କାଳ ହେଲା ଦୃଢ଼ ଆତ୍ମବିଶ୍ୱାସ

ଯାଜପୁର ଅଫିସ,୧ା୩:ଯାଜପୁର ଜିଲାରେ ୨୦୧୭ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ଭାଜପାର ସଫଳତା ବିଜେଡି ଶିବିରକୁ ଦୋହଲାଇ ଦେଇଥିଲା। ଏଥିରେ ଭାଜପା ନେତା ଓ କର୍ମୀମାନଙ୍କ ମଧ୍ୟରେ ଆମତ୍ବିଶ୍ୱାସ ବଢ଼ିଥିଲା। ପରବର୍ତ୍ତୀ ନିର୍ବାଚନରେ ଦଳ ଆହୁରି ଅଧିକ ଭୋଟ ପାଇବ ବୋଲି ଦଳୀୟ ନେତାମାନେ ଆଶା କରିଥିଲେ। ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଭାଜପା ନେତା ଓ କର୍ମୀମାନଙ୍କ ସେହି ଦୃଢ଼ ଆତ୍ମବିଶ୍ୱାସ ଧୂଳିସାତ୍‌ ହୋଇଛି। ଭାଜପାର ତୁଙ୍ଗ ନେତାମାନେ ପଞ୍ଚାୟତ ନିର୍ବାଚନଠାରୁ ଦୂରେଇ ରହି ଅନ୍ୟ ରାଜ୍ୟର ନିର୍ବାଚନ ଦାୟିତ୍ୱ ନେଇଥିଲେ। ଏହାର ସୁଯୋଗରେ ବିଜେଡି ଠିକ୍‌ ଗୋଟି ଚାଳନା କରିବାରୁ ବିରୋଧୀ ଧରାଶାୟୀ ହୋଇଛନ୍ତି। ଜିଲାର ୩୯ଟି ଜିଲା ପରିଷଦ ଆସନରୁ ୩ ରୁ ୪ଟିକୁ ବାଦ୍‌ ଦେଲେ ଅନ୍ୟ ସବୁଠି ବଡ଼ ବ୍ୟବଧାନରେ ଭାଜପା ପରାଜୟ ବରଣ କରିଛି। ଏହାବାଦ୍‌ ତୈଳ ଦର ବୃଦ୍ଧି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି, ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରା ନ ଯିବା, ବେକାର ସମସ୍ୟାର ସମାଧାନ ଦିଗରେ ବିଫଳତା ଇତ୍ୟାଦି ଏହି ପରାଜୟ ପାଇଁ ଦାୟୀ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷେ କଂଗ୍ରେସ ୬ ଜୋନ୍‌ରେ ୨ ହଜାରରୁ ୬ ହଜାର ପର୍ଯ୍ୟନ୍ତ ଭୋଟ ପାଇ କିଛିଟା ଭୋଟମୁଣିକୁ ବୃଦ୍ଧି କରିବା ଘଟଣା ଭାଜପା ପାଇଁ ଚିନ୍ତାର କାରଣ ହୋଇଛି।
ଗତ ସାଧାରଣ ନିର୍ବାଚନର ଫଳାଫଳ ବିଜେଡି ପାଇଁ ସତର୍କ ଘଣ୍ଟି ବୋଲି ମତ ପ୍ରକାଶ ପାଇଥିଲା। ବିଜେଡି ୪୯.୮୧%, ଭାଜପା ୪୦.୫% ଓ କଂଗ୍ରେସ ପ୍ରାର୍ଥୀ ୭.୬୩% ଭୋଟ ପାଇଥିଲେ। ଭାଜପା ୨୦୧୪ ନିର୍ବାଚନରେ ୧୫.୫୩%ରୁ ୫ ବର୍ଷରେ ୪୦.୫%କୁ ଲମ୍ଫ ମାରିଥିଲା। ୨୦୧୭ରେ ଜିଲା ଭାଜପା ସଙ୍ଗଠନ ସେତେଟା ସୁଦୃଢ ନ ଥିଲେ ହେଁ ପଞ୍ଚାୟତ ନିର୍ବାଚନରେ ଦଳ ୬ ଏବଂ ବିଜେଡି ୩୩ ଜିଲା ପରିଷଦ ଆସନ ହାତେଇଥିଲେ। ଜିଲା ପରିଷଦ ଆସନ ଦଳୀୟ ଚିହ୍ନରେ ମିଳିଥିବା ଜନାଦେଶରୁ ଭାଜପାର ଭୋଟ ହାର ୧୬ ପ୍ରତିଶତରୁ ପ୍ରାୟ ୩୧ ପ୍ରତିଶତକୁ ବୃଦ୍ଧି ଘଟିଥିଲା। ଏହା ୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ଭାଜପା ଜିଲାରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥିଲା। ଜିଲାର ବଡ଼ଚଣା ଓ ବରୀ ନିର୍ବାଚନମଣ୍ଡଳୀରେ କଡ଼ା ଟକ୍କର ହୋଇଥିଲା। ବଡ଼ଚଣାରେ ଭାଜପା ପ୍ରାର୍ଥୀ ମାତ୍ର ୧୪୮୫ ଭୋଟ ଓ ବରୀରେ ଭାଜପା ପ୍ରାର୍ଥୀ ମାତ୍ର ୪,୦୬୨ ଭୋଟ ବ୍ୟବଧାନରେ ହାରିଥିଲେ॥ ବିଶେଷକରି ଯାଜପୁର, ଧର୍ମଶାଳା, କୋରେଇ ଓ ବିଞ୍ଝାରପୁରରେ ମତଦାନ ହାର ହ୍ରାସ ପାଇଥିଲାବେଳେ ସୁକିନ୍ଦା, ବରୀ ଓ ବଡ଼ଚଣାରେ ସାମାନ୍ୟ ମତଦାନ ହାର ବୃଦ୍ଧି ଘଟିଥିଲା। ତଥାପି ୨୦୧୯ ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବାରୁ ଏହି ଜନାଧାରକୁ ବଜାୟ ରଖିବାକୁ ଦଳ ପକ୍ଷରୁ ଅନେକ ଜନହିତକର ଯୋଜନା ହାତକୁ ନିଆଯାଇଥିଲା। ବିଜେଡି ନେତା ଓ କର୍ମୀ ନିୟମିତ ଭାବେ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ଅତି ନିକଟତର ହୋଇଥିଲେ। କିନ୍ତୁ ଭାଜପା ନେତା ଓ କର୍ମୀମାନେ ନୀରବରେ ବସି ରହି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱା ଉପରେ ଭରସା କରିଥିଲେ।
୨୨ ବର୍ଷର ବିଜେଡି ଶାସନକୁ ଅବଲୋକନ କଲେ ଅପପୁଷ୍ଟି, ପାନୀୟ ଜଳ ସମସ୍ୟା, ଗମନାଗମନା କ୍ଷେତ୍ରରେ ମଧ୍ୟ ଜିଲା ବହୁ ପଛରେ ରହିଛି। କିନ୍ତୁ ଭାଜପାରେ ବଳିଷ୍ଠ ନେତୃତ୍ୱର ଅଭାବ ଓ ଉପଯୁକ୍ତ ଭାବେ ଦୁର୍ନୀତି ସମେତ ବିଭିନ୍ନ ଅନିୟମିତତାର ପ୍ରତିବାଦ କରି ନ ପାରିବାରୁ ଭାଜପାର ଜନମତ ପୁଣି ହ୍ରାସ ପାଇଛି। ଏହାସହ କେତେକ ବରିଷ୍ଠ ନେତା ଓ ଜିଲା ପରିଷଦ ସଭ୍ୟ ବିଜେଡିରେ ମିଶିିଥିଲେ ହେଁ ସେମାନଙ୍କ ଶୂନ୍ୟସ୍ଥାନ ପୂରଣ କରିବାକୁ ଭାଜପା ଆଦୌ ଉଦ୍ୟମ କରି ନ ଥିଲା। ଏହା ଦଳର ବିପର୍ଯ୍ୟୟର ପ୍ରମୁଖ କାରଣ ବୋଲି ମତପ୍ରକାଶ ପାଉଛି। ପ୍ରାୟ ସମସ୍ତ ଜିଲା ପରିଷଦ ଆସନରେ ବିଜେଡି ୨ ହଜାରରୁ ୩ ହଜାର ଭୋଟ ବ୍ୟବଧାନରେ ବିଜୟୀ ହେଉଛି। ଏହାସହ ୧୦ ପଞ୍ଚାୟତ ସମିତି ମଧ୍ୟ ବିଜେଡି ଅକ୍ତିଆର କରିପାରେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷେ କଂଗ୍ରେସ କୋରେଇ ବ୍ଲକ ୧ନଂ.ଜୋନ୍‌ରେ ୪,୬୫୪, ବରୀ ବ୍ଲକ ୧ନଂ. ଜୋନ୍‌ରେ ୩୬୯୨, ବଡ଼ଚଣା ବ୍ଲକ ୧ନଂ. ଜୋନ୍‌ରେ ୨୦୮୬, ବରୀ ବ୍ଲକ ୨ନଂ. ଜୋନ୍‌ରେ ୫୪୦୮, ବିଞ୍ଝାରପୁର ୨ନଂ. ଜୋନ୍‌ରେ ୩୩୯୬, କୋରେଇ ୨ନଂ. ଜୋନ୍‌ରେ ୬୨୩୬ ଭୋଟ ପାଇ କିଛି ଆଖିଦୃଶିଆ ସଫଳତା ଆଣି ପାରିଛି। ହେଲେ ଅର୍ଥବଳ, ବାହୁବଳ ସମେତ ପ୍ରଶାସନିକ କଳକୁ ବ୍ୟବହାର କରି ବିଜେଡି ସବୁଠି ଜିିତି ପାରିଛି ବୋଲି ଭାଜପା କର୍ମୀ ଓ ନେତାମାନେ ଅଭିଯୋଗ କରି ସନ୍ତୁଷ୍ଟ ହେଉଥିବା ଆଲୋଚନାର ବିଷୟ ହୋଇଛି। ଯାଜପୁର ଅଫିସ,୧ା୩
ଯାଜପୁର ଜିଲାରେ ୨୦୧୭ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ଭାଜପାର ସଫଳତା ବିଜେଡି ଶିବିରକୁ ଦୋହଲାଇ ଦେଇଥିଲା। ଏଥିରେ ଭାଜପା ନେତା ଓ କର୍ମୀମାନଙ୍କ ମଧ୍ୟରେ ଆମତ୍ବିଶ୍ୱାସ ବଢ଼ିଥିଲା। ପରବର୍ତ୍ତୀ ନିର୍ବାଚନରେ ଦଳ ଆହୁରି ଅଧିକ ଭୋଟ ପାଇବ ବୋଲି ଦଳୀୟ ନେତାମାନେ ଆଶା କରିଥିଲେ। ହେଲେ ଚଳିତ ପଞ୍ଚାୟତ ନିର୍ବାଚନରେ ଭାଜପା ନେତା ଓ କର୍ମୀମାନଙ୍କ ସେହି ଦୃଢ଼ ଆତ୍ମବିଶ୍ୱାସ ଧୂଳିସାତ୍‌ ହୋଇଛି। ଭାଜପାର ତୁଙ୍ଗ ନେତାମାନେ ପଞ୍ଚାୟତ ନିର୍ବାଚନଠାରୁ ଦୂରେଇ ରହି ଅନ୍ୟ ରାଜ୍ୟର ନିର୍ବାଚନ ଦାୟିତ୍ୱ ନେଇଥିଲେ। ଏହାର ସୁଯୋଗରେ ବିଜେଡି ଠିକ୍‌ ଗୋଟି ଚାଳନା କରିବାରୁ ବିରୋଧୀ ଧରାଶାୟୀ ହୋଇଛନ୍ତି। ଜିଲାର ୩୯ଟି ଜିଲା ପରିଷଦ ଆସନରୁ ୩ ରୁ ୪ଟିକୁ ବାଦ୍‌ ଦେଲେ ଅନ୍ୟ ସବୁଠି ବଡ଼ ବ୍ୟବଧାନରେ ଭାଜପା ପରାଜୟ ବରଣ କରିଛି। ଏହାବାଦ୍‌ ତୈଳ ଦର ବୃଦ୍ଧି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି, ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରା ନ ଯିବା, ବେକାର ସମସ୍ୟାର ସମାଧାନ ଦିଗରେ ବିଫଳତା ଇତ୍ୟାଦି ଏହି ପରାଜୟ ପାଇଁ ଦାୟୀ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପକ୍ଷେ କଂଗ୍ରେସ ୬ ଜୋନ୍‌ରେ ୨ ହଜାରରୁ ୬ ହଜାର ପର୍ଯ୍ୟନ୍ତ ଭୋଟ ପାଇ କିଛିଟା ଭୋଟମୁଣିକୁ ବୃଦ୍ଧି କରିବା ଘଟଣା ଭାଜପା ପାଇଁ ଚିନ୍ତାର କାରଣ ହୋଇଛି।
ଗତ ସାଧାରଣ ନିର୍ବାଚନର ଫଳାଫଳ ବିଜେଡି ପାଇଁ ସତର୍କ ଘଣ୍ଟି ବୋଲି ମତ ପ୍ରକାଶ ପାଇଥିଲା। ବିଜେଡି ୪୯.୮୧%, ଭାଜପା ୪୦.୫% ଓ କଂଗ୍ରେସ ପ୍ରାର୍ଥୀ ୭.୬୩% ଭୋଟ ପାଇଥିଲେ। ଭାଜପା ୨୦୧୪ ନିର୍ବାଚନରେ ୧୫.୫୩%ରୁ ୫ ବର୍ଷରେ ୪୦.୫%କୁ ଲମ୍ଫ ମାରିଥିଲା। ୨୦୧୭ରେ ଜିଲା ଭାଜପା ସଙ୍ଗଠନ ସେତେଟା ସୁଦୃଢ ନ ଥିଲେ ହେଁ ପଞ୍ଚାୟତ ନିର୍ବାଚନରେ ଦଳ ୬ ଏବଂ ବିଜେଡି ୩୩ ଜିଲା ପରିଷଦ ଆସନ ହାତେଇଥିଲେ। ଜିଲା ପରିଷଦ ଆସନ ଦଳୀୟ ଚିହ୍ନରେ ମିଳିଥିବା ଜନାଦେଶରୁ ଭାଜପାର ଭୋଟ ହାର ୧୬ ପ୍ରତିଶତରୁ ପ୍ରାୟ ୩୧ ପ୍ରତିଶତକୁ ବୃଦ୍ଧି ଘଟିଥିଲା। ଏହା ୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ଭାଜପା ଜିଲାରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଥିଲା। ଜିଲାର ବଡ଼ଚଣା ଓ ବରୀ ନିର୍ବାଚନମଣ୍ଡଳୀରେ କଡ଼ା ଟକ୍କର ହୋଇଥିଲା। ବଡ଼ଚଣାରେ ଭାଜପା ପ୍ରାର୍ଥୀ ମାତ୍ର ୧୪୮୫ ଭୋଟ ଓ ବରୀରେ ଭାଜପା ପ୍ରାର୍ଥୀ ମାତ୍ର ୪,୦୬୨ ଭୋଟ ବ୍ୟବଧାନରେ ହାରିଥିଲେ॥ ବିଶେଷକରି ଯାଜପୁର, ଧର୍ମଶାଳା, କୋରେଇ ଓ ବିଞ୍ଝାରପୁରରେ ମତଦାନ ହାର ହ୍ରାସ ପାଇଥିଲାବେଳେ ସୁକିନ୍ଦା, ବରୀ ଓ ବଡ଼ଚଣାରେ ସାମାନ୍ୟ ମତଦାନ ହାର ବୃଦ୍ଧି ଘଟିଥିଲା। ତଥାପି ୨୦୧୯ ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବାରୁ ଏହି ଜନାଧାରକୁ ବଜାୟ ରଖିବାକୁ ଦଳ ପକ୍ଷରୁ ଅନେକ ଜନହିତକର ଯୋଜନା ହାତକୁ ନିଆଯାଇଥିଲା। ବିଜେଡି ନେତା ଓ କର୍ମୀ ନିୟମିତ ଭାବେ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ଅତି ନିକଟତର ହୋଇଥିଲେ। କିନ୍ତୁ ଭାଜପା ନେତା ଓ କର୍ମୀମାନେ ନୀରବରେ ବସି ରହି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାୱା ଉପରେ ଭରସା କରିଥିଲେ।
୨୨ ବର୍ଷର ବିଜେଡି ଶାସନକୁ ଅବଲୋକନ କଲେ ଅପପୁଷ୍ଟି, ପାନୀୟ ଜଳ ସମସ୍ୟା, ଗମନାଗମନା କ୍ଷେତ୍ରରେ ମଧ୍ୟ ଜିଲା ବହୁ ପଛରେ ରହିଛି। କିନ୍ତୁ ଭାଜପାରେ ବଳିଷ୍ଠ ନେତୃତ୍ୱର ଅଭାବ ଓ ଉପଯୁକ୍ତ ଭାବେ ଦୁର୍ନୀତି ସମେତ ବିଭିନ୍ନ ଅନିୟମିତତାର ପ୍ରତିବାଦ କରି ନ ପାରିବାରୁ ଭାଜପାର ଜନମତ ପୁଣି ହ୍ରାସ ପାଇଛି। ଏହାସହ କେତେକ ବରିଷ୍ଠ ନେତା ଓ ଜିଲା ପରିଷଦ ସଭ୍ୟ ବିଜେଡିରେ ମିଶିିଥିଲେ ହେଁ ସେମାନଙ୍କ ଶୂନ୍ୟସ୍ଥାନ ପୂରଣ କରିବାକୁ ଭାଜପା ଆଦୌ ଉଦ୍ୟମ କରି ନ ଥିଲା। ଏହା ଦଳର ବିପର୍ଯ୍ୟୟର ପ୍ରମୁଖ କାରଣ ବୋଲି ମତପ୍ରକାଶ ପାଉଛି। ପ୍ରାୟ ସମସ୍ତ ଜିଲା ପରିଷଦ ଆସନରେ ବିଜେଡି ୨ ହଜାରରୁ ୩ ହଜାର ଭୋଟ ବ୍ୟବଧାନରେ ବିଜୟୀ ହେଉଛି। ଏହାସହ ୧୦ ପଞ୍ଚାୟତ ସମିତି ମଧ୍ୟ ବିଜେଡି ଅକ୍ତିଆର କରିପାରେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷେ କଂଗ୍ରେସ କୋରେଇ ବ୍ଲକ ୧ନଂ.ଜୋନ୍‌ରେ ୪,୬୫୪, ବରୀ ବ୍ଲକ ୧ନଂ. ଜୋନ୍‌ରେ ୩୬୯୨, ବଡ଼ଚଣା ବ୍ଲକ ୧ନଂ. ଜୋନ୍‌ରେ ୨୦୮୬, ବରୀ ବ୍ଲକ ୨ନଂ. ଜୋନ୍‌ରେ ୫୪୦୮, ବିଞ୍ଝାରପୁର ୨ନଂ. ଜୋନ୍‌ରେ ୩୩୯୬, କୋରେଇ ୨ନଂ. ଜୋନ୍‌ରେ ୬୨୩୬ ଭୋଟ ପାଇ କିଛି ଆଖିଦୃଶିଆ ସଫଳତା ଆଣି ପାରିଛି। ହେଲେ ଅର୍ଥବଳ, ବାହୁବଳ ସମେତ ପ୍ରଶାସନିକ କଳକୁ ବ୍ୟବହାର କରି ବିଜେଡି ସବୁଠି ଜିିତି ପାରିଛି ବୋଲି ଭାଜପା କର୍ମୀ ଓ ନେତାମାନେ ଅଭିଯୋଗ କରି ସନ୍ତୁଷ୍ଟ ହେଉଥିବା ଆଲୋଚନାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ: ନବଙ୍କୁ ନେଇ ବିଜେଡି-ଭାଜପା ବିଧାୟକ ଗୋଡ଼ାଗୋଡ଼ି

ଭୁବନେଶ୍ୱର,୧୭।୩(ରବିନାରାୟଣ ଜେନା): ରାଜ୍ୟ ସଭା ନିର୍ବାଚନର ଭୋଟ ଗ୍ରହଣ ବେଳେ ସୋମବାର ଅପରାହ୍ନରେ ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ପରିଲକ୍ଷିତ ହୋଇଛି। କେହି କିଛି ବୁଝିବା ପୂର୍ବରୁ…

ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭।୩(ବନ୍ଦନା ସେଠୀ): ପୂର୍ବଭାରତ ଉପରେ ରହିଥିବା ଉପ-ଉଷ୍ମକଟୀବନ୍ଧୀୟ (ସବ୍‌ଟ୍ରପିକାଲ୍‌) ପଶ୍ଚିମୀ ଜେଟ୍‌ ଷ୍ଟ୍ରିମ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଛି।…

ରାଜ୍ୟ ସଭା ଫଳାଫଳ ପରେ ନବୀନଙ୍କୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଚହଳ

ଭୁବନେଶ୍ୱର, ୧୭।୩ (ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନରେ ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର ଏବଂ ଶାସକ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ…

ଟ୍ରମ୍ପ କଲେ ବଡ଼ ଦାବି, କହିଲେ ଏହିଦିନ ଶେଷ ହେବ ଇରାନ ସହ ଯୁଦ୍ଧ!

ଓ୍ବାଶିଂଟନ,୧୭।୩: ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଇରାନ ସହିତ ଚାଲିଥିବା ସଂଘର୍ଷ ଖୁବ ଶୀଘ୍ର ଶେଷ ହେବ, କିନ୍ତୁ ସେ ସ୍ପଷ୍ଟ କରିଛନ୍ତି…

ଭୋଟର୍ସ ଲିଷ୍ଟ ସଂଶୋଧନ ପାଇଁ କଡ଼ା ନିର୍ଦ୍ଦେଶ, ଭୋଟର୍ସଙ୍କ ନାଁ ତାଳମେଳ ନଥିଲେ ଏହି ତାରିଖ ସୁଦ୍ଧା କରନ୍ତୁ ଆବେଦନ, ନଚେତ୍‌…

କେସିଙ୍ଗା,୧୭।୩(ତୁମେଶ୍ୱର ସାହୁ) : କଳାହାଣ୍ଡି ଜିଲା କେସିଙ୍ଗା ଏନଏସିରେ ସ୍ବତନ୍ତ୍ର ସଂଘନ ସଂଶୋଧନ ( ଏସଆଇଆର) ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀଙ୍କ ନେତୃତ୍ୱରେ ଭୋଟର୍ସ ଲିଷ୍ଟ…

ଟ୍ରମ୍ପ୍‌ ବାଟବଣା, ମୁହଁ ମୋଡ଼ୁଛନ୍ତି ନାଟୋ ସହଯୋଗୀ

ନୂଆଦିଲ୍ଲୀ,୧୭।୩: ଇରାନ୍‌ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ବାଟବଣା ହୋଇପଡ଼ିଛନ୍ତି। ସ୍ଥିତି ଏଭଳି ହୋଇଛି , ଟ୍ରମ୍ପ୍‌ ଯୁଦ୍ଧ ବନ୍ଦ…

ଆଫଗାନିସ୍ତାନ କାବୁଲରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ

ନୂଆଦିଲ୍ଲୀ,୧୭।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ସଂଘର୍ଷ ଯୋଗୁଁ ସମଗ୍ର ବିଶ୍ୱ ଗଭୀର ଚିନ୍ତିତ । ଏହି ବ୍ୟାପକ ସଂଘର୍ଷ ମଧ୍ୟରେ, ପାକିସ୍ତାନ ଏବଂ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri