୩ବର୍ଷ ହେଲା ବସିନି ଜଳ ପରିଚାଳନା କମିଟି ବୈଠକ

ସମ୍ବଲପୁର,୧୪ ।୮(ବ୍ୟୁରୋ):  ମହାନଦୀ ଜଳ ବିବାଦକୁ ନେଇ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଏପରି କି ଏହି ମାମଲା କେନ୍ଦ୍ରୀୟ ଜଳ କମିଶନ (ସିଡବ୍ଲ୍ୟୁସି)ରେ ରହିଛି। ଏଭଳି ପରିସ୍ଥିତିରେ ଉଭୟ ରାଜ୍ୟ ମଧ୍ୟରେ ଜଳ ପରିଚାଳନା କମିଟି ବୈଠକ ତିନିବର୍ଷ ହେଲା ହୋଇପାରୁ ନାହିଁ। ଏଥିରେ ଛତିଶଗଡ଼ ଜଳସମ୍ପଦ ବିଭାଗ ଓ ସରକାରଙ୍କୁ ଦାୟୀ କରିଛନ୍ତି ହୀରାକୁଦ ବନ୍ଧ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ। ସେ କହିଛନ୍ତି, ଜଳ ବଣ୍ଟନକୁ ନେଇ ଲାଗିରହିଥିବା ବିବାଦ ଭିନ୍ନ କଥା। ମହାନଦୀ ଜଳ ପରିଚାଳନା ପାଇଁ ଛତିଶଗଡ଼ ବୈଠକ କରି ଆଲୋଚନା କରିବାରେ କୌଣସି ସମସ୍ୟା ନାହିଁ। ବାରମ୍ବାର ବୈଠକ ପାଇଁ ଚିଠି କରାଯାଇଥିଲେ ମଧ୍ୟ କୌଣସି ଆନ୍ତରିକତା ଦେଖାଇଲା ନାହିଁ ଛତିଶଗଡ଼। ଶେଷଥର ପାଇଁ ୨୦୧୯ରେ ବୈଠକ ହୋଇଥିଲା। ପରେ ୨୦୨୨ ଏପ୍ରିଲ ୧୩ରେ ଉଭୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ବୈଠକ କରିବା ପାଇଁ ସ୍ଥିର ହୋଇଥିଲା। ବୁର୍ଲା ଅଶୋକ ନିବାସଠାରେ ଏହି ବୈଠକ ହେବାର ଥିଲା। ସିଡବ୍ଲ୍ୟୁସି ପକ୍ଷରୁ ଉଭୟ ସରକାରଙ୍କୁ ଚିଠି କରି ତାରିଖ ଓ ସମୟ ସ୍ଥିର ହୋଇଥିଲା। ହେଲେ ଏପ୍ରିଲ ୧୧ରେ ଛତିଶଗଡ଼ ସରକାର ବୈଠକରେ ଅନୁପସ୍ଥିତ ରହିବେ ବୋଲି ସୂଚନା ଦେଇ ବୈଠକ ବାତିଲ କରିଥିଲେ। ଜଳ ପରିଚାଳନା
ନେଇ ମନ୍‌ସୁନ୍‌ ପୂର୍ବରୁ ସାଧାରଣ ବୈଠକ ହୁଏ। ହେଲେ ୩ବର୍ଷ ହେଲା ବୈଠକ ହୋଇପାରିନାହିଁ। ଏବେ ଛତିଶଗଡ଼ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡ଼ରେ ଡ୍ୟାମ ଓ ବ୍ୟାରେଜଗୁଡ଼ିକର ଗେଟ୍‌ ଖୋଲା ଅଛି। ହୀରାକୁଦ ଜଳଭଣ୍ଡାରକୁ ମାତ୍ରାଧିକ ବନ୍ୟାଜଳ ପ୍ରବେଶ କରୁଛି। ସମ୍ବଲପୁର ଓ ହୀରାକୁଦ ଜଳଭଣ୍ଡାର ତଳି ଅଞ୍ଚଳରେ ବର୍ଷାର ପରିମାଣ ବଢ଼ି ଚାଲିଛି। ଏଭଳି ପରିସ୍ଥିତିରେ ଛତିଶଗଡ଼ ଜଳସମ୍ପଦ ଅଧିକାରୀ ହୀରାକୁଦ ଡ୍ୟାମ୍‌ର ଅଧିକ ଗେଟ୍‌ ଖୋଲିବା ପାଇଁ ଚାପ ପକାଉଛନ୍ତି। ଜଳଭଣ୍ଡାର ତଳି ଅଞ୍ଚଳ ଲୋକଙ୍କ ପାଇଁ ବିପଦ ରହିଛି। ଆସନ୍ତା ୨୨ ତାରିଖରେ ସିଡବ୍ଲ୍ୟୁସି ପକ୍ଷରୁ ଏକ ବୈଠକ କରିବା ପାଇଁ ପୁଣି ଉଭୟ ସରକାରଙ୍କୁ ଚିଠି କରାଯାଇଛି। ଛତିଶଗଡ଼ ସରକାରଙ୍କ ଅବହେଳା ଓ ଦାୟିତ୍ୱହୀନତା ପାଇଁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଓ ହୀରାକୁଦ ଜଳଭଣ୍ଡାର ଜଳ ପରିଚାଳନାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଏବେ ଜଳଭଣ୍ଡାରରେ ୪୫ ପ୍ରତିଶତ ଖାଲି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?