୧୮ବର୍ଷ ହେଲା ଅଲୋଡ଼ା

ପରଜଙ୍ଗ, ୫।୬(ଡି.ଏନ୍‌.ଏ.): ୨୦୦୪ରୁ ୨୦୨୨। ୧୮ବର୍ଷ ହେଲା ଅଲୋଡ଼ା ଜୀବନ। ବଞ୍ଚତ୍ ରହିବାକୁ ଜାରି ରହିଛି ସଂଘର୍ଷ। ହେଲେ ନା ମିଳୁଛି ରୋଗରୁ ଉପଶମ ନା କମୁଛି ଯନ୍ତ୍ରଣା। କେବଳ ଲୁହ ନିଗାଡ଼ିବା ସାର ହୋଇଛି। ଦାରିଦ୍ର୍ୟର ଚକ୍ରବୂ୍ୟହ ଅସ୍ଥିଜନିତ ବ୍ୟାଧି, ଯକ୍ଷ୍ମା ଏବଂ ଟ୍ୟୁମର ଭଳି ଜଟିଳ ରୋଗରୁ ମୁକୁଳିବାର ବାଟ ବନ୍ଦ କରିଦେଇଥିବାବେଳେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ବତାସିଂହ ଗ୍ରାମର ବସନ୍ତ ବିଶ୍ୱାଳ ଏବଂ ତାଙ୍କ ସ୍ତ୍ରୀ ବାସନ୍ତୀ।
ସାମାନ୍ୟ ଦୁର୍ଘଟଣା କିପରି ଏକ ହସଖୁସିର ପରିବାରକୁ ଛାରଖାର କରିଦେଇ ଠେଲି ଦେଇପାରେ ଯନ୍ତ୍ରଣା ମୁହଁକୁ, ତାହା ଦେଖିବାକୁ ମିଳିଛି ବସନ୍ତଙ୍କ ପରିବାର କ୍ଷେତ୍ରରେ। ବସନ୍ତ ଏବଂ ବାସନ୍ତୀ। ଦୁଇଜଣଙ୍କୁ ନେଇ ଗଡ଼ିଚାଲିଥିଲା ସଂସାର ରଥ। ତେବେ ୨୦୦୪ରେ ଦଇବ ସାଧିଲା ଦାଉ। କୌଣସି କାର୍ଯ୍ୟରେ ବାଡ଼ିକୁ ଯାଇଥିବାବେଳେ ହଠାତ୍‌ ଖସିପଡ଼ିଲେ ବସନ୍ତ। ଶରୀରର ଗୋଟିଏ ଭାଗ ଅଚଳ ହୋଇଗଲା। ଆଉ ସେହିଦିନଠାରୁ ଛିଡ଼ା ହୋଇନାହାନ୍ତି ସେ। ସେମିତି ପଡ଼ିରହିଛନ୍ତି ଖଟିଆରେ। ଦିନ ମଜୁରିଆ ଭାବେ କାମ କରୁଥିବା ସ୍ବାମୀଙ୍କ ଏଭଳି ଅବସ୍ଥା ପରେ ବାସନ୍ତୀଙ୍କ କାନ୍ଧରେ ପଡ଼ିଥିଲା ଜୀବନ ଜଞ୍ଜାଳର ବୋଝ। ଅଣ୍ଟାରେ ଲୁଗାଭିଡ଼ି ସେ ବାହାରକୁ ଗୋଡ଼ କାଢ଼ିଲେ। ମୂଲମଜୁରି ଲାଗିଲେ। ହେଲେ ସମୟ ଆହୁରି ପ୍ରତିକୂଳ ହେଲା। ତାଙ୍କ ପେଟରେ ଏବେ ଟ୍ୟୁମର। ରୋଗାକ୍ରାନ୍ତ ଦୁର୍ବଳ ଶରୀର ପାଇଁ ସେ ଆଉ କାମ କରିବାକୁ ଯାଇପାରୁନାହାନ୍ତି। ଫଳରେ ବିଶ୍ୱାଳ ଦମ୍ପତିଙ୍କ ପେଟପାଟଣା କଥା ବୁଝୁଛନ୍ତ ସାହିପଡ଼ିଶା।
ଅପରପକ୍ଷେ ଦୁହିଁଙ୍କ ଚିକିତ୍ସାରେ ହାତରେ ଥିବା ଟଙ୍କା, ଜମିବାଡ଼ି, ସୁନା ଅଳଙ୍କାର ସବୁ ସରିଗଲାଣି। ମିଳୁଥିବା ସରକାରୀ ଚାଉଳ ସେମାନଙ୍କ ଶେଷ ସମ୍ବଳ ପାଲଟିଛି। ଏପଟେ ଦିନକୁ ଦିନ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଚାଲିଛି। ପକ୍ଷାଘାତ ଆକ୍ରାନ୍ତ ବସନ୍ତଙ୍କ ବାମଗୋଡ଼ ନଷ୍ଟ ହେବାକୁ ବସିଲାଣି। ଜଟିଳ ଯକ୍ଷ୍ମା ଦିନକୁ ଦିନ ଶରୀରକୁ ରୁଗ୍‌ଣ କରିଦେଉଛି। ସକାଳ ହେଲେ ଯେଉଁଠି ପେଟ ଭର୍ତ୍ତି ଖାଇବା ପାଇଁ ଚିନ୍ତା, ସେଠାରେ ଉନ୍ନତମାନର ଚିକିତ୍ସା କଥା ଭୁଲିଯାଇଛନ୍ତି ସ୍ତ୍ରୀସ୍ବାମୀ। ତୁରନ୍ତ ସରକାରୀ ସହାୟତା ନ ମିଳିଲେ, ରୋଗ ଏବଂ ଅନାହାରରେ ଦୁଇଜଣଙ୍କ ଜୀବନ ଚାଲିଯିବ ବୋଲି ପଡ଼ୋଶୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ସରପଞ୍ଚ ଅରୁଣଦେଓ ନାୟକଙ୍କ ସହ ଯୋଗାଯୋଗ କରିବାରେ ସେ ସମ୍ପୃକ୍ତ ପରିବାରକୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି କାମାକ୍ଷାନଗର ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ କୁହନ୍ତି, ଉଭୟଙ୍କ ମେଡିକାଲ ଚିକିତ୍ସା ପାଇଁ ନିୟମ ଅନୁଯାୟୀ ସମସ୍ତ ସରକାରୀ ସହାୟତା ନିଶ୍ଚିତ ଭାବେ ଯୋଗାଇ ଦିଆଯିବ। ତେବେ ଦୀର୍ଘ ୧୮ବର୍ଷ ହେଲା ପ୍ରଶାସନ ଦୃଷ୍ଟିରେ ଅଲୋଡ଼ା ହୋଇପଡ଼ିଥିବା ବସନ୍ତ ଏବଂ ବାସନ୍ତୀଙ୍କୁ କେବେ ସହାୟତା ମିଳିବ ତାହା ଏବେ ଦେଖିବାକୁ ବାକି ରହିଲା ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri