Posted inଖେଳ

ବାୟୋ-ବବଲରେ ନିୟମତ ଖେଳିବା କଷ୍ଟକର

ଦୁବାଇ,୭।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଜୈବସୁରକ୍ଷିତ ପରିବେଶ ବା ବାୟୋ ବବଲ୍‌ରେ ନିୟମିତ ଖେଳିବା ଏକ ବଡ଼ ଚ୍ୟାଲେଞ୍ଜ୍‌ ଓ ଏହା କଷ୍ଟକର ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ତେଣୁ ଏଭଳି ସ୍ଥିତିରେ ଭବିଷ୍ୟତରେ ବିଭିନ୍ନ ଗସ୍ତର ସମୟସୀମା ନେଇ ବିଚାର କରିବାକୁ କୋହଲି ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ କହିଛନ୍ତି।
ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭାରତୀୟ ଦଳ ଏକ ଲମ୍ବା ଗସ୍ତରେ ଅଷ୍ଟ୍ରେଲିଆ ଯିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଭାରତୀୟ ଖେଳାଳିଙ୍କୁ ଏବେ ଗୋଟିଏ ବାୟୋ ବବଲରୁ ଆଉ ଗୋଟିଏକୁ ଯିବା ଏକ ବଡ଼ ଚ୍ୟାଲେଞ୍ଜ ସଦୃଶ ହୋଇଛି ବୋଲି କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲେରର ୟୁଟ୍ୟୁବ ଚ୍ୟାନେଲ୍‌ରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଛନ୍ତି। ତେବେ ଯଦି ସାଥୀ ଖେଳାଳିମାନେ ବନ୍ଧୁତ୍ୱପୂର୍ଣ୍ଣ ଥାନ୍ତି ତା’ହେଲେ ଏହି ପ୍ରକ୍ରିୟା ସହଜ ହୋଇଥାଏ ବୋଲି ସେ କହିଛନ୍ତି। ଆଇପିଏଲ୍‌ରେ ଥିବା ବାୟୋ ବବଲ ବେଶ୍‌ ଆମୋଦଦାୟକ ବୋଲି ସେ କହିଛନ୍ତି। ତେବେ ବାରମ୍ବାର ବାୟୋ ବବଲରେ ରହିବା ନିଶ୍ଚିତ ଭାବେ କଷ୍ଟକର ବୋଲି ସେ ସ୍ପଷ୍ଟ କରିଛନ୍ତି। ଦଳର ଅଧିକାଂଶ ସଦସ୍ୟ ଗତ ଅଗଷ୍ଟରୁ ୟୁଏଇରେ ରହୁଛନ୍ତି। ଏହା ପରେ ଲମ୍ବା ଗସ୍ତରେ ଅଷ୍ଟ୍ରେଲିଆ ଯିବାକୁ ହେବ। ଫଳରେ ଖେଳାଳିମାନେ ୪ ମାସରୁ ଅଧିକ ସମୟ ଏହି ପ୍ରକ୍ରିୟା ସହିତ ଜଡିତ ରହିବେ। ଖେଳାଳିମାନେ ଏହି ସମୟରେ ବାହ୍ୟଜଗତ ସହ ସମ୍ପର୍କରେ ରହିବେ ନାହିଁ। ଲମ୍ବା କାର୍ଯ୍ୟସୂଚୀ ସହ ବାୟୋ ବବଲର ବନ୍ଧନ ଖେଳାଳିମାନଙ୍କର ମାନସିକ ବିଷାଦ ବଢାଇବ। ବାରମ୍ବାର ବାୟୋ ବବଲରେ ସମାନ ପରିସ୍ଥିତିର ରହିବା ନିହାତି କଷ୍ଟକର। ତେଣୁ ଏ ନେଇ ଗୁରୁତର ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଖେଳାଳିମାନେ ମାନସିକତା ଶ୍ରେଷ୍ଠସ୍ତରରେ ରହିବା ଆବଶ୍ୟକ। ଖେଳାଳିମାନେ ଉଭୟ କେବଳ ଶାରୀରିକ ନୁହେଁ ମାନସିକସ୍ତରରେ ସୁସ୍ଥ ରହିବା ନିହାତି ଦରକାର। ଅଷ୍ଟ୍ରେଲିଆ ଗସ୍ତ ପରେ ଭାରତ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ସିରିଜ ଖେଳିବ। ୩ଟି ଫର୍ମାଟରେ ଜଡିତ ରହିଲେ ଭିନ୍ନ ଭିନ୍ନ ବବଲ ଦେଇ ଗତିକରିବାକୁ ହେବ। ଏପରିସ୍ଥଳେ ଖେଳାଳିମାନେ ପରିବାର ସହିତ ସମୟ କଟେଇବାର ସୁଯୋଗ ପାଇବେ ନାହିଁ। ଆଇପିଏଲ୍‌ ଖେଳୁଥିବା ପ୍ରାୟ ସବୁ ଦେଶର ଖେଳାଳି ଏ ନେଇ ନିଜର ଚିନ୍ତା ପ୍ରକଟ କରିଛନ୍ତି। ତେଣୁ ଗଠନମୂଳକ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ବୋଲି କୋହଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ୱଦେଶ ଫେରିପାରୁନାହିଁ ଜିମ୍ୱାଓ୍ୱେ ଦଳ

ନୂଆଦିଲ୍ଲୀ, ୧ା୩: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଜିମ୍ୱାଓ୍ୱେର ଅଭିଯାନ ଶେଷ ହୋଇଛି। ଦଳ ବର୍ତ୍ତମାନ ସ୍ୱଦେଶ ଫେରିବାକୁ ଥିବାବେଳେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁ ବର୍ତ୍ତମାନ ଦୁବାଇ…

‘ଏମିତି ଖେଳିବା ବନ୍ଦ କର..’ ଅଭିଷେକଙ୍କ ଉପରେ ବର୍ଷିଲେ ପୂର୍ବତନ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପରେ ଅଭିଷେକ ଶର୍ମାଙ୍କ ବ୍ୟାଟ ଭଲ ପ୍ରଦର୍ଶନ କରିନାହିଁ। ସେ ତାଙ୍କର ପ୍ରଥମ ତିନୋଟି ମ୍ୟାଚରେ ହ୍ୟାଟ୍ରିକ ପାଇଁ ଆଉଟ ହୋଇଥିଲେ। ଟିମ…

କିଙ୍ଗ୍‌ କୋହଲିଙ୍କ ମହାରେକର୍ଡ ଭାଙ୍ଗିଲେ ସଞ୍ଜୁ ସାମସନ, ଏମିତି କରି…

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ରନ ଚେଜ ସମୟରେ ସଞ୍ଜୁ ସାମସନ ୫୦ଟି ବଲରେ ୧୨ଟି ଚୌକା ଏବଂ ୪ଟି ଛକା…

ମ୍ୟାଚ୍‌ ବିଜୟୀ ଇନିଂସ ପରେ ପ୍ରଥମେ କାହାକୁ ଭିଡିଓ କଲ୍‌ କଲେ ସଞ୍ଜୁ ସାମସନ: ବଢୁଛି ଚର୍ଚ୍ଚା

କୋଲକାତା,୨।୩: ICC T20 ବିଶ୍ୱକପ 2026 ପୂର୍ବରୁ ଫର୍ମ ଖୋଜୁଥିବା ସଞ୍ଜୁ ସାମସନ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ ତାଙ୍କର ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ…

BCCIର ବଡ଼ ଘୋଷଣା, ଭାରତ ପ୍ରଥମ ଥର ପାଇଁ ଏହି ଦଳ ସହିତ ଖେଳିବ ODI

ନୂଆଦିଲ୍ଲୀ,୨।୩: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ୨୦୨୬ ଟି୨୦ ବିଶ୍ୱକପ୍ ସମୟରେ ଏକ ବଡ଼ ଘୋଷଣା କରିଛି । ୨୦୨୬ ଆଇପିଏଲ୍ ପରେ, ଭାରତୀୟ ଦଳ ଗୋଟିଏ…

ଜିତିବା ପରେ ହେଲମେଟ ଫିଙ୍ଗି ଦେଇଥିଲେ ସଞ୍ଜୁ ସାମସନ, ICC ଲଗାଇବ ଜରିମାନା! ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨।୩: କୋଲକାତାର ଇଡେନ ଗାର୍ଡେନରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨୦୨୬ ଟି-୨୦ ବିଶ୍ୱକପର ଅନ୍ତିମ ସୁପର ୮ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚ…

ଯଦି ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ ବାତିଲ ହୁଏ, କାହାକୁ ମିଳିବ ଫାଇନାଲ ଟିକେଟ, ଜାଣନ୍ତୁ ସମୀକରଣ

ନୂଆଦିଲ୍ଲୀ,୨।୩: ଟି୨୦ ବିଶ୍ୱକପ ୨୦୨୬ ଏବେ ନକଆଉଟ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ…

T20 ବିଶ୍ୱକପ ମଧ୍ୟରେ ବଡ଼ ସଙ୍କଟ, ଇସ୍ରାଏଲ-ଇରାନ ଯୁଦ୍ଧ ପାଇଁ ଫସିଗଲେ ଏହି ଟିମର ଖେଳାଳି

ନୂଆଦିଲ୍ଲୀ,୨।୩: ୨୦୨୬ ଟି୨୦ ବିଶ୍ୱକପ ସମୟରେ ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ଏବେ କ୍ରିକେଟ ଟିମ୍‌ଗୁଡ଼ିକର ଯାତ୍ରାକୁ ପ୍ରଭାବିତ କରୁଛି। ଦୁବାଇ ବିମାନବନ୍ଦର ଯୁଦ୍ଧ ଦ୍ୱାରା ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri