେ ପ୍ରଶଂସକଙ୍କୁ ଆନନ୍ଦ ଦେଇଥାଆନ୍ତି । ତେଣୁ ଏହି ଚୁଲବୁଲି ନାୟିକାଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢିବା ସ୍ୱାଭାବିକ କଥା । ନିଜ କ୍ୟାରିୟରକୁ ନେଇ ବ୍ୟସ୍ତ ରହୁଥିବା ଏହି ନାୟିକା ନିକଟରେ ଶୈଫ ଅଲି ଖାଁ, ୟାମି ଗୌତମ ଓ ଅର୍ଜୁନ କପୁରଙ୍କ ସହ ହରର କମେଡି ଫିଲ୍ମ ‘ଭୁତ ପୁଲିସ’ରେ ନଜର ଆସିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦାଙ୍କୁ ‘ମା’ଙ୍କ ବୋହୂ’ଡାକୁଥିଲେ ଲୋକେ, କାରଣ ଜାଣିଲେ…

ମୁମ୍ବାଇ: ଗୋବିନ୍ଦା ପ୍ରାୟ ୨ ଦଶନ୍ଧି ଧରି ବଲିଉଡ୍‌ରେ ରାଜ୍‌ କରି ଆସୁଛନ୍ତି। ଆକ୍ସନଠାରୁ ଆରମ୍ଭ କରି ଗୋବିନ୍ଦାଙ୍କ ରୋମାନ୍ସ ଏବଂ କମେଡି ସବୁକିଛି ଦର୍ଶକଙ୍କ...

ଇମୋଶନାଲ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ବେଶ୍‌ କିଛି ଦିନ ଆକ୍ସନ୍‌ ହିରୋ ଭାବେ ବଲିଉଡ୍‌ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଧର୍ମେନ୍ଦ୍ର ଅସଲ ଜୀବନରେ ଖୁବ୍‌ ଇମୋଶନାଲ ବୋଲି ହୁଏତ କମ୍‌...

ହାତରେ ହାତ ଛନ୍ଦି ବୁଲୁଛନ୍ତି ହ୍ରିତିକ୍‌-ସବା

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ଡେଟ୍‌ କରୁଛନ୍ତି। ଉଭୟ ପ୍ରାୟତଃ ପାର୍ଟିରେ ଏକାଠି...

ସ୍ବାମୀଙ୍କୁ ବୁଢା କହିଲେ ଜୟା

ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ନିକଟରେ ତାଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦଙ୍କ ପୋଡକାଷ୍ଟରେ ଝିଅ ଶ୍ୱେତା ବଚ୍ଚନଙ୍କ ସହ ନଜର ଆସିଥିଲେ। ଏଠାରେ ଜୟା...

ଝିଅକୁ ପୂଜା କଲେ ରାଜକୁନ୍ଦ୍ରା, ଲୋକେ କହିଲେ ୯ଶହ ମୂଷା ଖାଇ ବିଲେଇ ବାହାରିଛି ହଜ କରି

ମୁମ୍ବାଇ: ଏବେ ସାରା ଦେଶରେ ପାଳନ କରାଯାଉଛି ନବରାତ୍ର । ମଙ୍ଗଳବାର ହେଉଛି ଏହାର ଶେଷ ଦିନ । ଏଥର ୩ ଅକ୍ଟୋବରରେ ପଡିଥିଲା ଦୁର୍ଗାଷ୍ଟମୀ...

ଜୁହି @୫୨:ପ୍ରଥମେ ଜୟଙ୍କୁ ପସନ୍ଦ କରୁ ନ ଥିଲେ ଜୁହି, ଏହି କାରଣରୁ କଲେ ବିବାହ

ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱାଲା ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୭ ମସିହାରେ ଅମ୍ବାଲାରେ ଜନ୍ମଗ୍ରହଣ କରିଥିଲେ ଜୁହି। ମିସ ଇଣ୍ଡିଆ ଟାଇଟଲ ହାସଲ...

୪୭ ବର୍ଷରେ ମା’ ହେବାକୁ ଇଚ୍ଛା କଲେ ଅଭିନେତ୍ରୀ ମଲାଇକା: ଏଥର ପୁଅ ନା ଝିଅ ଚାହୁଁଛନ୍ତି ଜାଣନ୍ତୁ

ଆଜିକାଲି ରିଅଲିଟି ଡ୍ୟାନ୍ସ ଶୋ ‘ସୁପର ଡାନ୍ସର୍‌ ୪’ରେ ଅଭିନେତ୍ରୀ ମଲାଇକା ଆରୋରା ଜଣେ ଜଜ୍‌ ଭାବରେ ନଜର ଆସିଛନ୍ତି। ଏହି ଶୋ’ର ଅନ୍ୟତମ ପ୍ରତିଯୋଗୀଙ୍କ...

‘ସିନେମାର ସିନେମା ସହ ମିଳନ’..

ମୁମ୍ବାଇ: ଏସ ଏସ ରାଜାମୌଳି ମନୋରଞ୍ଜନ ଦୁନିଆର ଜଣେ ଜଣାଶୁଣା ନିର୍ଦ୍ଦେଶକ । ଏହାର ପ୍ରମାଣ ଅନେକ ଥର ମିଳିଛି । ତାଙ୍କ ନିର୍ଦ୍ଦେଶିତ ମୁଭି...

Advertisement
Archives

Model This Week