Posted inଜାତୀୟ

ବିତିଲାଣି ଅଢ଼େଇ ବର୍ଷ, ଲୋକ ସଭାରେ ଏବେ ବି ଖାଲି ଉପବାଚସ୍ପତି ପଦବୀ…

ନୂଆଦିଲ୍ଲୀ,୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌କୁ ଇତିମଧ୍ୟରେ ଅଢ଼େଇ ବର୍ଷ ପୂରଣ ହେଲାଣି। ତେବେ ବର୍ତ୍ତମାନ ସୁଦ୍ଧା ଲୋକ ସଭାର ଉପବାଚସ୍ପତି ପଦବୀ ଖାଲି ପଡ଼ିଛି। ଏହି ସାମ୍ବିଧାନିକ ପଦବୀ ଏତେ ଦିନ ପର୍ଯ୍ୟନ୍ତ ପୂ ପୂର୍ବରୁ କେବେ ଖାଲି ପଡ଼ିନାହିଁ। ବିରୋଧୀ ଦଳମାନେ ଏ ବିଷୟରେ ବହୁ ଥର ସ୍ବର ଉତ୍ତୋଳନ କରିଛନ୍ତି, କିନ୍ତୁ ପରିସ୍ଥିତି ସମାନ ରହିଛି। ଏଭଳି ପରିସ୍ଥିତିରେ ପୱନ ରେଲି ସମ୍ବିଧାନର ଧାରା ୯୩ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ କରି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି।

କୁହାଯାଉଛି ଯେ ମୋଦି ସରକାର ଏହି ପଦବୀ ପାଇଁ ଓ୍ବାଇଏସ୍‌ଆର୍‌ କଂଗ୍ରେସକୁ ଅଫର୍‌ ଦେଇଥିଲେ, କିନ୍ତୁ ଓ୍ବାଇଏସ୍‌ଆର୍‌ ପକ୍ଷରୁ ମନା କରାଯିବାରୁ ଏହି ପଦବୀ ଖାଲି ଅଛି। ତେବେ ଏହି ପଦବୀରେ ବିରୋଧୀଙ୍କ ଅଧିକାର ଥିବା ସେପରି କୌଣସି ସଂସଦୀୟ ବ୍ୟବସ୍ଥା ନାହିଁ। ଯେହେତୁ ଏହି ପଦବୀ ବର୍ତ୍ତମାନ ପର୍ଯ୍ୟନ୍ତ ବିରୋଧୀଙ୍କ ପାଖରେ ରହିଆସିଛି, ତେଣୁ ମୋଦି ସରକାର ଏଥିରେ ବ୍ୟତିକ୍ରମ କରିବାକୁ ଚାହୁଁନାହାଁନ୍ତି।

ସମ୍ବିଧାନର ଧାରା ୯୩ ଅନୁଯାୟୀ ଲୋକସଭା ଯଥାଶୀଘ୍ର ଗୃହର ଦୁଇଜଣ ସଦସ୍ୟଙ୍କୁ ବାଚସ୍ପତି ଏବଂ ଉପବାଚସ୍ପତି ଭାବରେ ଚୟନ କରିବେ। ଏହି ବ୍ୟବସ୍ଥା ଆଧାରରେ ଆବେଦନକାରୀ ପୱନ ଉପବାଚସ୍ପତି ନିର୍ବାଚନ ବର୍ତ୍ତମାନ ସୁଦ୍ଧା ହୋଇ ନ ଥିବାରୁ ଏହାକୁ ଅଣସାମ୍ବିଧାନିକ ବୋଲି କହିଛନ୍ତି। ଗୃହର ପରିଚାଳନାରେ ଉପବାଚସ୍ପତିଙ୍କର ବହୁ କ୍ଷମତା ରହିଛି। ସେ କିଛି ସଂସଦୀୟ କମିଟିର ପୂର୍ବତନ ଅଫିସିଆଲ ଚେୟାରମ୍ୟାନ ମଧ୍ୟ ରହିଥାନ୍ତି। ଯଦି ବାଚସ୍ପତିଙ୍କ ଅନୁପସ୍ଥିତି କିମ୍ବା ଇସ୍ତଫା ଏବଂ ଅନ୍ୟ କୌଣସି କାରଣରୁ ଏହି ପଦବୀ ଖାଲି ପଡ଼େ, ତା’ହେଲେ ନୂତନ ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ ବାଚସ୍ପତିଙ୍କ ସମସ୍ତ କ୍ଷମତା ଉପବାଚସ୍ପତିଙ୍କ ଉପରେ ନ୍ୟସ୍ତ ରହିଥାଏ।

ଅପରପକ୍ଷରେ, ଲୋକସଭାର ନିୟମ ୮ ଅନୁଯାୟୀ, ଉପବାଚସ୍ପତି ଚୟନ କରିବା ବାଚସ୍ପତିଙ୍କ ଦାୟିତ୍ୱ। ଏହି ନିୟମ ଅନୁଯାୟୀ, ବାଚସ୍ପତିଙ୍କୁ ନିର୍ବାଚନ ତାରିଖ ସ୍ଥିର କରିବାକୁ ପଡିବ। ଉପବାଚସ୍ପତି ନିର୍ବାଚନ ପାଇଁ ଲୋକସଭା ବାଚସ୍ପତି ଓମ ବିରଳା ଏପର୍ଯ୍ୟନ୍ତ ତାରିଖ ସ୍ଥିର କରିନାହାଁନ୍ତି।

ସଂସଦର ବ୍ୟବସ୍ଥା ଅନୁଯାୟୀ ଯଦି ଉଭୟ ବାଚସ୍ପତି କିମ୍ବା ଉପବାଚସ୍ପତି ଗୃହରେ ଉପସ୍ଥିତ ନ ଥାନ୍ତି, ତେବେ ଗୃହର ପ୍ରକ୍ରିୟା ‘ଚେୟାରମ୍ୟାନ ପ୍ୟାନେଲ’ର ଜଣେ ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହେବ। ଏହି ପ୍ୟାନେଲର ସଦସ୍ୟମାନଙ୍କୁ ବାଚସ୍ପତି ଚୟନ କରିଛନ୍ତି, ଯେଉଁଥିରେ ଶାସକ ଦଳର ସଦସ୍ୟ ତଥା ବିରୋଧୀ ମଧ୍ୟ ଅଛନ୍ତି।

ବର୍ତ୍ତମାନ ପ୍ୟାନେଲରେ ଲୋକସଭାର ୯ ଜଣ ସଦସ୍ୟ ରହିଛନ୍ତି। ଏଥିମଧ୍ୟରେ ଭାଜପାର ରମା ଦେବୀ, କିରିଟ ପି ସୋଲାଙ୍କି, ରାଜେନ୍ଦ୍ର ଅଗ୍ରୱାଲ, କଂଗ୍ରେସର କେ. ସୁରେଶ, ଡିଏମ୍‌କେର କେ.ଏ ରାଜ, ଓ୍ବାଇଏସ୍‌ଆର୍‌ କଂଗ୍ରେସର ପି.ଭି.ଏମ.ରେଡ୍ଡୀ, ବିଜେଡିର ଭତ୍ତୃହରି ମହତାବ, ରିଭୋଲ୍ୟୁଶନାରୀ ସୋସିଆଲିଷ୍ଟ୍‌ ପାର୍ଟିର ଏନ.କେ ପ୍ରେମଚନ୍ଦ୍ରନ ଏବଂ ଟିଏମସିର କାକୋଲି ଘୋଷ ଦାସ୍ତିଦାର ରହିଛନ୍ତି।

ପ୍ରଥମ ୪ଟି ଲୋକସଭାରେ ବାଚସ୍ପତିଙ୍କ ସହ ଉପ ବାଚସ୍ପତି ମଧ୍ୟ ଶାସକ କଂଗ୍ରେସର ଥିଲେ। କିନ୍ତୁ ୧୯୫୬ରେ କଂଗ୍ରେସ ଶିରୋମଣି ଅକାଳୀ ଦଳର ହୁକୁମ ଦେବଙ୍କୁ ଉପବାଚସ୍ପତି ଭାବରେ ମନୋନୀତ କରିଥିଲା। ଏହା ପୂର୍ବରୁ କୌଣସି ବିରୋଧୀ ଦଳ ଉପବାଚସ୍ପତି ନ ଥିଲେ। ସେବେଠାରୁ ଉପବାଚସ୍ପତି ପଦବୀ ପାରମ୍ପାରିକ ଭାବରେ ବିରୋଧୀ ଦଳଙ୍କ ପାଖରେ ରହିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri