୫ ବର୍ଷ ହେଲା ଆଳୁଚାଷ କମୁଛି

ଭୁବନେଶ୍ୱର, ୧୨।୯(ବ୍ୟୁରୋ): ରାଜ୍ୟକୁ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ କରିବାରେ ସରକାର ସମ୍ପୂର୍ଣ୍ଣ ଫେଲ୍‌ ମାରିଛନ୍ତି। ଚାଷୀମାନଙ୍କୁ ଆଳୁ ଚାଷ ପାଇଁ ପ୍ରୋତ୍ସାହିତ କରିବା ଏବଂ ଉଦ୍ୟୋଗୀମାନଙ୍କୁ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ସହାୟତା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ୨୦୧୫ ଏପ୍ରିଲ ୩୦ରେ ଆଳୁ ମିଶନ ପ୍ରତିଷ୍ଠା କରିଥିଲେ। ଇତିମଧ୍ୟରେ ୬ ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏପରି କି ରାଜ୍ୟରେ ଆଳୁଚାଷ ଦିନକୁ ଦିନ ହ୍ରାସ ପାଉଥିବା କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ସ୍ବୀକାର କରିଛନ୍ତି।

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ବିଧାନସଭାରେ ଏକ ପ୍ରଶ୍ନ ଜରିଆରେ ପଚାରିଥିଲେ ଯେ, ୨୦୧୫ରେ ଆରମ୍ଭ ହୋଇଥିବା ଆଳୁ ମିଶନର ଲକ୍ଷ୍ୟ କ’ଣ ଥିଲା ଏବଂ ବର୍ତ୍ତମାନ ଆଳୁ ରଖିବା ଓ ବଜାରରେ ଅଭାବ ପ୍ରତି ସରକାରଙ୍କ ପଦକ୍ଷେପ କ’ଣ ରହିଛି। ଏହାର ଉତ୍ତରରେ ମନ୍ତ୍ରୀ ସାହୁ କହିଛନ୍ତି, ରାଜ୍ୟକୁ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ କରିବା, ଚାଷୀଙ୍କୁ ଏଥିପାଇଁ ପ୍ରୋତ୍ସାହିତ କରିବା, ଉଦ୍ୟୋଗୀମାନଙ୍କୁ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସହାୟତା ଯୋଗାଇବା ଲକ୍ଷ୍ୟରେ ଆଳୁ ମିଶନ ପ୍ରତିଷ୍ଠା ହୋଇଥିଲା। ଏବେ ଆଳୁ ଚାଷ ହ୍ରାସ ପାଉଥିବା ବେଳେ ଏହାକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି। ସେହିପରି ୨୦୧୬-୧୭ରେ ୨୫,୧୮୫ ହେକ୍ଟର ଚାଷ ଜମିରେ ୩.୦୨ ଲକ୍ଷ ମେଟ୍ରିକ ଟନ୍‌, ୨୦୧୭-୧୮ରେ ୨୫,୦୯୦ ହେକ୍ଟର ଚାଷ ଜମିରେ ୨.୯୮ ଲକ୍ଷ ମେଟ୍ରିକ ଟନ୍‌, ୨୦୧୮-୧୯ରେ ୨୪,୬୮୭ ହେକ୍ଟର ଜମିରେ ୨.୯୦ ଲକ୍ଷ ମେଟ୍ରିକ ଟନ ଏବଂ ୨୦୧୯-୨୦ରେ ୨୪,୭୧୪ ହେକ୍ଟର ଚାଷ ଜମିରେ ୨.୯୪ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହୋଇଥିଲା। ୨୦୨୦-୨୧ ବର୍ଷରେ ଗତ ୫ ବର୍ଷ ତୁଳନାରେ ଅଧିକ ଜମିରେ ଅର୍ଥାତ୍‌ ୨୬ ହଜାର ହେକ୍ଟର ଚାଷ ଜମିରେ ଆଳୁ ଉତ୍ପାଦନ କରାଯାଇଛି। କିନ୍ତୁ ୩.୦୯ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହୋଇପାରିଛି।

ଅନ୍ୟପକ୍ଷରେ ରାଜ୍ୟରେ ୧୩୧ ଶୀତଳଭଣ୍ଡାର ମଧ୍ୟରୁ ଏବେ ମୋଟ ୪୯ଟି କାର୍ଯ୍ୟକ୍ଷମ ଅଛି। ୨୦୧୫ରୁ ଏଯାବତ୍‌ ୨୪ ଜଣ ଉଦ୍ୟୋଗୀ ଶୀତଳଭଣ୍ଡାର ନିର୍ମାଣ କରିଛନ୍ତି। ସେହି ଉଦ୍ୟୋଗୀମାନଙ୍କୁ କୃଷି ଉଦ୍ୟାନ ବିଭାଗ ତରଫରୁ ୪୯୪୪.୪୦ ଲକ୍ଷ ଟଙ୍କାର ରିହାତି ଆକାରରେ ଟଙ୍କା ପ୍ରଦାନ କରାଯାଇଛି। ଉକ୍ତ ୨୪ଟି ଶୀତଳ ଭଣ୍ଡାରରରେ ସଂରକ୍ଷଣ କ୍ଷମତା ୧,୧୦,୬୦୦ ମେଟ୍ରିକ ଟନ୍‌। ସୂଚନାଯୋଗ୍ୟ ଯେ, ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଲାଗି ଜାତୀୟ ଉଦ୍ୟାନ ମିଶନରୁ ସାଧାରଣ ଅଞ୍ଚଳ ଲାଗି ୩୫ ପ୍ରତିଶତ ବା ସର୍ବାଧିକ ୧୪୦.୦ ଲକ୍ଷ ଟଙ୍କା ଓ ଅନୁସୂଚିତ ଅଞ୍ଚଳ ପାଇଁ ୫୦ ପ୍ରତିଶତ ସର୍ବାଧିକ ୨୦୦.୦୦ ଲକ୍ଷ ଟଙ୍କା ରିହାତି ପ୍ରଦାନ କରାଯାଉଛି। ଖାଦ୍ୟ ପ୍ରକ୍ରିୟାକରଣ ଓ ଶୀତଳ ଭଣ୍ଡାର କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ନିମନ୍ତେ ସରକାର ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୩, ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୧୬ ଏବଂ ଶିଳ୍ପନୀତି ନିର୍ଦ୍ଧାରଣ-୨୦୧୫ ପ୍ରଣୟନ କରିଥିବା ମନ୍ତ୍ରୀ ସାହୁ ଆଉ ଏକ ପ୍ରଶ୍ନର ଉତ୍ତରରେ ଦର୍ଶାଇଛନ୍ତି। ସରକାର ଏତେସବୁ ସୁବିଧା ଯୋଗାଇବା ସତ୍ତ୍ୱେ ଗତ ୫ ବର୍ଷରେ ୨୪ଟି ଶୀତଳଭଣ୍ଡାର ରାଜ୍ୟରେ ପ୍ରତିଷ୍ଠା ହେବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri