ଦେଢ଼ମାସ ହେଲା ଏସ୍‌ସିବି ଛାତ୍ର ନିଖୋଜ

କଟକ ଅଫିସ,୨୯ା୯:ଶ୍ରୀରାମ ଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଡିଏମ୍‌ଏଲ୍‌ଟି ଛାତ୍ର ସଂଗ୍ରାମ ନାୟକଙ୍କ ପତ୍ତା ମିଳୁନି। ଦେଢ଼ ମାସ ହେବ ସେ ନିଖୋଜ ଅଛନ୍ତି। ତାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ସତ୍ତ୍ୱେ ମଙ୍ଗଳାବାଗ ଥାନା ପୋଲିସ କେବଳ ମାମଲା ରୁଜୁ କରିବା ସହ ପୋଷ୍ଟର ମାରି ଚୁପ୍‌ ବସିଛି। ଅଭିଯୁକ୍ତଙ୍କ ସହ ପୋଲିସର ସଲାସୁତରା ହୋଇଥିବା ସଂଗ୍ରାମଙ୍କ ବାପା ହୃଷୀକେଶ ଅଭିଯୋଗ ଆଣିଛନ୍ତି। ଏନେଇ ପରିବାର ଲୋକେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ ଅଫିସ, ମୋ ସରକାର, କଟକ ଡିସିପିଙ୍କୁ ଟୁଇଟ୍‌ କରି ନ୍ୟାୟ ନିବେଦନ କରିଛନ୍ତି।
କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା କରଡାପାଳ ଗାଁର ସଂଗ୍ରାମ(୨୧) ଏସ୍‌ସିବି ମେଡିକାଲ କଲେଜର ଶେଷବର୍ଷର ଛାତ୍ର ଥିଲେ। ସେ କାଠଗୋଲା ଗଳିରେ ମେସ୍‌କରି ସହପାଠୀଙ୍କ ସହ ରହୁଥିଲେ। ଏଥିସହ ଏକ ଘରୋଇ ଲାବୋରେଟୋରିରେ ପାର୍ଟଟାଇମ ଚାକିରି କରୁଥିଲେ। ଗତ ଅଗଷ୍ଟ ୧୫ ଅପରାହ୍ନ ୨ଟାରୁ ସେ ନିଖୋଜ ଥିଲେ। ଯୋବ୍ରା ଆନିକଟରୁ ସାଇକେଲ ଓ ଜୋତା ମିଳିବା ପରେ ପାଣିରେ ବୁଡ଼ିଯାଇଥିବା ସନ୍ଦେହ କରି ଓଡ୍ରାଫ ଟିମ ସହାୟତାରେ ବହୁ ଖୋଜାଖୋଜି କରାଯାଇଥିଲା। ଏନେଇ ମଙ୍ଗଳାବାଗ ଥାନା ପୋଲିସ ଏକ ନିଖୋଜ ମାମଲା(ନଂ. ୪୧/୨୧)ରୁଜୁ କରିବା ସହ ବିଭିନ୍ନ ନଦୀକୂଳିଆ ସ୍ଥାନରେ ପୋଷ୍ଟର ମାରିଥିଲା। ପରେ ସଂଗ୍ରାମଙ୍କ ମୋବାଇଲ କଲ୍‌ ରେକର୍ଡ ଅନୁସାରେ ଜଣେ ବାନ୍ଧବୀଙ୍କ ସମେତ ସହପାଠୀଙ୍କୁ ଜେରା କରାଯାଇଥିଲେ ମଧ୍ୟ ସେମିତି କିଛି ପ୍ରମାଣ ମିଳିପାରିନାହିଁ। ଏନେଇ କ୍ରାଇମବ୍ରାଞ୍ଚକୁ ଅବଗତ କରାଯାଇଥିବାବେଳେ ଘଟଣାର ତଦନ୍ତ ଚାଲିଥିବା ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି।
ସଂଗ୍ରାମଙ୍କ ବାପା ହୃଷୀକେଶ କହିଛନ୍ତି, ମୋ ପୁଅ ଜଣେ ନର୍ସିଂ ଛାତ୍ରୀଙ୍କୁ ବର୍ଷେହେଲା ପ୍ରେମ କରୁଥିଲେ। ସେ ଝିଅ ପୂର୍ବରୁ ୫ବର୍ଷଧରି ଅନ୍ୟଜଣେ ପୁଅକୁ ପ୍ରେମ କରୁଥିଲେ। ତେଣୁ ପ୍ରେମକୁ କେନ୍ଦ୍ରକରି ମୋ ପୁଅକୁ ଅପହରଣ କରାଯାଇଛି। ପୋଲିସ କଲ୍‌ ରେକର୍ଡ ଯାଞ୍ଚ କରିବାକୁ କହି ଠିକ୍‌ ଭାବେ ତଦନ୍ତ ନ କରି ସମୟ ଗଡ଼ାଉଛି। ଏହି ଘଟଣାରେ ପ୍ରେମିକା ନର୍ସିଂ ଛାତ୍ରୀ, ତାଙ୍କ ପୂର୍ବତନ ପ୍ରେମିକ ଓ ସଂଗ୍ରାମଙ୍କ ମେସ୍‌ କଡରେ ରହୁଥିବା ସହପାଠୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ଆବଶ୍ୟକ। ନର୍ସିିଂ ଛାତ୍ରୀଙ୍କ ପୂର୍ବତନ ପ୍ରେମିକଙ୍କ ଘର କଟକ ସହରରେ। ତାଙ୍କର ପୋଲିସ ଅଧିକାରୀଙ୍କ ସହ ସଲାସୁତରା ରହିଛି। ଫଳରେ ପୋଲିସ ଜାଣିଶୁଣି ଘଟଣାକୁ ଚାପିବାକୁ ଚାହୁଁଥିବାରୁ ତଦନ୍ତ ଆଗେଇ ପାରୁନାହିଁ। ତେବେ ମୋ ପୁଅ ଏବେ କେଉଁ ଅବସ୍ଥାରେ ଅଛି, ସେନେଇ ସୁନିଶ୍ଚିତ କରିବାକୁ ହୃଷୀକେଶ ଦାବି କରିଛନ୍ତି। ଯଦି କୌଣସି ପୋଲିସ ଅଧିକାରୀ ବା ବଡ ଲୋକର ପୁଅ ପ୍ରତି ଏଭଳି ହୋଇଥାନ୍ତା, ତା’ହେଲେ କ’ଣ ପୋଲିସ ଚୁପ୍‌ ବସିଥାନ୍ତା କି ବୋଲି ସେ ପ୍ରଶ୍ନ କରିଛନ୍ତି। ସହପାଠୀ ସୁଶାନ୍ତ ସାହୁ ଓ ପର୍ଶୁରାମ ମହାରଣା କହିଛନ୍ତି, ସଂଗ୍ରାମ ଆମ ସହ ଗୋଟିଏ ବ୍ୟାଚରେ ପଢୁଥିଲା। ସେ ନିଖୋଜର କିଛିଦିନ ପୂର୍ବରୁ ଭାରି ଗୁମସୁମ ରହୁଥିଲା। ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ଠିକ ତଦନ୍ତ କରାଗଲେ, ପ୍ରକୃତ ଘଟଣା ପଦାକୁ ଆସିବ।
ତେବେ ପୋଲିସ ଅବହେଳା ଅଭିଯୋଗ ସଂକ୍ରାନ୍ତରେ ଡିସିପି ପ୍ରତୀକ ସିଂ କହିଛନ୍ତି, ଏ ସମ୍ପର୍କରେ ମୁଁ ଅବଗତ ନାହିଁ। ଯଦି ଏପରି ହୋଇଥାଏ, ତେବେ ଘଟଣାର ତଦନ୍ତ ଆଗେଇବା ପାଇଁ ମଙ୍ଗଳାବାଗ ଥାନାକୁ ସ୍ବତନ୍ତ୍ର ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri