ଭଲ ମଣିଷ ମିଳିବା କଷ୍ଟ

ଉମାଶଙ୍କର ପ୍ରସାଦ

ଆଜିର ସମାଜରେ ତଥାକଥିତ ବଡ଼ ମଣିଷମାନଙ୍କର ସଂଖ୍ୟା ସେମାନଙ୍କ ଭୂମିକା ଅନୁଯାୟୀ ବଢ଼ି ବଢ଼ି ଚାଲିଥିବା ବେଳେ ବାସ୍ତବ ‘ଭଲମଣିଷ’ମାନଙ୍କର ସଂଖ୍ୟା ସେହି ବହୁଚର୍ଚ୍ଚିତ ସନ୍ଥ ଦାର୍ଶନିକ ଦାଓଜେନଙ୍କ ଦିନ ଦ୍ୱିପ୍ରହରରେ ଲଣ୍ଠନ ଜାଳି ଭଲ ମଣିଷଟିଏ ଖୋଜୁଥିବା ଖୋଜିବାରେ ହିଁ ରହିଯାଇଛି। ବର୍ତ୍ତମାନ ଭଲମଣିଷ ଓ ବଡ଼ମଣିଷଙ୍କ ଚରିତ୍ର ଆଲୋଚନା କରିବା ପୂର୍ବରୁ ଏହି ଦୁଇ ଶ୍ରେଣୀର ପରିଚୟର ପରିଭାଷା ଉଲ୍ଲେଖ କରାଯାଇପାରେ। ‘ଭଲମଣିଷ’ କହିଲେ ଯାହାଙ୍କ କାର୍ଯ୍ୟ ଓ ବ୍ୟବହାର ନୀତି ନିୟମ ଅନୁସାରେ ପରିଚାଳିତ ହେଉଥିବ। ଅର୍ଥାତ୍‌ ସେ ସମସ୍ତ ମାନବୋଚିତ ମହତଗୁଣର ଅଧିକାରୀ ହୋଇଥିବେ। ତାଙ୍କ ପାଖରେ ସଚ୍ଚୋଟପଣିଆ, ସତ୍ୟ, ନ୍ୟାୟ, ଦୟା, କ୍ଷମା, ସେବା, ତ୍ୟାଗ, ପରୋପକାର, ଅହିଂସାଭାବ, ଆପଣାପର ଭାବର ତଫାତ୍‌ ବିହୀନ, ନିଃସ୍ବାର୍ଥପଣ, ଅହଂଭାବଶୂନ୍ୟତା, ଆତ୍ମପ୍ରଚାର ବିମୁଖତା, ସକାରାତ୍ମକ କର୍ମପ୍ରବଣତା, ଦେଶ ପ୍ରୀତି ପ୍ରଭୃତି ଗୁଣଗରିମା ସକ୍ରିୟ ଥିବା ବାଞ୍ଛନୀୟ। ତାଙ୍କର ଆଚରଣ ଓ ଉଚ୍ଚାରଣରେ କୌଣସି ଭିନ୍ନତା ନ ଥିବା ଦରକାର। ଏ ପ୍ରକାର ମଣିଷଙ୍କୁ ଆମେ ଭଲ ମଣିଷର ଆଖ୍ୟା ଦେଇଥାଉ। ଅନ୍ୟପକ୍ଷରେ ‘ବଡ଼ମଣିଷ’କହିଲେ ଆମେ ପ୍ରଖ୍ୟାତ ଆବିଷ୍କାରକ, ବୈଜ୍ଞାନିକ, ଲେଖକ, କବି, ଚିନ୍ତାନାୟକ, ନେତା, ଅଭିନେତା-ଅଭିନେତ୍ରୀ ଓ ଅନ୍ୟ ବିଭିନ୍ନ କର୍ମଭୂମିର ନାୟକ-ମହାନାୟକଙ୍କୁ ବୁଝିଥାଉ।
ଉଲ୍ଲିଖିତ ‘ବଡ଼ମଣିଷ’ମାନଙ୍କ ମଧ୍ୟରୁ ସୀମିତ ସଂଖ୍ୟାର ବ୍ୟକ୍ତିବିଶେଷ ଭଲ ମଣିଷର ଚରିତ୍ର ବହନ କରିବା ସହ ବଡ଼ମଣିଷର ଭୂମିକା ପାଳନ କରିଥାନ୍ତି। କହିବା ବାହୁଲ୍ୟ ଆଜିର ସମାଜରେ ଭଲମଣିଷ ଗୁଣ ସହ ବଡ଼ମଣିଷ ହୋଇଥିବାର ଦୃଷ୍ଟାନ୍ତ ପ୍ରାୟ ବିରଳ। ମାତ୍ର ଆମେ ଯଦି ଆମର ପୂର୍ବସୂରୀମାନଙ୍କର ଗାଥାକୁ ରୋମନ୍ଥନ କରିବା ତେବେ ଆମ ଦେଶରେ ଭଲମଣିଷ ଗୁଣବତ୍ତା ସହ ବଡ଼ମଣିଷ ଉଦାହରଣ ପାଇପାରିବା। ବିଶ୍ୱ ମାନଚିତ୍ରରେ ଲିଓ ଟଲଷ୍ଟୟ, ଗାରିବାଲଡି, ଫ୍ଲୋରେନ୍ସନାଇଟିଙ୍ଗେଲ, ଆବ୍ରାହମ ଲିଙ୍କନ, ମ୍ୟାକ୍ସ ମୁଲାର, ନେଲସନ ମଣ୍ଡେଲା, ସୀମାନ୍ତ ଗାନ୍ଧୀ ଓ ଦଲାଇଲାମା ପ୍ରମୁଖ ଏବଂ ଆମ ଦେଶରେ ମହାତ୍ମା ଗାନ୍ଧୀ, ମଦର ଟେରେସା, ଗୋପବନ୍ଧୁ, ନବକୃଷ୍ଣ ଚୌଧୁରୀ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ଲାଲବାହାଦୁର ଶାସ୍ତ୍ରୀ, ରାଜା ରାମମୋହନ ରାଏ, ରାମକୃଷ୍ଣ ପରମହଂସ, ବିବେକାନନ୍ଦ,ଅରବିନ୍ଦଙ୍କ ଭଳି ଅନେକ ଏହି ପର୍ଯ୍ୟାୟଭୁକ୍ତ। ଏମାନେ ପ୍ରାୟ ସମସ୍ତେ ଭଲମଣିଷର ଗୁଣଗରିମା ସହ ବଡ଼ମଣିଷର ଭୂମିକା ନିର୍ବାହ କରିଛନ୍ତି। ତେଣୁ ସେମାନେ ଯୁଗଯୁଗକୁ ବିଶ୍ୱରେ ତଥା ଆମ ନିଜ ଦେଶରେ ଆଦର୍ଶ ହୋଇ ରହିବା ସହ ଜନ ମାନସରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି।
ବର୍ତ୍ତମାନର ଏଇ ଆଧୁନିକ ଯୁଗରେ ଭଲମଣିଷଙ୍କ ଅକାଳ ମରୁଡ଼ି ପଡ଼ିଥିବା ବେଳେ ତଥାକଥିତ ବଡ଼ମଣିଷଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏମାନଙ୍କ ମଧ୍ୟରୁ ହାତ ଗଣତି ବଡ଼ମଣିଷ ଭଲମଣିଷର ଗୁଣବତ୍ତା ବହନକରି ନିଜ ନିଜ କର୍ମଭୂମିରେ ଆଦର୍ଶ ପଦବାଚ୍ୟ ହେଉଛନ୍ତି, କିନ୍ତୁ ଅଧିକାଂଶ ତଥାକଥିତ ବଡ଼ମଣିଷ, ଯଥା ଆଜିକାଲିର ନେତୃ-ବର୍ଗୀୟ ଏବଂ ଅଭିନେତାଙ୍କଠୁ ଆରମ୍ଭକରି ସ୍ବାର୍ଥ ସମାଜସେବୀ, ସାଧୁ ବେଶରେ ଅସାଧୁ ଚରିତ୍ରର ବ୍ୟକ୍ତିତ୍ୱ, ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀ ସାଧାରଣ ଜନତାଙ୍କ ଆଗରେ ଦେଖାଣିଆ ଇନ୍ଦ୍ରଜାଲ ସୃଷ୍ଟିକରି ସ୍ବାର୍ଥସର୍ବସ୍ବ ଆତ୍ମଅଭିଳାଷ ପୂର୍ଣ୍ଣକରି ଚାଲିଛନ୍ତି। ଆଜି ସମାଜର ବିଭିନ୍ନ କ୍ଷେତ୍ରରେ ଭଲମଣିଷ ଦୁର୍ଲଭ ଥିଲାବେଳେ ଅଧିକାଂଶ ଲୋକଦେଖାଣିଆ ସମାଜସେବୀ ଓ ଦଳୀୟ ମୁଖିଆଙ୍କ ବୋଲକରା ତଥା ଗୋଡ଼ାଣିଆ ସ୍ବଭାବର ବ୍ୟକ୍ତିବିଶେଷ ବିଧାୟକ, ସାଂସଦ, ତଥା ରାଜନୈତିକ ପଦ ପଦବୀକୁ ଜାବୁଡ଼ିଧରି ରାଜନୈତିକ ଓ ଗଣତାନ୍ତ୍ରିକ ଅର୍ଥଲୁଟ ସଂଗଠନର ନେତୃତ୍ୱ ବାନାଧରି ରାତାରାତି ବଡ଼ଲୋକ ହୋଇଯାଉଛନ୍ତି। ଏହାଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ କେହି ନାହାନ୍ତି କି ଏମାନଙ୍କୁ ପ୍ରଶ୍ନ ପଚାରିବାର ଅଧିକାର କାହାର ନାହଁି। ଏହି ଧରଣର ବଡ଼ଲୋକମାନଙ୍କ ମଧ୍ୟରୁ ଅନେକ ଦୁର୍ନୀତି, ହତ୍ୟା, ବଳାତ୍କାର ବା ବିଭିନ୍ନ ବ୍ୟଭିଚାରରେ ସଂପୃକ୍ତ ରହି ବଡ଼ମଣିଷର ପଦବୀକୁ କଳଙ୍କିତ କରୁଛନ୍ତି। ଏବେ ବି କେନ୍ଦ୍ରରେ ୫୦-୬୦ରୁ ଊର୍ଦ୍ଧ୍ୱ ତଥାକଥିତ ପଦସ୍ଥ ମନ୍ତ୍ରୀମାନଙ୍କ ବିରୋଧରେ ମହାଦୁର୍ନୀତି ଅଭିଯୋଗ ରହିଛି। ଶେଷରେ ଏତିକି କହିବି ଆମ ପରିବାର, ସମାଜ, ଗଁା, ଅଞ୍ଚଳ, ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ତଥାକଥିତ ବଡ଼ମଣିଷଙ୍କ ଅପେକ୍ଷା ଭଲମଣିଷଙ୍କ ସଂଖ୍ୟାରେ ବୃଦ୍ଧିର ଆବଶ୍ୟକତା ଅଛି। ଆସନ୍ତୁ ଆମେ ସମସ୍ତେ ନିଜକୁ ଭଲମଣିଷଟିଏ କରି ଆମ ଦେଶ ତଥା ଜାତିର ସର୍ବବିଧ କଲ୍ୟାଣ ପାଇଁ ପ୍ରୟାସ କରିବା।
ଖୋର୍ଦ୍ଧା, ମୋ: ୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri