ସଲମାନଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍‌ ନାୟିକା ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ଜନ୍ମ ୧୧ ଅଗଷ୍ଟ ୧୯୮୫ରେ ହୋଇଥିଲା। ଏବେ ଏହି ନାୟିକା ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଜ୍ୟାକଲିନ। ଭଲଭାବେ ହିନ୍ଦୀ କହିପାରୁ ନ ଥିଲେ ମଧ୍ୟ ଆଜି ସେ ଜଣେ ଆଗଧାଡିର ନାୟିକା ପାଲଟି ଯାଇଛନ୍ତି। ତାଙ୍କର ଜନ୍ମ ବାହାରିନରେ ହୋଇଥିଲା। ସେଠାରେ ସେ ବଡ ହୋଇଥିବା ବେଳେ ୨୦୦୬ରେ ସେ ମିସ୍‌ ଶ୍ରୀଲଙ୍କା ୟୁନିଭର୍ସ ମୁକୁଟ ପିନ୍ଧିଥିଲେ। ଆଉ ୨୦୦୯ରେ ସେ ବଲିଉଡ୍‌ରେ ପାଦ ରଖିଥିଲେ। ଜ୍ୟାକଲିନଙ୍କ ପିତା ଶ୍ରୀଲଙ୍କା ବାସିନ୍ଦା ହୋଇଥିବା ବେଳେ ସେ ଜଣେ ମ୍ୟୁଜିସିୟାନ। ତାଙ୍କ ମା ମାଲେସିୟା ବାସିନ୍ଦା ଓ ସେ ବୃତ୍ତିରେ ଜଣେ ଏୟାର ହୋଷ୍ଟେସ୍‌। ଚାରି ଭାଇଭଉଣୀଙ୍କ ମଧ୍ୟରେ ଜ୍ୟାକଲିନ ସବୁଠାରୁ ସାନ। ପ୍ରଥମରୁ ହିଁ ଜ୍ୟାକଲିନ ଅଭିନୟରେ ରୁଚି ରଖିଥିଲେ। ବାହାରିନରେ ଥିବା ସମୟରେ ସେ ମାତ୍ର ୧୪ ବର୍ଷ ବୟସରେ ଏକ ଶୋ’ରେ ହୋଷ୍ଟ ଭାବେ ନଜର ଆସିଥିଲେ। ପିଲାଟି ଦିନରୁ ଅଭିନୟରେ ରୁଚି ଥିବାରୁ ସେ ଜନ୍‌ ସ୍କୁଲ ଅଫ୍‌ ଆକ୍ଟିଙ୍ଗରେ କିଛି ସମୟ ପାଇଁ ଶିକ୍ଷା ଗ୍ରହଣ କରିଥିଲେ। ଆଉ ସବୁବେଳେ ଅପେକ୍ଷା ରଖୁଥିଲେ କେବେ ସେ ଫିଲ୍ମ ଷ୍ଟାର ହେବେ। ୟୁନଭର୍ସିଟି ଅଫ୍‌ ସିଡନୀରେ ମାସ୍‌ କମ୍ୟୁନିକେଶନରେ ଗ୍ରାଜୁଏଶନ କରିଛନ୍ତି ଜ୍ୟାକଲିନ। ଏହାପରେ ପରେ ସେ ଶ୍ରୀଲଙ୍କାରେ ଏକ ଟେଲିଭିଜନ ନ୍ୟୁଜ ଚ୍ୟାନେଲରେ ରିପୋର୍ଟରେ ଭାବେ କାମ ଆରମ୍ଭ କରିବା ସହ ମଡଲିଂ ମଧ୍ୟ ଆରମ୍ଭ କରି ଦେଇଥିଲେ। ୨୦୦୯ରେ ଏକ ମଡଲିଂ ଆସାଇମେଣ୍ଟ ପାଇଁ ସେ ଭାରତ ଆସିଥିବା ବେଳେ ନିର୍ଦ୍ଦେଶକ ସୁଜୟ ଘୋଷଙ୍କ ସହ ତାଙ୍କର ଦେଖା ହୋଇଥିଲା। ସେଠାରେ ସେ ‘ଆଲାଦିନ’ପାଇଁ ଅଡିଶନ ଦେଇ ଏକାଥରେ ସିଲେକ୍ଟ ହୋଇ ଯାଇଥିଲେ। ଏହାଥିଲା ଜ୍ୟାକଲିନଙ୍କ ପ୍ରଥମ ଫିଲ୍ମ। ଏହାପରେ ସେ ୨୦୧୧ରେ ‘ମର୍ଡର ୨’ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ନିକଟତର ହୋଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେଉଥିବା ଜ୍ୟାକଲିନଙ୍କୁ ଦେଖିବାକୁ ମିଳିଲା ସଲମାନଙ୍କ ଖାଁଙ୍କ ଅପୋଜିଟରେ ଫିଲ୍ମ ‘କିକ’ରେ। ଏଥିରେ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିବା ବେଳେ ଏହାପରେ ସଲମାନଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଆଲୋଚନା ବି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri