୨ଦିନ ହେଲା ବିଜୁଳି ବିଚ୍ଛିନ୍ନ

ହିନ୍ଦୋଳ, ୩ା୨(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମରେ ଶିକାରୀଙ୍କ ଦ୍ୱାରା ବିଛାଯାଇଥିବା ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ଦୁଇଦିନ ହେଲା ବିଜୁଳି ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ୍‌ ସେବା ସ୍ବାଭାବିକ ନ ହେଲେ ଅଞ୍ଚଳବାସୀ ଗଣଅନଶନରେ ବସିବା ସହିତ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ଏ ନେଇ ସେମାନେ ବୁଧବାର ଉପଜିଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ସୋମବାର ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଶିକାର ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ତାରକୁ ବିପଦପୂର୍ଣ୍ଣ ଭାବେ ବ୍ୟବହାର କରାଯାଉଥିବାରୁ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରିଦିଆଯାଇଛି। ଅନ୍ୟପଟେ ଏହା ଫଳରେ ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହେଉଛି। ପାଣିଯୋଗାଣ, ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଉଥିବା ଗ୍ରାମବାସୀ ଅଭିଯୋଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ସମ୍ପ୍ରସାରଣ ଶେଷ ଅନିଶ୍ଚିତତାରେ

ଢେଙ୍କାନାଳ,୨୯।୧୧(ରତନ ନାୟାର): ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାସ୍ତରୀୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ପି...

ବ୍ରାହ୍ମଣୀ ଆଁରେ ୫ଶହ ହେକ୍ଟର ଜମି

ଢେଙ୍କାନାଳ,୨୨।୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ଗେଙ୍ଗୁଟିଆ, ଗୁରୁଜାଙ୍ଗଠାରୁ ଆରମ୍ଭ କରି ସାଙ୍କୁଲେଇ ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୫୦୦ ହେକ୍ଟର ଚାଷଜମି ବ୍ରାହ୍ମଣୀ ନଦୀର...

୧୦ ମାସରେ ୩୩୭ ଦୁର୍ଘଟଣା, ୧୫୦ ଜୀବନହାନି

ଢେଙ୍କାନାଳ,୧୭ା୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲା କାର୍ଯ୍ୟାଳୟର ସଦ୍‌ଭାବନା ଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ(ରାଜସ୍ବ) ଲଳିତ ମୋହନ...

ଜେଲ୍‌ ଫାର୍ମାସିଷ୍ଟ ଗିରଫ

କାମାକ୍ଷାନଗର,୧୫।୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ବାରୁଆ (କା) ପଞ୍ଚାୟତ ସମିତି ସଭ୍ୟ ଦୀପକ ମାହୁନ୍ତଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କନ୍ତିଓପୁଟସାହି...

ମୃତଦେହ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକେ

କାମାକ୍ଷାନଗର,୧୨ା୧୧(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ୫୩ ନମ୍ବର ଜାତୀୟ ରାଜପଥକୁ ରବିବାର ଅବରୋଧ କରାଯାଇଛି। ଶନିବାର ସଡ଼କ ଦୁର୍ଘଟଣାରେ ରେଳ ସଫେଇ କର୍ମଚାରୀ...

ଢେଙ୍କାନାଳରୁ ମେଲାଣି ନେଲେ ମା’

ଢେଙ୍କାନାଳ,୯ା୧୧(ରତନ ନାୟାର)ଢେଙ୍କାନାଳରୁ ବୁଧବାର ମେଲାଣି ନେଇଛନ୍ତି ମା’ ଲକ୍ଷ୍ମୀ। ସକାଳୁ ଆରମ୍ଭ ହୋଇଥିବା ମା’ଙ୍କ ଏହି ବିଦାୟ ପର୍ବ ବିଳମ୍ବିତ ରାତି ଯାଏ ଚାଲିଥିଲା। ପ୍ରସିଦ୍ଧ...

ଧରାପଡ଼ିଲେ ନକଲି ଡାକ୍ତର

କାମାକ୍ଷାନଗର,୭।୧୧(ସୁଧୀର କୁମାର ପରିଡା): ବିନା ଡାକ୍ତରୀ ପାଠ ପଢାରେ କରୁଥିଲେ ଚିକିତ୍ସା। ଦୀର୍ଘବର୍ଷ ଧରି ସ୍ବାସ୍ଥ୍ୟସେବା ନାଁରେ ନିରୀହ ଲୋକଙ୍କୁ କରୁଥିଲେ ଶୋଷଣ। ଏପରି ଅଭିଯୋଗ...

ଡାକ୍ତର ଅଭାବ, ରୋଗୀସେବା ବିପର୍ଯ୍ୟସ୍ତ

ଛେଣ୍ଡିପଦା,୨୯।୧୦(ଅଜିତ ଧଳ)ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ଦୀର୍ଘଦିନ ହେବ ଛେଣ୍ଡିପଦା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri