Categories: ଖେଳ

Video: ଦ୍ୱିତୀୟ ସନ୍ତାନର ବାପା ମା’ ହେବାକୁ ଯାଉଛନ୍ତି ବିରାଟ-ଅନୁଷ୍କା, ଖୁଲାସା କଲେ ଏବି ଡି ଭିଲିୟର୍ସ

ନୂଆଦିଲ୍ଲୀ,୩।୨: ବହୁଦିନ ଧରି ଅନୁଷ୍କା ଶର୍ମା ଗର୍ଭବତୀ ଥିବା ଆଲୋଚନା ମଧ୍ୟରେ ଏହି ଖବରକୁ ସୁନିଶ୍ଚିତ କରିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତ୍ତନ ଅଧିନାୟକ ଏବି ଡି ଭିଲିୟର୍ସ। ଆଫ୍ରିକୀୟ କ୍ରିକେଟର ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରକାଶ କରିଛନ୍ତି ଯେ ଅନୁଷ୍କା ଏବଂ ତାଙ୍କର ଭଲ ବନ୍ଧୁ ବିରାଟ କୋହଲି ଚଳିତ ବର୍ଷ ସେମାନଙ୍କର ଦ୍ୱିତୀୟ ସନ୍ତାନ ଆଶା କରୁଛନ୍ତି।

ଭିଲିୟର୍ସ ନିଜର ଅନୁଗାମୀ ମାନଙ୍କ ସହିତ ୟୁଟ୍ୟୁବରେ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରୁଥିବାବେଳେ କେହି ତାଙ୍କୁ କୋହଲି ବିଷୟରେ ପଚାରିଥିଲେ। ସେତେବେଳେ ସେ ଯେତେବେଳେ ଏହି ଖବର ପ୍ରକାଶ କରିଥିଲେ।

ଭିଲିୟର୍ସ କହିଥିଲେ “ମୁଁ ତାଙ୍କୁ ମେସେଜ୍ କରିଥିଲି, ତାଙ୍କଠାରୁ ଶୁଣିଥିଲି। ମୁଁ ଅଧିକ ସୂଚନା ଦେଇ ପାରିବି ନାହିଁ, ମୁଁ ଜାଣେ ସେ ଭଲ ଅଛନ୍ତି ଏବଂ ତାଙ୍କ ପରିବାର ସହିତ କିଛି ସମୟ ବିତାଉଛନ୍ତି। ଯେଉଁ କାରଣରୁ ସେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରୁ ଦୂରରେ ରହିଥିଲେ। ତେବେ କୋହଲିଙ୍କ ଦ୍ୱିତୀୟ ଶାନ୍ତ ଆସିବାକୁ ଯାଉଛି, ତେଣୁ ଏହି ସମୟ ସେ ନିଜ ପରିବାରକୁ ଦେଉଛନ୍ତି।

ବ୍ୟକ୍ତିଗତ କାରଣରୁ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ଓହରି ଯାଇଥିଲେ। ସମାନ କାରଣରୁ ସେ ଗତ ମାସରେ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ ଟି୨୦ ମଧ୍ୟ ସେ ଖେଳି ନ ଥିଲେ।

ତେବେ ବିରାଟ ଗତ କିଛି ମାସ ହେବ ଅନେକ ମ୍ୟାଚରୁ ବାରମ୍ବାର ବିରତି ନେଉଛନ୍ତି କିନ୍ତୁ ଡି ଭିଲିୟର୍ସ ବର୍ତ୍ତମାନ ଭାରତୀୟ ଦଳରୁ ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ଅନୁପସ୍ଥିତିକୁ ନେଇ ସମସ୍ତ ସନ୍ଦେହ ଦୂର କରିଛନ୍ତି।

Share