ସ୍କୁଲ ୟୁନିଫର୍ମରେ ଆୟେଶାଙ୍କୁ ଦେଖି ପ୍ରେମରେ ପଡ଼ିଥିଲେ ଟାଇଗର ଶ୍ରଫ୍‌ଙ୍କ ବାପା, ପୂର୍ବରୁ ଗର୍ଲଫ୍ରେଣ୍ଡ ଥିବା ସତ୍ତ୍ୱେ କରିଥିଲେ ଏଭଳି…

ବମ୍ବେ: ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ପ୍ରେମକାହାଣୀ କୌଣସି ଫିଲ୍ମଠାରୁ କମ୍‌ ନୁହେଁ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଯୁବତୀଙ୍କୁ ଦେଖିବା ପରେ ପ୍ରେମରେ ପଡ଼ିଯାଇଥିଲେ ସେ। ଶେଷରେ ତାଙ୍କୁ ହିଁ ଜୀବନସାଥୀ କରିଥିଲେ। ହେଲେ ଏସବୁ ସେତେଟା ସହଜ ନ ଥିଲା।

୧୩ ବର୍ଷ ବୟସର ଆୟେଶା ଶ୍ରଫ୍‌ ସ୍କୁଲ ଯିବା ପାଇଁ ୟୁନିଫର୍ମ ପିନ୍ଧି ରାସ୍ତାରେ ଛିଡ଼ା ହୋଇଥିଲେ। ରାସ୍ତାରେ ତାଙ୍କୁ ଦେଖି ଘଡ଼ିଏ ଅଟକି ଯାଇଥିଲେ ଜ୍ୟାକି। ଧିରେ ଧିରେ ଚିହ୍ନା ପରିଚୟ ବଢ଼ିଥିଲା। ମାତ୍ର ଜ୍ୟାକି ଆଉ ଜଣଙ୍କୁ ମଧ୍ୟ ଡେଟ୍‌ କରୁଥିବା ନେଇ ତାଙ୍କୁ ଜଣାଇ ନ ଥିଲେ। ସେତେବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଆମେରିକା ଯାଇଥିଲେ। ସେଠାରୁ ଫେରିବା ପରେ ଉଭୟ ବିବାହ କରିବାର ଯୋଜନା ଥିଲା। ହେଲେ ଆୟେଶାଙ୍କ ଯୋଗୁ ସବୁ ବିଗିଡ଼ି ଯାଇଥିଲା। ଆୟେଶା ଏହା ଜାଣିବା ପରେ କ’ଣ କରିବେ ଜାଣି ପାରି ନ ଥିଲେ।

ଜ୍ୟାକିଙ୍କୁ ସବୁଦିନ ପାଇଁ ଭୁଲିଯିବେ ନା ପୂର୍ବ ପ୍ରେମିକାଙ୍କୁ ଉଭୟଙ୍କ ବିଷୟରେ ଜଣାଇବେ ତାହା ଆୟେଶା ଭାବି ପାରି ନ ଥିଲେ। ଶେଷରେ ଜ୍ୟାକିଙ୍କ ପ୍ରେମିକାଙ୍କୁ ଏକ ଚିଠି ଲେଖି ସବୁ ଜଣାଇଥିଲେ ସେ। ଏହାପରେ ପାରିବାରିକ ସମସ୍ୟା ମୁଣ୍ଡ ଟେକିଥିଲା।

ବମ୍ବେର ବସ୍ତି ଅଞ୍ଚଳରେ ରହୁଥିଲେ ଜ୍ୟାକି। ହେଲେ ଆୟେଶା ସମ୍ଭ୍ରାନ୍ତ ଘରର ଥିଲେ। ଉଭୟଙ୍କ ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚିବା ପରେ ଆୟେଶାଙ୍କ ମା’ ଅରାଜି ହୋଇଥିଲେ। ମାତ୍ର ପ୍ରେମର ଜିତ୍‌ ହୋଇଥିଲା। ୧୯୮୭ ଜୁନ୍‌ ୫ରେ ସେମାନେ ବିବାହ କରିଥିଲେ। ବିବାହର ୩ ବର୍ଷ ପରେ ଟାଇଗରଙ୍କ ଜନ୍ମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଫିଲ୍ମ କରିବାକୁ ଚାହୁଁଛନ୍ତି ତାପସୀ

ଅଭିନେତ୍ରୀ ତାପସୀ ପନ୍ନୁ ପ୍ରତିବର୍ଷ କମ ଫିଲ୍ମ କରନ୍ତି। କିନ୍ତୁ ତାଙ୍କ ଫିଲ୍ମକୁ ସବୁବେଳେ ସକାରାତ୍ମକ ପ୍ରତିକ୍ରିୟା ମିଳେ। ବକ୍ସ ଅଫିସରେ ଫିଲ୍ମଗୁଡ଼ିକ ଭଲ ପ୍ରଦର୍ଶନ ନ…

ବଡ଼ ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶା କଲେ ଏହି ଫେମସ୍‌ ସିଙ୍ଗର୍‌, ସଙ୍ଗୀତରୁ…

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ…

‘୧୦୦ ପୁରୁଷଙ୍କ ସାମ୍ନାରେ ଖୋଲିବାକୁ ପଡିଥିଲା ପୋଷାକ’, ଅଭିନେତ୍ରୀଙ୍କ ଚମକାଇଦେବା ଭଳି ଖୁଲାସା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦିଆ ମିର୍ଜା ନିଜର ସ୍ପଷ୍ଟବାଦୀ ମତାମତ ଓ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି କଥା କହିବା ପାଇଁ ପରିଚିତ। ନିକଟରେ ସେ ନିଜ କ୍ୟାରିୟରର…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri