ଆଜିଠାରୁ ସେପ୍ଟେମ୍ବର ୨ ଯାଏ ବର୍ଷା

ଭୁବନେଶ୍ୱର,୩୧।୮(ବ୍ୟୁରୋ): ରାଜ୍ୟରେ ବନ୍ୟା ଦାଉ ସାଜିଥିବାବେଳେ ସୋମବାରଠାରୁ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ବିପନ୍ନଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିବ। ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଦକ୍ଷିଣପଶ୍ଚିମ ମାୈସୁମୀ ବାୟୁ ସକ୍ରିୟ ରହିଛି। ଏଥିସହିତ ମଧ୍ୟ ପ୍ରଦେଶ ଉପରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏଥିସହିତ ରାଜସ୍ଥାନର ଜୟଶାଲମାର ଉପରେ ଏକ ଟ୍ରପଲାଇନ ରହିଛି। ଏହାର ପ୍ରଭାବରେ ସୋମବାର ରାତିରୁ କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଜପତି, କନ୍ଧମାଳ ଏବଂ ରାୟଗଡ଼ା ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୨ତାରିଖ ଯାଏ ରାଜ୍ୟର ବିଭନ୍ନ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଏଲୋ ୱାର୍ଣ୍ଣିଂ ଜାରି କରାଯାଇଛି।